Congress: କଂଗ୍ରେସ ସହିତ ଆଲୋଚନାର ନେତୃତ୍ୱ ନେବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି ସମାଜବାଦୀ ପାର୍ଟି

Nov 22, 2026 - 19:17
Congress: କଂଗ୍ରେସ ସହିତ ଆଲୋଚନାର ନେତୃତ୍ୱ ନେବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ଆସନ୍ତା ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ସମାଜବାଦୀ ପାର୍ଟି (ଏସ୍‌ପି) ମଧ୍ୟରେ ଆସନ ବଣ୍ଟନ ଉପରେ ସମସ୍ତଙ୍କ ନଜର ରହିଛି।

କଂଗ୍ରେସ ସହିତ ଆଲୋଚନାର ନେତୃତ୍ୱ ନେବା ପାଇଁ ସମାଜବାଦୀ ପାର୍ଟି ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି।

୨୩ ରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀଙ୍କ ବାସଭବନରେ ଏହି ଆଲୋଚନା ହେବ।କମିଟି ସଦସ୍ୟଙ୍କ ମଧ୍ୟରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ଗୋପାଳ ଯାଦବ, ରାଜ୍ୟ ସଭାପତି ଶ୍ୟାମ ଲାଲ ପାଲ, ସାଂସଦ ରାଜୀବ ରାୟ ଓ ଇକରା ହାସନ ସାମିଲ ଅଛନ୍ତି।

କଂଗ୍ରେସ ସାଂସଦ ଓ ଉତ୍ତର ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଇମ୍ରାନ ମାସୁଦ ରବିବାର କହିଛନ୍ତି ଯେ, ସୋମବାର ଦିନ ଆସନ ବଣ୍ଟନ ଓ ନିର୍ବାଚନ ରଣନୀତି ଉପରେ ଆଲୋଚନା ପାଇଁ ଦୁଇ ଦଳ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହେବ।

ସେ ଗୁରୁତ୍ୱାରୋପ କରିଥିଲେ ଯେ, ରାଜ୍ୟରେ ଇଣ୍ଡି ମେଣ୍ଟ ପାଇଁ ବିଜୟ ସୁନିଶ୍ଚିତ କରିବା ପାଇଁ ଦୁଇ ଦଳ ମଧ୍ୟରେ ଉତ୍ତମ ସମନ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment ମାସୁଦ ମଧ୍ୟ ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି, ଯେଉଁଥିରେ କଂଗ୍ରେସ ଉତ୍ତର ପ୍ରଦେଶର ମୋଟ ୪୦୩ ବିଧାନସଭା ଆସନ ମଧ୍ୟରୁ ପ୍ରାୟ ୧୮୧ ଆସନର ତାଲିକା ସମାଜବାଦୀ ପାର୍ଟିକୁ ପ୍ରଦାନ କରିଛି।

ସେ କହିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରସାରିତ ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ ଓ ଆନୁଷ୍ଠାନିକ ଆଲୋଚନା ହେଲେ ପ୍ରତ୍ୟେକ ପ୍ରସଙ୍ଗର ସମାଧାନ କରାଯିବ।

ଆସନ ବଣ୍ଟନ ବ୍ୟତୀତ, ଇମ୍ରାନ ମସୁଦ ଅଯୋଧ୍ୟାର ପରିସ୍ଥିତି ଓ ରାମ ମନ୍ଦିର ନାମରେ ସଂଗୃହୀତ ଦାନକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ମଧ୍ୟ କଠୋର ଆକ୍ରମଣ କରିଛନ୍ତି।

ମସୁଦ କହିଛନ୍ତି, ଭଗବାନ ରାମ ସେମାନଙ୍କ ଉପରେ କ୍ରୋଧିତ କାରଣ ସେମାନେ ତାଙ୍କ ନାମରେ ସଂଗୃହୀତ ଟଙ୍କାର ଅପବ୍ୟବହାର କରିଛନ୍ତି।

ଅଯୋଧ୍ୟାରେ ସେମାନଙ୍କର ପରିସ୍ଥିତି ବହୁତ ଖରାପ, ଯାହା ଫଳରେ ସେମାନେ ଏବେ ଧ୍ୟାନ ହଟାଇବା ପାଇଁ ଅପ୍ରାସଙ୍ଗିକ କଥାବାର୍ତ୍ତା କରୁଛନ୍ତି।

'ରେଲୱେ ରିକ୍ରୁଟମେଣ୍ଟ ସେଲ୍': ୪,୬୫୧ଟି ଆପ୍ରେଣ୍ଟିସ୍ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)