Communal Harmony: ସଂପ୍ରଦାୟିକ ସଂପ୍ରୀତି: ଦଶହରାରେ ହିନ୍ଦୁ-ମୁସଲମାନ୍‌ଙ୍କ ବାଡ଼ିଖେଳ

Oct 20, 2026 - 18:06
Communal Harmony: ସଂପ୍ରଦାୟିକ ସଂପ୍ରୀତି: ଦଶହରାରେ ହିନ୍ଦୁ-ମୁସଲମାନ୍‌ଙ୍କ ବାଡ଼ିଖେଳ

"ଶତ୍ରୁଘ୍ନ ସାହୁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଗଡ଼ବାନ୍ଧଗୋଡ଼ାର ଦଶହରା ନିଆରା।

୧୭୯୯ରେ କେନ୍ଦୁଝରର ଗଜପତି ଜନାର୍ଦ୍ଦନ ଭଞ୍ଜଙ୍କ ସୁକିନ୍ଦା ଗଡ଼ ଦଖଲ ସମୟରେ ଗଡ଼ବାନ୍ଧଗୋଡ଼ା ଗ୍ରାମରେ ଯୁଦ୍ଧ ହୋଇଥିଲା।

ସୁକିନ୍ଦା ଗଡ଼ ବିଜୟ ପରେ ଗଜପତି ଗଡ଼ବାନ୍ଧଗୋଡ଼ାରେ ଗଡ଼ର ସୁରକ୍ଷା ପାଇଁ କ୍ଷତ୍ରୀୟ ଓ ମୁସଲମାନ୍ ସୈନିକଙ୍କୁ ମୁତୟନ କରାଇଥିଲେ।

ସେବେଠାରୁ ଗ୍ରାମରେ ଉଭୟ ହିନ୍ଦୁ ଓ ମୁସଲମାନ୍‌ଙ୍କୁ ନେଇ ଦଶହରା ଉତ୍ସବକୁ ପାଳନ କରାଯାଉଛି ବୋଲି ଗବେଷକ ହଳଧର ପଣ୍ଡା କହିଛନ୍ତି।Advertisment Mayurbhanj Attack: ଢାବାରେ ବଚସାରୁ ରକ୍ତାକ୍ତ ସଂଘର୍ଷ ସନ୍ଦେହ, ଜଣେ ଗୁରୁତର ଦଶହରା ପାଳନ ପାଇଁ ପ୍ରତିବର୍ଷ ବାହାରେ ରହୁଥିବା ଯୁବକମାନେ ଗ୍ରାମରେ ଏକାଠି ହୋଇଥାନ୍ତି।

ଦିନ ୧୨ଟା ପରେ ପ୍ରତି ଘରର ସଦସ୍ୟ ଗ୍ରାମର ବଡ଼ଦାଣ୍ଡରେ ଏକତ୍ର ହୁଅନ୍ତି।

ଗାଁର ସବୁ ହିନ୍ଦୁ ଓ ମୁସଲମାନ୍‌ ପରିବାରର ମହିଳାମାନେ ବି ଏହି ଅବସରରେ ସାମିଲ ହୋଇଥାଆନ୍ତି।

ଅପରାହ୍ଣରେ ପ୍ରଥମେ ଗାଁର ମୁଖ୍ୟ ଗଡ଼ନାୟକ ଖଣ୍ଡା ପୂଜା ପରେ ପଦାକୁ ଆସି ବଡ଼ଦାଣ୍ଡରେ ଉପସ୍ଥିତ ହୋଇ ହିନ୍ଦୁ ଓ ମୁସଲମାନ୍‌ଙ୍କ ଭିତରେ ହେବାକୁ ଥିବା ଖଣ୍ଡା ଆଉ ଫରି ଖେଳ ଆରମ୍ଭ କରିଥାଆନ୍ତି।

Congress meeting: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଖୁବ ଶୀଘ୍ର କଂଗ୍ରେସ-ସମାଜବାଦୀ ପାର୍ଟିର ଆସନ ବୁଝାମଣା?

ଏହାପରେ ଦୁଇ ସଂପ୍ରଦାୟ ମଧ୍ୟରେ ଖଣ୍ଡା ଓ ବାଡ଼ି ଖେଳ ଅନୁଷ୍ଠିତ ହୁଏ।

ବିଶେଷକରି ନିଆଁହୁଳାଠୁ ନେଇ ଭିନ୍ନ ଭିନ୍ନ ସାମରିକ କୌଶଳ ପ୍ରଦର୍ଶିତ ହୋଇଥାଏ।

ଖେଳ ସରିବା ପରେ ସମସ୍ତ ଗ୍ରାମବାସୀ ଏକାଠି ହେଇ ଗାଁ ଦଶହରା ପଡ଼ିଆକୁ ଏକ ପଟୁଆରରେ ଯାଇଥାଆନ୍ତିl ସେଠାରେ ସର୍ଦ୍ଦାର ଆଉ ଗ୍ରାମବାସୀଙ୍କ ଉପସ୍ଥିତିରେ ପାଇକମାନଙ୍କ ଭିତରେ ଲାଖ ବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହେଇଥାଏ।

ଏଥିରେ ଯିଏ ବିଜୟ ଲାଭ କରେ ତାକୁ ସେଇ ଜାଗାରୁ ଏକ ପଟୁଆରରେ ବାଣ ବାଜା ସହିତ ଗାଁ ପରିକ୍ରମା କରାଇ ଗଡ଼ନାୟକଙ୍କ ଘରକୁ ନିଆଯାଏ।

ସେଠି ଉପସ୍ଥିତ ଥିବା ସବୁ ଲୋକଙ୍କ ଗହଣରେ ପୂଜାପଣ୍ଡାଙ୍କ ଦ୍ବାରା ବିଜୟୀ ପାଇକଙ୍କୁ ସୁସଜ୍ଜିତ କରାଯାଇ ତାଙ୍କ ଘରକୁ ସମ୍ମାନର ସହିତ ନିଆଯିବାର ପରମ୍ପରା ଏବେ ବି ପାଳନ କରାଯାଉଛି।

ଗତବର୍ଷ ଶିବେନ୍ଦ୍ର ଚକ୍ର ବିଜୟ ମୁକୁଟ ହାସଲ କରିଥିଲେ।

ଗ୍ରାମର ଆଇନଜୀବୀ ବିଚିତ୍ର ଚକ୍ର କହନ୍ତି, ""ଏହି ପ୍ରାଚୀନ ପରମ୍ପରା ଆମ ଗ୍ରାମର ସ୍ୱତନ୍ତ୍ରତା ବଜାୟ ରଖିଛି ଏବଂ ଏହି ପରମ୍ପରା ପାଇଁ ଆମେ ଗର୍ବିତ।"""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)