Commonwealth Games 2030: ରାଜ୍ୟଗୋଷ୍ଠୀ ଆୟୋଜନରେ ପଶିଲା ରାଜନୀତି

Aug 04, 2026 - 20:21
Commonwealth Games 2030: ରାଜ୍ୟଗୋଷ୍ଠୀ ଆୟୋଜନରେ ପଶିଲା ରାଜନୀତି

"ନୂଆଦିଲ୍ଲୀ: ଅହମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ନିଶ୍ଚିତ ହୋଇଯାଇଥିବାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

ଏହି ବହୁରାଷ୍ଟ୍ରୀୟ କ୍ରୀଡ଼ା ପ୍ରତିଯୋଗିତା ଅହମଦାବାଦ ବଦଳରେ ହରିୟାଣାରେ ଆୟୋଜନ କରିବାକୁ କଂଗ୍ରେସ ସାଂସଦ ଦିପେନ୍ଦର ହୁଦା ଦାବି କରିଛନ୍ତି।Advertisment ଗଣମାଧ୍ୟମକୁ ସେ କହିଛନ୍ତି ଯେ ଗତ ୧୦-୧୫ ବର୍ଷ ହେଲା ଦେଶ ଯେତିକି ପଦକ ଜିତୁଛି ତାହାର ଅଧା ହରିୟାଣାର ଆଥଲେଟ୍‌ମାନେ ଆଣୁଛନ୍ତି।

ଏହା ସତ୍ତ୍ବେ ଅହମଦାବାଦରେ କାହିଁକି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଯଦି ଦେଶରେ କୌଣସି ସ୍ଥାନରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଉଛି, ତେବେ ଉକ୍ତ ସ୍ଥାନ ହରିୟାଣା ହେବା ଉଚିତ୍‌।

କାରଣ ହରିୟାଣାର ଆଥଲେଟ୍‌ମାନେ ଏହା ପ୍ରମାଣ କରିସାରିଛନ୍ତି।

Indian and Pakistani Athletes: ହାତ ମିଳାଇପାରିବେ ଭାରତ,ପାକ୍‌ ଆଥଲେଟ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହରିୟାଣାକୁ ଯଦି ଆୟୋଜକ କରିପାରୁନାହାନ୍ତି, ତେବେ ଅତିକମରେ ସହଆୟୋଜକ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସେ କହିଛନ୍ତି ଯେ କେନ୍ଦ୍ର ସରକାର ସବୁ ରାଜ୍ୟଗୁଡ଼ିକୁ ସମାନ ଦୃଷ୍ଟିରେ ଦେଖି "ରାଜଧର୍ମ" ପାଳନ କରିବା ବଦଳରେ "ରାଜ୍ୟଧର୍ମ" ପାଳନ କରୁଛନ୍ତି।

ଏହା ମାଧ୍ୟମରେ ପ୍ରମୁଖ ପ୍ରକଳ୍ପଗୁଡ଼ିକ କେବଳ ଗୁଜରାଟରେ କାର୍ଯ୍ୟକାରୀ କରାଯାଉଛି।

ତେବେ ସେ ଆଶା ପ୍ରକାଶ କରିଛନ୍ତି ଯେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ନଂ୧ ଦେଶ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।