Wild Boar Menace: ବାରହା ଆକ୍ରମଣରେ ଚାଲିଗଲା ଜୀବନ, ଗାଁରେ ଭୟର ବାତାବରଣ
ଢେଙ୍କାନାଳ ଇନ୍ଦିପୁର ଗାଁରେ ବାରହା ଆତଙ୍କ। ବାରହା ଆକ୍ରମଣରେ ଜଣେ ମୃତ, ୬ ଆହତ। ମୃତକ ହେଲେ ଇନ୍ଦିପୁର ଗାଁର ୫୫ବର୍ଷୀୟା ମହିଳା ବଚନ ନାୟକ। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହାସହ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଇନ୍ଦିପୁର ଗାଁ ପୋଖରୀକୁ ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କରିଥିଲା ବାରହା। ଆକ୍ରମଣ କରୁଥିବା ବାରହାଟି ଏବେ ଇନ୍ଦିପୁର ଗ୍ରାମରୁ ପାଖ ଡେଙ୍ଗବୋରେଇ ଓ କାଣ୍ଡବିନ୍ଧା ଅଞ୍ଚଳରେ ବୁଲୁଥିବା ସୂଚନା ରହିଛି। ତୁରନ୍ତ ବାରହାକୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବାରହା ଆକ୍ରମଣରେ ଜଣେ ମୃତ, ୬ ଆହତ
ଢେଙ୍କାନାଳ ଇନ୍ଦିପୁର ଗାଁରେ ଭୟର ବାତାବରଣ
ବାରହାକୁ କାବୁ କରିବାକୁ ଗ୍ରାମବାସୀଙ୍କ ଦାବି
ସମସ୍ତ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।