Commonwealth: ପଦକ ନିଶ୍ଚିତ କଲେ ପ୍ରିୟା, ପ୍ରୀତି, ଯଦୁମଣି

Jul 29, 2026 - 11:26
Commonwealth: ପଦକ ନିଶ୍ଚିତ କଲେ ପ୍ରିୟା, ପ୍ରୀତି, ଯଦୁମଣି

"ଗ୍ଲାସ୍‌ଗୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଦୁଇ ପଦକ ନିଶ୍ଚିତ କରିଛନ୍ତି ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ପ୍ରିୟା ଘନଘାସ୍‌ ଓ ପ୍ରୀତି ପାଓ୍ବାର।

ମଙ୍ଗଳବାର ରାତିରେ ଅନୁଷ୍ଠିତ ମହିଳା ୬୦ କିଲୋଗ୍ରାମ କ୍ବାର୍ଟରଫାଇନାଲ୍‌ରେ ପ୍ରିୟା ସ୍କଟଲାଣ୍ଡର ନିଆମ ମିଚେଲ୍‌ଙ୍କୁ ୪-୧ ନିଷ୍ପତ୍ତିରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିବା ସହ ପଦକ ସୁନିଶ୍ଚିତ କରିଛନ୍ତି।Advertisment ପ୍ରୀତି ସର୍ବସମ୍ମତ ନିଷ୍ପତ୍ତିରେ ବିଜୟୀ ସେହିପରି ୫୪ କିଲୋଗ୍ରାମ କ୍ବାର୍ଟରଫାଇନାଲ୍‌ରେ ପ୍ରୀତି ଆୟର୍ଲାଣ୍ଡର ନିକୋଲ କ୍ଲାଇଡ୍‌ଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି।

୨୨ ବର୍ଷୀୟା ପ୍ରୀତି ମ୍ୟାଚ୍‌ର ଆରମ୍ଭରୁ ଆକ୍ରମଣାତ୍ମକ ଓ ନିଖୁଣ ବକ୍ସିଂ ପ୍ରଦର୍ଶନ କରିଥିଲେ।

ପ୍ରୀତି ୫-୦ର ସର୍ବସମ୍ମତ ନିଷ୍ପତ୍ତିରେ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ଓ ଅତି କମରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି।

ସେହିପରି ପୁରୁଷ ୫୫ କିଲୋଗ୍ରାମରେ ଯଦୁମଣି ସିଂହ ଜାମ୍ବିଆର ମୱେଙ୍ଗୋ ମ୍ୱାଲେଙ୍କ ବିପକ୍ଷରେ ଏକ ଚିତ୍ତାକର୍ଷକ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ସୁନିଶ୍ଚିତ କରିଛନ୍ତି।

US Open 2026: ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳରେ ଏକାଠି ଖେଳିବେ ଜୋକୋଭିକ୍‌-ସାବାଲେଙ୍କା...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।