Collective efforts: ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ

Jun 29, 2026 - 08:17
Collective efforts: ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ

"କାଳିଆପାଣି: ବୃକ୍ଷଲତା ଓ ଜଙ୍ଗଲକୁ ନେଇ ଆମ ପରିବେଶ ପରିପୁଷ୍ଟ।

ମା" ଯେପରି ଆମକୁ ବଞ୍ଚାଇଥାଏ, ଠିକ୍ ସେମିତି ଗଛ ଆମକୁ ଅମ୍ଳଜାନ, ଖାଦ୍ୟ, ଔଷଧ ଓ ଜୀବିକା ଦେଇ ଆମ ଜୀବନର ଧାରାକୁ ବଞ୍ଚାଇ ରଖିଛି।

ଅଧୁନା ଦେଶରେ ଜଙ୍ଗଲ କ୍ଷୟ ଚିନ୍ତାଜନକ।

ଏହା ମାନବ ସମାଜର ସ୍ଥାୟିତ୍ବ ପାଇଁ ସତର୍କ ଘଣ୍ଟି।

ଉଜୁଡ଼ା ପରିବେଶର ଭରଣା ଆମ ପାଇଁ ଏକ ବଡ଼ ଆହ୍ବାନ।

ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ରବିବାର ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନଗଡ଼ା ଉପକଣ୍ଠ ନାଲିଆଡାବରେ "ସମ୍ବାଦ" ପକ୍ଷରୁ ଆୟୋଜିତ "ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଛନ୍ତି।

Advertisment Vedaprakash: ବେଦପ୍ରକାଶ ନାୟକ, ଅନସୂୟା ନାଥ ଓ ଉମାକାନ୍ତ ସୁବୁଦ୍ଧି ପାଇଲେ "ଭୀମସେନ ସମ୍ମାନ" ମୁଖ୍ୟ ଅତିଥି ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଡ.

ପ୍ରଦୀପ ବଳସାମନ୍ତ ଜଙ୍ଗଲ ପରିମାଣ କମିବା ନେଇ ଚିନ୍ତା ପ୍ରକଟ କରିଥିଲେ।

ଖଣି ଓ ଶିଳ୍ପ ପାଇଁ ପ୍ରାକୃତିକ ଜଳସ୍ତର କମୁଥିବା, ଧୂଳିଧୂଆଁ ଓ ଅଙ୍ଗାରକାମ୍ଳର ମାତ୍ରା ବଢ଼ୁଥିବା ଦର୍ଶାଇ ପ୍ରକୃତିର ଭାରସାମ୍ୟ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ।

ଆମକୁ ବଞ୍ଚିବାକୁ ହେଲେ ପରିବେଶ ବଞ୍ଚାଇ ରଖିବାକୁ ପଡ଼ିବ ବୋଲି ସେ ସଚେତନ କରାଇଥିଲେ। "ସମ୍ବାଦ" ପକ୍ଷରୁ ଆରମ୍ଭ କରାଯାଇଥିବା "ପୁନଶ୍ଚ ପୃଥିବୀ" ଓ "ପରିବେଶ ପଞ୍ଚାୟତ" ଅଭିଯାନକୁ ମନ୍ତ୍ରୀ ଡ.

ବଳସାମନ୍ତ ଭୂୟସୀ ପ୍ରଶଂସା କରିବା ସହ ଏହାକୁ ଦେଶସାରା ପ୍ରସାରିତ କରାଇପାରିଲେ ଭଲ ହେବ ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା କଟକ ବନଖଣ୍ଡର ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ପ୍ରମୋଦ କୁମାର ସେଠୀ ଜଳବାୟୁ ପରିବର୍ତ୍ତନର ସ୍ଥିତି ଭୟାନକ ଦର୍ଶାଇ ଅମ୍ଳଜାନ ମାତ୍ରା ବୃଦ୍ଧି ପାଇଁ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ।

ବିଶ୍ବରେ ଜନସଂଖ୍ୟା ଓ ଗଛର ଅନୁପାତ ୪୨୪ ଥିବା ସ୍ଥଳେ ଭାରତରେ ଏହାର ଅନୁପାତ ମାତ୍ର ୨୨।

ତେଣୁ ଏବେଠାରୁ ସମସ୍ତେ ସଜାଗ ରହିବାକୁ ସେ କହିଥିଲେ।

ସମ୍ମାନିତ ଅତିଥି ସୁକିନ୍ଦା ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନ, ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିୟନ୍‌ (ଓଏମ୍‌ଡବ୍ଲୁୟୁ)ର ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରା ଓ ସ୍ଥାନୀୟ ସରପଞ୍ଚ ଅଞ୍ଜଳି ଦେହୁରୀ ଯୋଗ ଦେଇ ଜଙ୍ଗଲ ଆମ ଜୀବନର ଆଧାର ବୋଲି କହି ସମସ୍ତେ ବର୍ଷକୁ ଅନ୍ୟୂନ ଗୋଟିଏ ଗଛ ଲଗାଇ, ଏହାକୁ ନିଜ ସନ୍ତାନ ଭଳି ବଞ୍ଚାଇ ରଖିବାକୁ ଆହ୍ବାନ ‌ଦେଇଥିଲେ।

If you get: ଗଜବେଶରେ ଝଟକିବେ ସାଆନ୍ତେ "ସମ୍ବାଦ" ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା କାର୍ଯ୍ୟକ୍ରମରେ ସଂଯୋଜନା କରି ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତର ଲକ୍ଷ୍ୟ ଓ ଆଭିମୁଖ୍ୟ ଅବତାରଣା କରିଥିଲେ।

ସମୁଦ୍ରପତନଠାରୁ ୧୯୬୦ ଫୁଟ ଉଚ୍ଚତାରେ ଅବସ୍ଥିତ ପାହାଡ଼ିଆ ପ୍ରାକୃତିକ ପରିବେଶରେ ଜୁନମାସରେ ବର୍ଷା ଉଭାନ ହୋଇଯିବା ଏବଂ ଗଛମୂଳରେ ଅନୁଷ୍ଠିତ ସଭାରେ ଅସହ୍ୟ ଗରମ ଅନୁଭୂତ ହେବା ପ୍ରାକୃତିକ ବିଲକ୍ଷଣ ବୋଲି ଦର୍ଶାଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ "ସମ୍ବାଦ" ପକ୍ଷରୁ ଏହି ଅଭିଯାନ ଜାରି ରହିଥିବା କହିଥିଲେ। "ସମ୍ବାଦ" ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ "ସମ୍ବାଦ"ର କାଳିଆପାଣି ପ୍ରତିନିଧି ରବିନାରାୟଣ କର ଧନ୍ୟବାଦ ଦେଇଥିଲେ।

କୁହିକା ପ୍ରତିନିଧି ମନୋଜ କୁମାର ନାୟକ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନାଲିଆଡାବ, ନଗଡ଼ା, ଗୁହିଆଶାଳ, ତୁମୁଣି ଓ ତଳଡିହର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।"