‘Cockroach Uprising’ Warning: ପାକିସ୍ତାନରେ ‘କକ୍ରୋଚ୍’ ଭୟ! ଗୃହମନ୍ତ୍ରୀ ମୋହସିନ ନକଭି କହିଲେ, ସବୁ କିଛି ଓଲଟପାଲଟ କରିଦେବେ

Jul 31, 2026 - 14:34
‘Cockroach Uprising’ Warning: ପାକିସ୍ତାନରେ ‘କକ୍ରୋଚ୍’ ଭୟ! ଗୃହମନ୍ତ୍ରୀ ମୋହସିନ ନକଭି କହିଲେ, ସବୁ କିଛି ଓଲଟପାଲଟ କରିଦେବେ

ପାକିସ୍ତାନରେ ବଢ଼ୁଥିବା ଆର୍ଥିକ ସଙ୍କଟ, ଋଣ ଭାର ଓ ଯୁବପିଢ଼ିଙ୍କ ଅସନ୍ତୋଷକୁ ନେଇ ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି। ଦେଶର ବର୍ତ୍ତମାନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଯୁବକମାନଙ୍କ ଅସନ୍ତୋଷ ଯଦି ଏକାଠି ହୁଏ, ତେବେ ଏହା ବଡ଼ ପରିବର୍ତ୍ତନ ଆଣିପାରେ।

ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ନକଭି କହିଥିଲେ ଯେ ପାକିସ୍ତାନ ଋଣ ଭାରରେ ରହିଛି ଏବଂ ପ୍ରତିବର୍ଷ ଋଣ ବଢ଼ିବା ଦେଶ ପାଇଁ ଚିନ୍ତାର ବିଷୟ। ସେ ସ୍ୱୀକାର କରିଥିଲେ ଯେ ବର୍ତ୍ତମାନର ବ୍ୟବସ୍ଥାରେ ସୁଧାର ଆବଶ୍ୟକ।

ଯୁବ ଅସନ୍ତୋଷ ନେଇ ‘କକ୍ରୋଚ୍’ ଶବ୍ଦର ବ୍ୟବହାର 

ମୋହସିନ ନକଭି ଯୁବପିଢ଼ିଙ୍କ ଅସନ୍ତୋଷ ବିଷୟରେ କହିବା ସମୟରେ ‘କକ୍ରୋଚ୍’ ଶବ୍ଦର ବ୍ୟବହାର କରିଥିଲେ। ସେ କହିଥିଲେ ଯେ ଯୁବକମାନଙ୍କ ଆଶା ପୂରଣ କରିବାରେ ବ୍ୟବସ୍ଥା ବିଫଳ ହେଉଛି। ଯଦି ଏହି ଅସନ୍ତୁଷ୍ଟ ଯୁବକମାନେ ଏକାଠି ହୋଇଯାଆନ୍ତି, ତେବେ ସେମାନେ ବଡ଼ ପରିବର୍ତ୍ତନ ଆଣିପାରନ୍ତି ।

ପାକିସ୍ତାନର ଆର୍ଥିକ ସଙ୍କଟକୁ ନେଇ ଚିନ୍ତା 

ନକଭି ପାକିସ୍ତାନର ବଜେଟ୍ ଓ ବଢ଼ୁଥିବା ଋଣ ନେଇ ଚିନ୍ତା ପ୍ରକାଶ କରିଥିଲେ। ଦେଶର ଆର୍ଥିକ ସ୍ଥିତିର ସୁଧାର ପାଇଁ ପଦକ୍ଷେପ ନେବା ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ। ତାଙ୍କର ଏହି ମନ୍ତବ୍ୟ ପାକିସ୍ତାନର ରାଜନୈତିକ ଓ ସାମାଜିକ ମହଲରେ ଆଲୋଚନାର ବିଷୟ ହୋଇଛି।

ଭାରତର ‘କକ୍ରୋଚ୍’ ଆନ୍ଦୋଳନ ସହ ଯୋଡ଼ିଲେ ମନ୍ତବ୍ୟ

ନକଭିଙ୍କ ‘କକ୍ରୋଚ୍’ ଶବ୍ଦ ବ୍ୟବହାରକୁ ଭାରତରେ ଚର୍ଚ୍ଚିତ ଏକ Gen-Z ନେତୃତ୍ୱାଧୀନ ବ୍ୟଙ୍ଗାତ୍ମକ ଅନଲାଇନ୍ ଆନ୍ଦୋଳନ ସହ ଯୋଡ଼ାଯାଉଛି। ପରୀକ୍ଷା ଅନିୟମିତତା ଓ ପେପର୍ ଲିକ୍ ଭଳି ପ୍ରସଙ୍ଗକୁ ନେଇ ଭାରତରେ ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।

ଏହି ପ୍ରସଙ୍ଗରେ ପାକିସ୍ତାନରେ ମଧ୍ୟ ଯୁବକଙ୍କ ଅସନ୍ତୋଷ ଓ ସାମାଜିକ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ବଢ଼ିଛି। ମୋହସିନ ନକଭିଙ୍କ ମନ୍ତବ୍ୟ ଏବେ ଉଭୟ ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।