CM Mohan Yadav: ଭଙ୍ଗାଯିବ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘର

Sep 25, 2026 - 10:57
CM Mohan Yadav: ଭଙ୍ଗାଯିବ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘର

"ଉଜ୍ଜୟିନୀ: ସିଂହସ୍ଥ ୨୦୨୮କୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ଓ ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ କରିବା କାମ ଜୋରଦାର ହୋଇଛି।

ଏହି କ୍ରମରେ ଖଜୁର ୱାଲି ମସଜିଦରୁ ଅବଦାଲପୁରା, ଜିୱାଜିଗଞ୍ଜ ଥାନା ଦେଇ ଗଣେଶ ଚୌକ ପର୍ଯ୍ୟନ୍ତ ପ୍ରାୟ ୭୩୦ ମିଟର ରାସ୍ତାକୁ ୧୫ ମିଟର ପ୍ରଶସ୍ତ କରିବା ଯୋଜନା ରହିଛି।

ଏହି ପ୍ରକଳ୍ପରେ ପ୍ରାୟ ୨୭୨ଟି ବାସଭବନ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଏହି ପ୍ରଶସ୍ତୀକରଣ ପ୍ରକଳ୍ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପୈତୃକ ଘର ମଧ୍ୟ ଆସୁଛି।

ରିପୋର୍ଟ ଅନୁସାରେ ଘରର କିଛି ଅଂଶ ପ୍ରକଳ୍ପ ପାଇଁ ପ୍ରଭାବିତ ହେବ।

ତାଙ୍କ ବଡ଼ ଭଉଣୀ ତଥା ଉଜ୍ଜୟିନୀ ନଗର ନିଗମର ସଭାପତି କଳାବତୀ ଯାଦବଙ୍କ ଘର ମଧ୍ୟ ପ୍ରସ୍ତାବିତ ରାସ୍ତାର ସୀମାରେ ରହିଛି।ରିପୋର୍ଟ ଅନୁସାରେ, ମୋହନ ଯାଦବଙ୍କ ଜେଜେ ରାମଚନ୍ଦ୍ର ଯାଦବ ୧୯୭୪ ମସିହାରେ ଏହି ଘର ନିର୍ମାଣ କରିଥିଲେ।

ପରିବାରର ଅନେକ ସଦସ୍ୟଙ୍କ ଶୈଶବ ଏହି ଘରେ କଟିଛି।

ବର୍ତ୍ତମାନ ଘରେ କେହି ରହୁନଥିବା ବେଳେ ପରିବାର ସଦସ୍ୟମାନେ ମଝିରେ ମଝିରେ ସେଠାକୁ ଯାଆସ କରୁଛନ୍ତି।Advertisment ରାସ୍ତା ପ୍ରଶସ୍ତୀକରଣ ପାଇଁ ପ୍ରଭାବିତ ଅଞ୍ଚଳର ମାପ ଓ ମାର୍କିଂ ପ୍ରସ୍ତାବିତ ରାସ୍ତା ପ୍ରଶସ୍ତୀକରଣ ପାଇଁ ନଗର ନିଗମ ପକ୍ଷରୁ ପ୍ରଭାବିତ ଅଞ୍ଚଳର ମାପ ଓ ମାର୍କିଂ କରାଯାଉଛି।

ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘରରେ ମଧ୍ୟ ଲାଲ ଚିହ୍ନ ଲଗାଯାଇଛି।

ପରିବାର ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟରେ ସହଯୋଗ କରିବା ଏବଂ ପ୍ରଭାବିତ ଅଂଶ ହଟାଇବା ପାଇଁ ପ୍ରସ୍ତୁତ ଥିବା କୁହାଯାଇଛି।କଳାବତୀ ଯାଦବଙ୍କ କହିବାନୁସାରେ, ଉଜ୍ଜୟିନୀର ବିକାଶ ଓ ସିଂହସ୍ଥ ପ୍ରସ୍ତୁତି ପାଇଁ ରାସ୍ତା ପ୍ରଶସ୍ତୀକରଣ ଆବଶ୍ୟକ।

ତାଙ୍କ ଘର ମଧ୍ୟ ପ୍ରକଳ୍ପରେ ପ୍ରଭାବିତ ହେଉଥିବାରୁ ସେମାନେ ଏଥିରେ ସହଯୋଗ କରିବେ।

ପ୍ରକଳ୍ପର ଆନୁମାନିକ ଲମ୍ବ ୭୩୦ ମିଟର ଏବଂ ରାସ୍ତାର ପ୍ରସ୍ତାବିତ ପ୍ରସ୍ଥ ୧୫ ମିଟର।

ଏହି କାମ ସିଂହସ୍ଥ ୨୦୨୮ ପୂର୍ବରୁ ଉଜ୍ଜୟିନୀର ଯାତାୟତ ଓ ଭିତ୍ତିଭୂମି ବିକାଶର ବ୍ୟାପକ ଯୋଜନାର ଅଂଶ।

Strait of Hormuz: ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଆମେରିକାକୁ ଇରାନର "୭ ଦିନିଆ" ପ୍ରସ୍ତାବ ନଗର ନିଗମ ଅଧ୍ୟକ୍ଷା କଳାବତୀ ଯାଦବଙ୍କ କହିବା ଅନୁସାରେ, ପ୍ରକଳ୍ପରେ ପ୍ରଭାବିତ ହେଉଥିବା ନାଗରିକଙ୍କ ସମସ୍ୟା ନେଇ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମାଧାନର ପ୍ରୟାସ କରାଯିବ।

ରାସ୍ତା ପ୍ରଶସ୍ତୀକରଣରେ ରାଜନୈତିକ କିମ୍ବା ଧାର୍ମିକ ପରିଚୟ ଆଧାରରେ କାହା ପ୍ରତି ଭେଦଭାବ ହେବା ଉଚିତ ନୁହେଁ।ସିଂହସ୍ଥ ୨୦୨୮ ପାଇଁ ଉଜ୍ଜୟିନୀର ବିଭିନ୍ନ ଅଞ୍ଚଳରେ ରାସ୍ତା ପ୍ରଶସ୍ତୀକରଣ ସହ ଅନ୍ୟାନ୍ୟ ଭିତ୍ତିଭୂମି କାମ ମଧ୍ୟ ଚାଲିଛି।

ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉଜ୍ଜୟିନୀର ବିଭିନ୍ନ ରାସ୍ତା ପ୍ରଶସ୍ତୀକରଣ କାମର ସମୀକ୍ଷା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)