Clothing from trash: ଅଳିଆରୁ ଆକର୍ଷଣୀୟ ପୋଷାକ

Oct 28, 2026 - 07:10
Clothing from trash: ଅଳିଆରୁ ଆକର୍ଷଣୀୟ ପୋଷାକ

ଫଳ ଖାଇବା ପରେ ଆମେ ଚୋପାକୁ ଅଳିଆ ଭାବି ଫିଙ୍ଗିଦେଉ।

ପନିପରିବାର ଅବଶିଷ୍ଟ ମଧ୍ୟ ଆମ ପାଇଁ ଅଦରକାରୀ।

କିନ୍ତୁ ଏହି ବର୍ଜ୍ୟବସ୍ତୁରୁ ଯଦି ସୁନ୍ଦର ପୋଷାକ, ଜୋତା, ବ୍ୟାଗ୍ ଓ ଅନ୍ୟାନ୍ୟ ଫ୍ୟାସନ୍ ସାମଗ୍ରୀ ତିଆରି ହୁଏ, ତେବେ ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ।

ବିଜ୍ଞାନ, ନୂଆ ପ୍ରଯୁକ୍ତି ଓ ସୃଜନଶୀଳ ଡିଜାଇନ୍‌ର ମିଶ୍ରଣରେ ଏବେ ଫ୍ୟାସନ୍ ଜଗତରେ ଏକ ନୂଆ ଧାରା ସୃଷ୍ଟି ହେଉଛି।

ଏହାକୁ ସସ୍‌ଟେନବୁଲ୍‌ ଫ୍ୟାସନ ବା ସ୍ଥାୟୀ ଫ୍ୟାସନ୍ କୁହାଯାଏ।

ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବର୍ଜ୍ୟବସ୍ତୁର ପୁନଃବ୍ୟବହାର, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ପରିବେଶ ଉପରେ ପୋଷାକ ଶିଳ୍ପର କୁପ୍ରଭାବ କମାଇବା।

Advertisment Israel: ଇସ୍ରାଏଲରେ ଆଜି ମତଦାନ: ନେତାନ୍ୟାହୁଙ୍କ ପାଇଁ ବଡ଼ ଚାଲେଞ୍ଜ ଇଟାଲିର 'ଅରେଞ୍ଜ୍‌ ଫାଇବର୍' ନାମକ ଉଦ୍ୟୋଗ କମଳା ରସ ତିଆରି ପରେ ବଳିପଡୁଥିବା ଚୋପାରୁ ସେଲୁଲୋଜ୍‌ ବାହାର କରି କପଡ଼ା ତିଆରି କରିବାର ପ୍ରଯୁକ୍ତି ବିକଶିତ କରିଛି।

ଏହି କପଡ଼ା ମସୃଣ ଓ ଆକର୍ଷଣୀୟ ହୋଇଥିବାରୁ ଫ୍ୟାସନ୍ ପୋଷାକରେ ବ୍ୟବହାର କରାଯାଇପାରେ।

ଏହାଦ୍ୱାରା ଫଳ ପ୍ରକ୍ରିୟାକରଣ ଶିଳ୍ପର ବର୍ଜ୍ୟକୁ ମୂଲ୍ୟବାନ ସାମଗ୍ରୀରେ ପରିଣତ କରିବା ସମ୍ଭବ ହେଉଛି।

ସେହିପରି, ସପୁରି ପତ୍ରର ତନ୍ତୁରୁ ପୋଷାକ ଓ ଚମଡ଼ାର ବିକଳ୍ପ ସାମଗ୍ରୀ ତିଆରି କରିବାର ପ୍ରୟାସ ଚାଲିଛି।

ଅଙ୍ଗୁର ରସ ଓ ମଦ ପ୍ରସ୍ତୁତି ପରେ ବଳିପଡ଼ୁଥିବା ଚୋପା ଓ ଅନ୍ୟାନ୍ୟ ଅଂଶକୁ ବ୍ୟବହାର କରି ମଧ୍ୟ ଚମଡ଼ାର ବିକଳ୍ପ ସାମଗ୍ରୀ ତିଆରି କରାଯାଉଛି।

ଏହି ସାମଗ୍ରୀରେ ଜୋତା, ବ୍ୟାଗ୍ ଓ ଫ୍ୟାସନ୍ ଆସେସୋରିଜ୍‌ ପ୍ରସ୍ତୁତ କରିବାର ସୁଯୋଗ ରହିଛି।

Horoscope 2026 October 27: ଜାଣନ୍ତୁ ଆଜିର ରାଶିଫଳ ଏହି ନୂଆ ଧାରାକୁ ଆହୁରି ଆଗକୁ ନେଇଛି ଆମେରିକାର ସିଏଫ୍‌ଡିଏ/ଭୋଗ୍ ଫ୍ୟାସନ୍ ଫଣ୍ଡ୍ ୨୦୨୬।

ଏହାର ଆୟୋଜକମାନେ ଡିଜାଇନର୍‌ମାନଙ୍କୁ ପରିବେଶ ଅନୁକୂଳ ଓ ପ୍ରାଣୀଜ ଉପାଦାନର ବିକଳ୍ପ ସାମଗ୍ରୀ ବ୍ୟବହାର କରି ନୂଆ ପୋଷାକ ପ୍ରସ୍ତୁତ କରିବାକୁ ଆହ୍ୱାନ କରିଥିଲେ।

୧୦ ଜଣ ଫାଇନାଲିଷ୍ଟଙ୍କୁ ଅତି କମ୍‌ରେ ଦୁଇଟି ନୂଆ ସାମଗ୍ରୀ ବ୍ୟବହାର କରି ନିଜ ଡିଜାଇନ୍‌ରେ ନୂତନତ୍ୱ ଆଣିବାକୁ ପଡ଼ିଥିଲା।

ଏହି ପ୍ରୟୋଗରେ କମଳା ଚୋପାରୁ ତିଆରି ରେଶମ ପରି କପଡ଼ା, ଅଙ୍ଗୁର ଅବଶିଷ୍ଟରୁ ପ୍ରସ୍ତୁତ ଚମଡ଼ାର ବିକଳ୍ପ, ସୋୟାବିନ୍‌ରୁ କ୍ୟାଶମିୟର୍‌ର ବିକଳ୍ପ ଓ ମକାରୁ ପ୍ରସ୍ତୁତ ତନ୍ତୁ ବ୍ୟବହାର କରାଯାଇଥିଲା।

କେତେକ ଡିଜାଇନର୍‌ ଉଦ୍ଭିଦ ଭିତ୍ତିକ ଫର୍‌ ଓ ପ୍ରାକୃତିକ ଲାଟେକ୍ସ୍‌କୁ ମଧ୍ୟ ନିଜ ଡିଜାଇନ୍‌ରେ ସାମିଲ କରିଥିଲେ।

ଏହି ପ୍ରୟାସର ଉଦ୍ଦେଶ୍ୟ କେବଳ ନୂଆ ପୋଷାକ ତିଆରି କରିବା ନୁହେଁ, ବରଂ ପ୍ରାଣୀଙ୍କଠାରୁ ମିଳୁଥିବା ପାରମ୍ପରିକ ସାମଗ୍ରୀର ବିକଳ୍ପ ଖୋଜିବା ମଧ୍ୟ ଥିଲା।

ଭାରତରେ ଧାନ ନଡ଼ା, କଦଳୀ ଗଛର ତନ୍ତୁ, ନଡ଼ିଆ କତା, ଆଖୁ ଛେଦା ଓ ପୁରୁଣା ପୋଷାକରୁ ନୂଆ ସାମଗ୍ରୀ ତିଆରି କରିବାର ଅନେକ ସମ୍ଭାବନା ରହିଛି।

ଏହି ବର୍ଜ୍ୟବସ୍ତୁର ଠିକ୍‌ ବ୍ୟବହାର ହେଲେ କୃଷକଙ୍କ ଆୟ ବଢ଼ିପାରିବ, ନୂଆ ରୋଜଗାର ସୃଷ୍ଟି ହୋଇପାରିବ ଏବଂ ପୋଷାକ ଶିଳ୍ପରେ ବର୍ଜ୍ୟର ପରିମାଣ କମିପାରିବ।

ତେବେ ପ୍ରତ୍ୟେକ ବିକଳ୍ପ ସାମଗ୍ରୀ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ହେବ ବୋଲି ଧରିନେବା ଠିକ୍‌ ନୁହେଁ।

ଏହା ତିଆରି କରିବାରେ କେତେ ପାଣି, ଶକ୍ତି ଓ ରାସାୟନିକ ପଦାର୍ଥ ଲାଗୁଛି, ତାହାର ମୂଲ୍ୟାଙ୍କନ ମଧ୍ୟ ଜରୁରି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)