Climate crisis: ଜଳବାୟୁ ସଙ୍କଟରେ ଉଜୁଡ଼ା ଗାଁର ଦୁଃଖ
"ଦିନେ ପୁରୁଣା ପୋଡ଼ମ୍ପେଟ୍ଟା ଗାଁରେ ସବୁକିଛି ଥିଲା।
ସମୃଦ୍ଧ ମାଛଧରାଳିଙ୍କ ବସତି ଭାବେ ପରିଚିତ ଥିଲା ଦେଶର ପୂର୍ବ ଉପକୂଳରେ ଥିବା ଗଞ୍ଜାମ ଜିଲ୍ଲାର ଏହି ଛୋଟିଆ ଗାଁ।
ଗାଁର ଅଧିକାଂଶ ପରିବାରର ଜୀବନ ଓ ଜୀବିକା ପାଖ ସମୁଦ୍ର ଉପରେ ନିର୍ଭର କରୁଥିଲା।
ପ୍ରତିଦିନ ସକାଳୁ ଉଠିବା ମାତ୍ରେ ସେମାନେ ହେଉଥିଲେ ସମୁଦ୍ରମୁହାଁ।
ହେଲେ ଧୀରେ ଧୀରେ ସମୁଦ୍ର କୂଳ ଖାଇଲା।
କେବଳ ଏତିକି ନୁହେଁ, ବାରମ୍ବାର ଘୂର୍ଣ୍ଣିବାତ୍ୟା ହୋଇ ଗ୍ରାମବାସୀଙ୍କ ଦୁଃଖ ବଢ଼ାଇଦେଲା।
ସମୁଦ୍ରର ଆଁ ଭିତରେ ଲୋକଙ୍କ ଘରଦ୍ବାର ହଜିଗଲା।
ବାଧ୍ୟହୋଇ ଅନେକ ପରିବାରଙ୍କୁ ଘର ଛାଡ଼ିବାକୁ ପଡ଼ିଲା।Advertisment CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ ଦକ୍ଷିଣ ଏସିଆରେ ବଢୁଛି ସମସ୍ୟାକେବଳ ପୋଡ଼ମପେଟ୍ଟା ନୁହେଁ, ଦକ୍ଷିଣ ଏସିଆର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ଲୋକଙ୍କୁ ବାସ୍ତୁହରା ହେବାକୁ ବାଧ୍ୟ କରୁଛି।
ତଥ୍ୟ ଅନୁସାରେ, ଭାରତ ଓ ବାଂଲାଦେଶରେ କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୨୦୨୪ ସୁଦ୍ଧା ପ୍ରାୟ ୮୦ ଲକ୍ଷ ଲୋକ ନିଜ ଦେଶ ମଧ୍ୟରେ ବିସ୍ଥାପିତ ହୋଇଛନ୍ତି।
ଘୂର୍ଣ୍ଣିଝଡ଼, ବନ୍ୟା ଓ ଅନ୍ୟ ବିପର୍ଯ୍ୟୟ ସମୟରେ ଏହି ଲୋକଙ୍କ ମଧ୍ୟରୁ ଅନେକ ଅସ୍ଥାୟୀ ଭାବେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ।
ତେବେ କିଛି ଲୋକଙ୍କ ପାଇଁ ପୁରୁଣା ଘରକୁ ଫେରିବା ଆଉ ସମ୍ଭବ ନୁହେଁ।
ଏଭଳି ସ୍ଥିତିରେ, ଲୋକଙ୍କୁ ସ୍ଥାୟୀ ଭାବେ ଅନ୍ୟତ୍ର ପୁନଃସ୍ଥାପିତ କରାଯିବା ଆବଶ୍ୟକ ହେଉଛି, ଯାହାକୁ ଯୋଜନାବଦ୍ଧ ପୁନର୍ବାସ କୁହାଯାଉଛି।
କେବଳ ଘରଖଣ୍ଡେ ଯଥେଷ୍ଟ ନୁହେଁଯୋଜନାବଦ୍ଧ ପୁନର୍ବାସର ଲକ୍ଷ୍ୟ ହେଉଛି, ଲୋକଙ୍କୁ ସମ୍ଭାବ୍ୟ ବିପଦରୁ ଦୂରରେ ଏକ ସୁରକ୍ଷିତ ସ୍ଥାନ ଯୋଗାଇବା।
ତେବେ ବାସସ୍ଥାନ ସହ ନିଯୁକ୍ତି, ରାସ୍ତା, ସ୍କୁଲ, ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳ ଭଳି ଅତ୍ୟାବଶ୍ୟକୀୟ ସୁବିଧା ବି ଲୋଡ଼ା।
ଏଭଳି ଅନେକ ଲୋକ କହନ୍ତି, ସେମାନଙ୍କୁ ସ୍ଥାୟୀ ଠିକଣା ମିଳିଥିବାରୁ ସରକାରୀ ଯୋଜନା ଓ ଅନ୍ୟାନ୍ୟ ସୁବିଧା ପାଇବା ସହଜ ହୋଇଛି।
ତେବେ ନୂଆ ବସତିରେ ସେମାନେ ଜଳବନ୍ଦୀ ଓ ଖରାପ ରାସ୍ତା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ପେଟପାଟଣା ହରାଇବାର ଭୟଗାଁ ଛାଡ଼ି ଯାଉଥିବା ଲୋକଙ୍କ ପାଇଁ ରୋଜଗାର ଏକ ବଡ଼ ଚିନ୍ତାର ବିଷୟ।
ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ରକୂଳ କେବଳ ରହିବାର ସ୍ଥାନ ନୁହେଁ, ବରଂ ସେମାନଙ୍କ ଜୀବିକା ମଧ୍ୟ।
ସେହିପରି ଚାଷୀଙ୍କ ପାଇଁ ସେମାନଙ୍କ କ୍ଷେତ ହେଉଛି ଆୟର ପ୍ରାଥମିକ ଉତ୍ସ।
କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସମୁଦ୍ରକୂଳିଆ ଗାଁର ବାସିନ୍ଦା ଭିଟାମାଟି ଛାଡ଼ି ନୂଆଘର ଲାଗି ଜମି ପାଇଥିଲେ ବି ଚାଷ ପାଇଁ ଜମି ପାଇ ନଥିବା ଅଭିଯୋଗ ହୋଇଆସୁଛି।
ସେହିପରି ନୂଆ ବସତିରେ କର୍ମନିଯୁକ୍ତି ସୁଯୋଗ ମଧ୍ୟ ସୀମିତ।
ଆଗରୁ ସେମାନେ ପାଖାପାଖି ଫାର୍ମ, ପାଖ ଜଙ୍ଗଲ ଓ ବିଭିନ୍ନ ଜଳଉତ୍ସରୁ ଅନେକ ଆବଶ୍ୟକତା ପୂରଣ କରୁଥିଲେ।
ହେଲେ ଏବେ ତାହା ସମ୍ଭବ ନୁହେଁ।
ଏଭଳି ସ୍ଥିତିରେ ଅନେକ ପରିବାର ନିଯୁକ୍ତି ଖୋଜିବା ପାଇଁ ଅନ୍ୟ ସହର ଓ ରାଜ୍ୟକୁ ସ୍ଥାନାନ୍ତର ହେଉଛନ୍ତି।
AIIMS Bhubaneswar: ପୂର୍ଣ୍ଣ ହେଲା ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା ଲୋକଙ୍କ ସହଭାଗିତା ଆବଶ୍ୟକବିପର୍ଯ୍ୟୟ ଯୋଗୁଁ ଭିଟାମାଟିରୁ ଲୋକଙ୍କୁ ସ୍ଥାନାନ୍ତର କରିବା ନୂଆ ସମସ୍ୟା ସୃଷ୍ଟି କରୁଛି।
କାରଣ ନୂଆ ବସତି ସେମାନଙ୍କ ପାରମ୍ପରିକ ଜୀବନଶୈଳୀ ଓ ସଂସ୍କୃତି ସହ ସମନ୍ୱିତ ହେବା ଉଚିତ।
ଘରେ ରୋଷେଇ କରିବା, ପଶୁପାଳନ ଓ ପରିବାରର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିବା ଦରକାର।
ସେହିପରି ପିଲାଙ୍କ ପାଇଁ ଖେଳିବା ଏବଂ ସାମାଜିକ ଅନୁଷ୍ଠାନ ଆଦି ଲାଗି ମଧ୍ୟ ଜାଗା ରହିବା ଦରକାର।
ଏଥିସହିତ ନୂଆ ବସତିକୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷିତ ରଖିବା ସହ ସଂସ୍କୃତି ଏବଂ ପରମ୍ପରା ପାଇଁ ମଧ୍ୟ ସ୍ଥାନ ରହିବା ଉଚିତ, ଯାହାଦ୍ବାରା ସେମାନେ ନୂତନ ସ୍ଥାନକୁ ନିଜର କହିପାରିବେ।
ପୁରୁଣା ପୋଡ଼ମପେଟ୍ଟାବାସୀଙ୍କ ନୂତନ ଘରଗୁଡ଼ିକ ସମୁଦ୍ରଠାରୁ ଟିକିଏ ଦୂରରେ ନିର୍ମିତ ହୋଇଛି।
ଲୋକମାନେ ହିଁ ଏହି ସ୍ଥାନ ବାଛିଥିଲେ।
ତେବେ ଏହା ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇନାହିଁ।
ତେଣୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେତେବେଳେ ଲୋକମାନେ ଘର ଛାଡ଼ିବାକୁ ବାଧ୍ୟ ହୁଅନ୍ତି, ସେମାନଙ୍କୁ କେବଳ ଏକ ନିରାପଦ ଆଶ୍ରୟସ୍ଥଳ ଯୋଗାଇଦେଲେ ହେବ ନାହିଁ, ବରଂ ସମ୍ମାନର ସହିତ ଏକ ନୂଆ ଜୀବନ ଆରମ୍ଭ କରିବା ଲାଗି ସେମାନଙ୍କୁ ସୁଯୋଗ ମଧ୍ୟ ଦିଆଯିବା ଉଚିତ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
