CJP: ଆନ୍ଦୋଳନରୁ ଓହରିଲା ସିଜେପି, ଗଣତନ୍ତ୍ରର ବିଜୟ କହିଲେ ୱାଙ୍ଗଚୁକ୍‌

Jul 25, 2026 - 19:02
CJP: ଆନ୍ଦୋଳନରୁ ଓହରିଲା ସିଜେପି, ଗଣତନ୍ତ୍ରର ବିଜୟ କହିଲେ ୱାଙ୍ଗଚୁକ୍‌

"ନୂଆଦିଲ୍ଲୀ: ଜନ୍ତରମନ୍ତରରେ ଗତ ଜୁନ ୬ ତାରିଖରୁ ୫୦ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ଆଜି ସିଜେପି (କକ୍ରୋଚ ଜନତା ପାର୍ଟି) ପ୍ରତ୍ୟାହାର କରିନେଇଛି।

କେନ୍ଦ୍ର ସରକାରଙ୍କ ସହ ସେମାନଙ୍କର ହୋଇଥିବା ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

କନଷ୍ଟିଚ୍ୟୁସନ୍‌ କ୍ଲବରେ ସରକାର ଓ ସିଜେପି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ସିଜେପି ପ୍ରବକ୍ତା ସୌରଭ ଦାସ ଓ ଆଶୁତୋଷ ରଙ୍କା ଏ ନେଇ ଘୋଷଣା କରିଛନ୍ତି।Advertisment ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ନଡ୍ଡା କହିଛନ୍ତି ବର୍ତ୍ତମାନ ସୁଦ୍ଧା ଦାଖଲ ହୋଇଥିବା ଏଫ୍‌ଆଇଆର୍‌ କପିଗୁଡ଼ିକୁ ସିଜେପିକୁ ପ୍ରଦାନ କରାଯିବ ଏବଂ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁ‌ଷ୍ଠାନ ନିଆଯିବ ନାହିଁ।

ନିୟମ ଅନୁଯାୟୀ ଯାହା ସର୍ବାଧିକ ସମ୍ଭବ ତାହା କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ ବୋଲି ନଡ୍ଡା ସ୍ପଷ୍ଟ କରିଛନ୍ତି।

ସରକାରଙ୍କୁ ସିଜେପି ପକ୍ଷରୁ ବିଚାର ପାଇଁ ୫-ସୂତ୍ରୀ ସନନ୍ଦ ପ୍ରଦାନ କରାଯାଇଛି।

ସେଥିରେ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗ ରହିଛି।

ଆହୁରି ପଢନ୍ତୁ: IND vs ZIM T20I: ଜିମ୍ବାୱେ ଆଗରେ ୨୨୦ ରନ୍‌ର ବିଜୟ ଲକ୍ଷ୍ୟ, ଈଶାନ-ତିଲକଙ୍କ ବିସ୍ଫୋରକ ବ୍ୟାଟିଂ ସରକାରଙ୍କ ସହ ଉତ୍ତମ ବିଶ୍ବାସରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ବୋଲି ପ୍ରବକ୍ତା ଶ୍ରୀ ଦାସ କହିଛନ୍ତି।

ଯେଉଁସବୁ ଦାବିଗୁଡ଼ିକ ଉପରେ ସରକାର ରାଜି ହୋଇଛନ୍ତି ତାହା ଶୀଘ୍ର ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

ସରକାରଙ୍କ ସହିତ ପରବର୍ତ୍ତୀ ଆଲୋଚନା ୪ ସପ୍ତାହ ପରେ ହେବା ନେଇ ସେ ସୂଚନା ଦେଇଛନ୍ତି।

ସରକାର ଆମର ସମସ୍ତ ଦାବି ଗ୍ରହଣ କରିଥିବାରୁ ତୁରନ୍ତ ଆନ୍ଦୋଳନରୁ ଓହରି ଶାନ୍ତିପୂର୍ଣ୍ଣ ଭାବେ ଘରକୁ ଫେରିିଯିବା ପାଇଁ ପ୍ରବକ୍ତା ଶ୍ରୀ ରଙ୍କା କହିଚନ୍ତି।

ଉଲ୍ଲେଖଯୋଗ୍ୟ, ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଜନ୍ତରମନ୍ତରରେ ଆନ୍ଦୋଳନକାରୀ ଖୁସି ମନାଇଥିଲେ।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସେମାନଙ୍କ ମୁଖ୍ୟ ଦାବି ରହିଥିଲା।

ତେବେ ଏତିକିରେ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଥିଲେ।

ନିଟ୍‌ ପ୍ରଶପତ୍ର ପ୍ରଘଟ ପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ, ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ଉପରେ ଲାଠିମାଡ଼ ଓ ଲୁହବୁହା ଗ୍ୟାସ ପ୍ର‌ୟୋଗ କରିଥିବା ଦୋଷୀ ପୁଲିସ ଅଧିକାରୀଙ୍କୁ ବିଦା କରିବା ଏବଂ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ନାମରେ ରୁଜୁ ହୋଇଥିବା ସବୁ ମାମଲା ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଥିଲେ।

ଆହୁରି ପଢନ୍ତୁ: Editorial: କ୍ରୀଡ଼ାର ଦର୍ପଣରେ ବିଶ୍ବରୂପ ଦର୍ଶନ: ଅଭିରାମ ବିଶ୍ବାଳଙ୍କ ସମ୍ପାଦକୀୟ ଆଳାପ ଓ ଆଲୋଚନାରେ ପଢ଼ନ୍ତୁ ଏଥର...

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ ପ୍ରତିକ୍ରିୟା ରଖି ଏହା ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି।

ଏଥିପାଇଁ ସେ ଛାତ୍ରମାନଙ୍କ ଆନ୍ଦୋଳନ ଏବଂ ସେଥିରେ ନାଗରିକମାନଙ୍କ ଅଂଶଗ୍ରହଣକୁ ଶ୍ରେୟ ଦେଇଛନ୍ତି।

ଏକ ପୋଷ୍ଟରେ, ୱାଙ୍ଗଚୁକ୍ ଏହାକୁ "ଗଣତନ୍ତ୍ରର ବିଜୟ, ପ୍ରତ୍ୟକ୍ଷ ଗଣତନ୍ତ୍ର ...

ରାସ୍ତାରୁ ସିଧାସଳଖ" ବୋଲି ବର୍ଣ୍ଣନା କରିଛନ୍ତି।

ଏହାକୁ "ଶାନ୍ତି, ଧୈର୍ଯ୍ୟ ଏବଂ ଦୃଢ଼ତାର ବିଜୟ" ବୋଲି କହି ନିଟ୍‌ ପେପର୍ ଲିକ୍ ଅଭିଯୋଗରେ ଭୟ ତ୍ୟାଗ କରି ଦେଶବ୍ୟାପୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବାରୁ ସେ କକ୍ରୋଚ୍ ଜନତା ପାର୍ଟି (ସିଜେପି), ଜେନ୍‌ ‌ଜେଡ୍‌ ଏବଂ ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆନ୍ଦୋଳନ ବର୍ତ୍ତମାନ ଉତ୍ତରଦାୟିତ୍ବ ଠାରୁ ଆଗକୁ ବଢ଼ି ସଂସ୍କାର ଆଡ଼କୁ ଅଗ୍ରସର ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।