CJP Protest: ନ୍ୟାୟ ଦାବି କଲେ ଯନ୍ତରମନ୍ତର ଛାତ୍ର ପ୍ରତିବାଦରେ ଆହତ ପୁଲିସଙ୍କ ପରିବାର...

Jul 31, 2026 - 15:45
CJP Protest: ନ୍ୟାୟ ଦାବି କଲେ ଯନ୍ତରମନ୍ତର ଛାତ୍ର ପ୍ରତିବାଦରେ ଆହତ ପୁଲିସଙ୍କ ପରିବାର...

"ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଛାତ୍ରଙ୍କ ପ୍ରତିବାଦ ସମୟରେ ଆହତ ହୋଇଥିବା ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାରର ସଦସ୍ୟମାନେ ପ୍ରତିବାଦ ସମୟରେ ପୁଲିସ ବାହିନୀର କାର୍ଯ୍ୟ ପାଇଁ ସେମାନଙ୍କୁ ନିନ୍ଦା କରିବା ବନ୍ଦ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଦିଲ୍ଲୀରେ ସମ୍ପ୍ରତି ଛାତ୍ର ପ୍ରତିବାଦ ସମୟରେ ଆହତ ହୋଇଥିବା ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାର ଶୁକ୍ରବାର ଦିନ ଦାବି କରିଛନ୍ତି ଯେ, ଆନ୍ଦୋଳନ ସମୟରେ ପୁଲିସ ଅଧିକାରୀମାନେ ପ୍ରବଳ ହିଂସାର ଶିକାର ହୋଇଥିଲେ।

ସେମାନେ କହିଛନ୍ତି ଯେ, ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ସ୍ଥିତିକୁ କେହି ଗୁରୁତ୍ବ ଦେଉନାହାନ୍ତି।

Advertisment ଆହୁରି ପଢ଼ନ୍ତୁ- Railway Station: ରାଉରକେଲା ରେଳ ଷ୍ଟେସନରେ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ ପୁଲିସ କର୍ମଚାରୀଙ୍କୁ ନିନ୍ଦା କରିବା ବନ୍ଦ କରିବାକୁ ଜନସାଧାରଣଙ୍କୁ ଅନୁରୋଧ ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୀଡ଼ିତ ପୁଲିସ କର୍ମଚାରୀଙ୍କ ପରିବାରର ସଦସ୍ୟମାନେ ପୁଲିସ ଉପରେ ହୋଇଥିବା ଆକ୍ରମଣର ଭିଡିଓ ଉପସ୍ଥାପନ କରିଛନ୍ତି।

ସେମାନେ କହିଥିଲେ ଯେ, ଛାତ୍ରଙ୍କ ପ୍ରତିବାଦ ଚାଲିଥିବାବେଳେ ଅ‌ନେକ ଅସାମାଜିକ ଲୋକ ସେଠାକୁ ପ୍ରବେଶ କରିଆସିଥିଲେ।

ସେମାନଙ୍କ ଆକ୍ରମଣରେ ଅନେକ ପୁଲିସ ଅଧିକାରୀ ଗୁରୁତର ହୋଇଥିବାବେଳେ ସେମାନଙ୍କର ଏବେବି ଚିକିତ୍ସା ଚାଲିଛି।

ପୁଲିସ କର୍ମଚାରୀଙ୍କ ପରିବାର ମଧ୍ୟ ସେମାନଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।

ପରିବାରବର୍ଗ ଯୁକ୍ତି ଦେଇଥିଲେ ଯେ, ଛାତ୍ରମାନଙ୍କ ଉପରେ ପୁଲିସର ଅତ୍ୟାଚାର ଅଭିଯୋଗ ଦ୍ୱାରା ସେମାନଙ୍କ ଦୁଃଖ ଢାଙ୍କି ହୋଇଯାଇଛି।

ସେମାନେ ପୁଲିସ କର୍ମଚାରୀଙ୍କୁ ନିନ୍ଦା କରିବା ବନ୍ଦ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ- BJP Leader's Daughter: ନୂଆ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିଯୁକ୍ତିକୁ ହାସ୍ୟାସ୍ପଦ କହିଲେ ବିଜେପି ନେତାଙ୍କ ଝିଅ ପ୍ରତିବାଦ ସମୟରେ ଆହତ ହୋଇଥିବା ଦିଲ୍ଲୀ ପୁଲିସର ଜଣେ ସବ୍ ଇନ୍ସପେକ୍ଟରଙ୍କ ଝିଅ ଦାବି କରିଛନ୍ତି ଯେ, ତାଙ୍କ ବାପାଙ୍କୁ ପ୍ରତିବାଦକାରୀ ପିଟିପିଟି ଅଧମରା କରି ଦେଇଥିଲେ।

ସେ ବହୁ ସମୟ ଧରି ଚେତାଶୂନ୍ୟ ହୋଇଯାଇଥିଲେ।

ଏହା ପରିବାରକୁ ଗଭୀର ଆଘାତ ଦେଇଛି।

ଦିଲ୍ଲୀ ପୁଲିସର ଅନ୍ୟ ଜଣେ ଆସିଷ୍ଟାଣ୍ଟ ସବ-ଇନସ୍ପେକ୍ଟରଙ୍କ ପତ୍ନୀ ସୀମା କହିଛନ୍ତି ଯେ, ତାଙ୍କ ସ୍ୱାମୀ କନଷ୍ଟେବଳ ଭାବରେ ପୁଲିସରେ ଯୋଗ ଦେଇଥିଲେ ଓ ୩୩ ବର୍ଷ ଧରି ସେବା କରି ଆସୁଛନ୍ତି।

ଜୁଲାଇ ୨୦ ତାରିଖରେ ସଂସଦ ଅଭିମୁଖେ ସିଜେପିର ପଦଯାତ୍ରା ସମୟରେ ପଥର ମାଡ଼ ହେବାପରେ ସେ ଗଭୀର ଆହତ ହୋଇଥିଲେ।

ଆକ୍ରମଣ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଦାବି କରିଛନ୍ତି।

ସାଂସଦମାନଙ୍କୁ ନିବେଦନ କରି ପୁଲିସ କର୍ମଚାରୀଙ୍କ ପରିବାର ଲୋକ ପୁଲିସ କର୍ମଚାରୀ ଓ ସେମାନଙ୍କ ପରିବାରର ଅଧିକାର ଓ କଲ୍ୟାଣ ବିଷୟରେ ବିଚାର କରିବାକୁ ଅନୁରୋଧ କରିଥିଲେ।

ଛାତ୍ର ପ୍ରତିବାଦ ସମୟରେ ପୁଲିସର ଅତ୍ୟାଚାର ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ଦାବି କରୁଛନ୍ତି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।