Vaishali District Magistrate: ବର୍ଷାରେ ଭିଜି କାଦୁଅରେ ପଶି ଧାନଚାରା ରୋପଣ କଲେ ଜିଲ୍ଲାପାଳ
"ହାଜିପୁର: ବିହାର ସମେତ ଦେଶର ବିଭିନ୍ନ ରାଜ୍ୟରେ ଧାନ ରୋପଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଏଭଳି ସମୟରେ ବୈଶାଳୀ ଜିଲ୍ଲାରୁ ଏକ ଅନନ୍ୟ ଏବଂ ପ୍ରେରଣାଦାୟକ ପ୍ରତିଛବି ଉଭା ହୋଇଛି।
ବୈଶାଳୀ ଜିଲ୍ଲାର ଜିଲ୍ଲାପାଳ ବର୍ଷା ସିଂହ ବିଦୁପୁର ବ୍ଲକର ଖଜଭଟ୍ଟା ଗ୍ରାମକୁ ପରିଦର୍ଶନରେ ଯାଇଥିଲେ।
ଗସ୍ତ ସମୟରେ ବର୍ଷା ଚାଷ ଜମିରେ କିଛି ମହିଳାଙ୍କୁ ଧାନ ରୋଇବା ଦେଖି ନିଜକୁ ଅଟକାଇ ପାରି ନଥିଲେ।
ସେ ଉକ୍ତ ଗ୍ରାମବାସୀଙ୍କ ଗହଣକୁ ଯାଇ କାଦୁଅରେ ପଶି ଧାନଚାରା ରୋଇବା ଆରମ୍ଭ କରିଥିଲେ।
ସେ ଏ ସମୟରେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।
ତାଙ୍କ ସହିତ ଥିବା କନିଷ୍ଠ ଅଧିକାରୀମାନେ ମଧ୍ୟ ଚାରା ରୋପଣରେ ସାମିଲ ହୋଇଥିଲେ।
Advertisment ଜିଲ୍ଲାପାଳ ବର୍ଷା ସିଂହ ବିଦୁପୁର ବ୍ଲକର ଖାଜଭଟ୍ଟା ଗ୍ରାମରେ ଚାଷୀ ଉମେଶ ରାୟଙ୍କ ଚାଷଜମି ପରିଦର୍ଶନ କରିଥିଲେ।
ସେଠାରେ ସେ ଉମେଶ ରାୟଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରାକୃତିକ କୃଷି ଶୈଳୀ ଯାଞ୍ଚ କରିଥିଲେ।
ଏହି ଗସ୍ତ ସମୟରେ ସେ ଚାଷୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ନିଜେ କ୍ଷେତ ଭିତରକୁ ଯାଇ ଧାନଚାରା ରୋଇଥିଲେ।
୨୦୨୭ ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବ ପାକିସ୍ତାନ ଲାଭ ବିଷୟରେ ଚାଷୀଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ ବର୍ଷା ସିଂହ ସ୍ଥାନୀୟ ଚାଷୀଙ୍କଠାରୁ ସେମାନଙ୍କର କୃଷି ଆବଶ୍ୟକତା ଏବଂ ଚ୍ୟାଲେଞ୍ଜ ସମ୍ପର୍କରେ ବିସ୍ତୃତ ସୂଚନା ସଂଗ୍ରହ କରିଥିଲେ।
ସେ ପ୍ରାକୃତିକ କୃଷି ପଦ୍ଧତି ଗ୍ରହଣ କରୁଥିବା ଚାଷୀଙ୍କ ସହିତ ଅଭିଜ୍ଞତା ଏବଂ ଲାଭ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
ପାରମ୍ପରିକ ପଦ୍ଧତି ସହିତ ବୈଜ୍ଞାନିକ ଏବଂ ସ୍ଥାୟୀ କୃଷି କୌଶଳ ଗ୍ରହଣ କରିବାକୁ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ ବର୍ଷା।
ବର୍ଷା ସିଂହ ବିହାର କ୍ୟାଡରର ୨୦୧୬ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ।
ସେ ବର୍ତ୍ତମାନ ବୈଶାଳୀ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।