CJP Protest: ଦିଲ୍ଲୀ ପୁଲିସ ହେପାଜତରେ ଅଭିଜିତ; ପରଲୋକରେ ଜେଜେମା’

Oct 10, 2026 - 13:45
CJP Protest: ଦିଲ୍ଲୀ ପୁଲିସ ହେପାଜତରେ ଅଭିଜିତ; ପରଲୋକରେ ଜେଜେମା’

" ନୂଆଦିଲ୍ଲୀ: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଜେଜେମା"ଙ୍କ ପରଲୋକ ହୋଇଛି।

ଅଭିଜିତ ଏବେ ଦିଲ୍ଲୀ ପୁଲିସ ହେପାଜତରେ ଥିବାବେଳେ ମହାରାଷ୍ଟ୍ରର ହିଙ୍ଗୋଲିରେ ତାଙ୍କ ଜେଜେମା"ଙ୍କ ଦେହାନ୍ତ ହୋଇଛି।

ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ।

ହିଙ୍ଗୋଲିସ୍ଥିତ ନିଜ ପୈତୃକ ଗାଁ ସନ୍ତୁକ ପିମ୍ପରିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଅଭିଜିତଙ୍କ ଆନ୍ଦୋଳନ ଓ ଦିଲ୍ଲୀରେ ଘଟିଥିବା ଘଟଣାକୁ ନେଇ ପରିବାର ପୂର୍ବରୁ ଚିନ୍ତିତ ଥିବାବେଳେ ଜେଜେମା"ଙ୍କ ମୃତ୍ୟୁ ପରିବାରକୁ ଗଭୀର ଆଘାତ ଦେଇଛି।

ସୂଚନା ଅନୁସାରେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରତିବାଦ କରିବାକୁ ଅଭିଜିତ ଘୋଷଣା କରିଥିଲେ।

ଏଥିରେ ସାମିଲ ହେବା ପାଇଁ ସେ ଆଜି ସକାଳେ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ।

କିନ୍ତୁ ବିମାନ ଭିତରେ ହିଁ ଦିଲ୍ଲୀ ପୁଲିସ ତାଙ୍କୁ ହେପାଜତକୁ ନେଇଥିଲା।

ତାଙ୍କ ସହ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା।

ପୁଲିସ ପ୍ରଥମେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା।

କିନ୍ତୁ ସେମାନେ ରାଜି ନ ହେବାରୁ ହେପାଜତକୁ ନିଆଯାଇଛି।

ଅଭିଜିତଙ୍କ ହେପାଜତକୁ ନେଇ ଦୁଃଖ ପ୍ରକାଶ କଲେ ବାପା-ମା" ଅଭିଜିତଙ୍କୁ ବିମାନ ଭିତରୁ ହେପାଜତକୁ ନିଆଯିବା ଘଟଣାକୁ ନେଇ ତାଙ୍କ ବାପା-ମା" ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେମାନେ କହିଛନ୍ତି ଯେ ବିମାନ ଭିତରେ ଏଭଳି ଗିରଫ କରିବା ଠିକ୍‌ ନୁହେଁ।

ଅଭିଜିତଙ୍କ ବାପା ପ୍ରଶ୍ନ କରିଛନ୍ତି, “ମୋ ପୁଅ କ"ଣ ଅପରାଧ କରିଥିଲା?” ତାଙ୍କ ପୁଅର କିଛି ହେଲେ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଦେଶରେ ପ୍ରଥମ ଥର ପାଇଁ ଜଣେ ଛାତ୍ରଙ୍କୁ ବିମାନ ଭିତରୁ ଗିରଫ କରାଯାଇଛି ବୋଲି ମଧ୍ୟ ସେ ଦାବି କରିଛନ୍ତି।

ତାଙ୍କ ମତରେ, ଅପରାଧୀ ଓ ଆତଙ୍କବାଦୀଙ୍କୁ ଧରିବାରେ ବିଳମ୍ବ ହେଉଥିବାବେଳେ ଅନ୍ୟ ଲୋକଙ୍କୁ ତୁରନ୍ତ ଗିରଫ କରାଯାଉଛି।

Advertisment ପ୍ରତିବାଦ ପୂର୍ବରୁ ଦିଲ୍ଲୀରେ ୩୫,୦୦୦ ସୁରକ୍ଷା କର୍ମୀ ମୁତୟନ; ସୀମା ଉପରେ ନଜର ରଖିଲା ଡ୍ରୋନ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)