CJI: ରାହୁଲ, ଖଡ଼ଗେଙ୍କୁ ଭେଟିବାକୁ ମନା କଲେ ସିଜେଆଇ

Oct 12, 2026 - 22:17
CJI: ରାହୁଲ, ଖଡ଼ଗେଙ୍କୁ ଭେଟିବାକୁ ମନା କଲେ ସିଜେଆଇ

"ନୂଆଦିଲ୍ଲୀ: ବିଚାରାଧୀନ ମାମଲା ସମ୍ପର୍କରେ ବୈଠକ କରି ଆଲୋଚନା କରିବା ସମ୍ବିଧାନର କ୍ଷମତା ପୃଥକୀକରଣ ନୀତିର ବିରୋଧୀ।

ଏହା ନ୍ୟାୟିକ ଶିଷ୍ଟାଚାର ଓ ନୈତିକତାର ମଧ୍ୟ ପରିପନ୍ଥୀ।

ଏହି କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ମିଳିଥିବା ଅନୁରୋଧକୁ ଖାରଜ କରିଛନ୍ତି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ।

ସୋମବାର ଏକ ଚିଠିରେ ସେ ଏହି କାରଣ ଦର୍ଶାଇବା ସହ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଆଇନଗତ ରାସ୍ତା ଆପଣାଇବାକୁ ଦୁଇ ନେତାଙ୍କୁ ପରାମର୍ଶ ଦେଇଛନ୍ତି।Advertisment ଆହୁରି ପଢନ୍ତୁ :Goddess Durga: ୭୧ ବାଇକ୍‌ରେ ମା" ଦୁର୍ଗାଙ୍କ ବିଶାଳ ଚିତ୍ର, ଡ୍ରୋନ୍‌ ଭିଡିଓରେ ମନ ମୋହିଲା ଅନନ୍ୟ କଳାକୃତି ଖଡ଼ଗେ ଓ ରାହୁଲ ଅକ୍ଟୋବର ୧୦ରେ ସିଜେଆଇଙ୍କୁ ଚିଠି ଲେଖି ସୋମବାର ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ସାକ୍ଷାତ୍ ପାଇଁ ସମୟ ମାଗିଥିଲେ।

ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସମ୍ପର୍କିତ ପ୍ରସଙ୍ଗ ସହ କେତେକ ଛାତ୍ରଙ୍କୁ ମନମୁଖି ଭାବେ ଗିରଫ କରାଯିବା, ମେଟ୍ରୋ ଷ୍ଟେସନ ବନ୍ଦ ଏବଂ ଟ୍ରେନ୍‌ ଚଳାଚଳ ବାତିଲ ଭଳି ଘଟଣା ଉପରେ ଦୁଇ ନେତା ଏକ ଦାବିପତ୍ର ଦେବାକୁ ଚାହୁଥିଲେ।

ସିଜେଆଇ ତାଙ୍କ ଚିଠିରେ କହିଛନ୍ତି, ଏହି ପ୍ରସଙ୍ଗଗୁଡ଼ିକ ପୂର୍ବରୁ ସୁପ୍ରିମ୍‌କୋର୍ଟର ବିଚାରାଧୀନ ରହିଛି।

ତେଣୁ ଏଗୁଡ଼ିକ ଉପରେ ବୈଠକ କରିବା ସମ୍ବିଧାନର ମୌଳିକ ଢାଞ୍ଚାର ଅଂଶବିଶେଷ ହୋଇଥିବା କ୍ଷମତା ପୃଥକୀକରଣ ନୀତିର ଉଲ୍ଲଂଘନ ହେବ।

ସୁପ୍ରିମ୍‌କୋର୍ଟର ପ୍ରଶାସନିକ କ୍ଷମତା ଏପରି ଅଭିଯୋଗର ସମାଧାନ ପାଇଁ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ :Sensex: ସେନ୍‌ସେକ୍ସ ୫୪୮ ପଏଣ୍ଟ ଖସିଲା ତେବେ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା କରିବା ସୁପ୍ରିମ୍‌କୋର୍ଟଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

ସମ୍ବିଧାନର ଧାରା ୩୨ ଓ ନ୍ୟାୟିକ ସମୀକ୍ଷା କ୍ଷମତା ଅନୁଯାୟୀ ଅଦାଲତ ଏଭଳି ଅଭିଯୋଗର ବିଚାର କରିପାରିବେ।

ତେଣୁ ପ୍ରଶାସନିକ ସ୍ତରରେ ଦାବିପତ୍ର ଦେବା ପରିବର୍ତ୍ତେ ଆଇନଗତ ପ୍ରକ୍ରିୟାରେ ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସିଜେଆଇ ଆହୁରି କହିଛନ୍ତି ଯେ ସମାନପ୍ରସଙ୍ଗସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ମଙ୍ଗଳବାର ହେବାକୁ ଧାର୍ଯ୍ୟ ହୋଇଛି।

ଖଡ଼ଗେ ଓ ରାହୁଲ ଚାହିଲେ ଆବେଦନ କରିପାରିବେ।

ଆଇନ ଅନୁଯାୟୀ ଯଥାଶୀଘ୍ର ଏହାର ଶୁଣାଣି କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)