Circuit House Gun Seizure ସର୍କିଟ ହାଉସ୍ରୁ ବନ୍ଧୁକ ଜବତ ଘଟଣା, ରିମାଣ୍ଡ୍ରେ ଗଲେ ୩ ଅଭିଯୁକ୍ତ
"ଯୁବନେତାଙ୍କ ନାଁରେ ରୁମ୍ ବୁକ୍!
ମୁହଁ ଖୋଲୁନି ପ୍ରଶାସନ ରାଉରକେଲା: ରାଉରକେଲା ସର୍କିଟ୍ ହାଉସ୍ରୁ ୪ଟି ବନ୍ଧୁକ, ୯ଟି ଜୀବନ୍ତ ଗୁଳି ଓ ମ୍ୟାଗାଜିନ୍ ଜବତ ଘଟଣାକୁ ୫ ଦିନ ବିତିସାରିଲେ ସୁଦ୍ଧା, ମୁଖ୍ୟ ଅଭିଯୁକ୍ତ କିଏ ଓ କେଉଁ ଉଦ୍ଦେଶ୍ୟରେ ରୁମ୍ ବୁକ୍ କରିଥିଲେ, ତାହା ଏଯାଏ ସ୍ପଷ୍ଟ କରୁନି ପୁଲିସ।
ସର୍କିଟ୍ ହାଉସ୍ ଦାୟିତ୍ବରେ ଥିବା ପାନପୋଷ ଉପଜିଲ୍ଲାପାଳଙ୍କ ଭୂମିକା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Advertisment Gun: ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ ଘଟଣାରେ ରଘୁନାଥପାଲି ପୁଲିସ ୭ ଜଣ, ବିକାଶ ଡୁଙ୍ଗୁରୀ, ନାରାୟଣ ସାହୁ, ସାଗର ସାହୁ, କରତାର ସିଂହ, ବିକି ଶର୍ମା, ରାଜେଶ ଶ୍ରୀବାସନ୍ତବ ଓ ରାଜେଶ ସାହୁଙ୍କୁ ଗିରଫ କରିଥିଲା।
ପୁଲିସ ଆଜି ତିନି ଅଭିଯୁକ୍ତ ବିକାଶ, ସାଗର ଓ ରାଜେଶଙ୍କୁ ୨ ଦିନିଆ ରିମାଣ୍ଡ୍ରେ ନେଇଛି।
ବନ୍ଧୁକ କାରବାର, ରାଜନୈତିକ ଲିଙ୍କ୍ ବାବଦରେ ଖୋଳତାଡ଼ ଚଳାଇବା ସହିତ କେଉଁ ଉଦ୍ଦେଶ୍ୟରେ ଏବଂ କାହା ଆଶୀର୍ବାଦରେ ଅଭିଯୁକ୍ତମାନେ ସର୍କିଟ୍ ହାଉସ୍ରେ ୨୦ ଦିନ ଧରି ଆଡ଼ା ଜମାଇଥିଲେ, କେଉଁଠାରୁ ବନ୍ଧୁକ ଆଣିଲେ ଓ କଣ ଅପରାଧ ଯୋଜନା ଥିଲା, ସେନେଇ ଅଧିକ ପଚରାଉଚରା କରୁଛି।
Mega Project Reviewed ଏସ୍ସିବି ମେଡିକାଲ ଓ ରାଉରକେଲା ହନୁମାନ ବାଟିକା ପ୍ରକଳ୍ପ ପୁନଃବିକାଶ ସମୀକ୍ଷା ଅନ୍ୟପଟେ ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ନାଁରେ ଏହି ସର୍କିଟ ହାଉସର ଦୁଇଟି ରୁମ୍ ବୁକ୍ କରାଯାଇଥିବା ଅଭିଯୋଗ ଉଠିଛି।
ତେବେ ଏନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଉନି।
ଅପରପକ୍ଷରେ ସଂପୃକ୍ତ ଯୁବନେତା କେବଳ ଜୁଲାଇ ଶେଷ ସପ୍ତାହରେ ୨ ଦିନ ପାଇଁ ରୁମ୍ ବୁକ୍ କରିଥିବା ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।
ପୁଲିସ ସର୍କିଟ୍ ହାଉସ୍ର ନଥିପତ୍ର ଓ ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ଲୋଡ଼ିଛି।
ଏଣେ ଯୁବନେତାଙ୍କୁ ସୁରକ୍ଷା ଦେବାକୁ ପ୍ରଶାସନ ଦିନରାତି ଏକ କରିଦେଇଛି, ଏଣୁ ସଂପୃକ୍ତ କାଗଜପତ୍ର ତଞ୍ଚକତା କରାଯିବା ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।
ସର୍କିଟ୍ ହାଉସ୍ ପରିଚାଳନା ଦାୟିତ୍ବରେ ଅଛନ୍ତି ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ।
ସେ କିଭଳି କୁଖ୍ୟାତ ଅପରାଧୀଙ୍କୁ ଏତେଦିନ ଧରି ରୁମ୍ ଯୋଗାଇଲେ, ପ୍ରଶ୍ନ ଉଠିଛି।
ରୁମ୍ରେ ମାରଣାସ୍ତ୍ର ସହ ଅପରାଧୀଙ୍କୁ କିଏ ରଖିଥିଲେ, ଏ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା କି?
ତଥାକଥିତ ଯୁବନେତାଙ୍କ ମୌଖିକ ନିର୍ଦ୍ଦେଶରେ ଅନୌପଚାରିକ ଭାବେ ରୁମ୍ ଦିଆଯାଇନଥିଲା ତ?
ଅଭିଯୁକ୍ତମାନେ କୁଆଡ଼େ ସର୍କିଟ୍ ହାଉସ୍ର କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ।
ଏହାସତ୍ତ୍ବେ ପ୍ରଶାସନ ପକ୍ଷରୁ ପୁଲିସ୍ରେ ଏତଲା ଦିଆଯାଇନି।
ଏମିତିକି ସର୍କିଟ୍ ହାଉସ୍ କୋଠରିରୁ ଅପରାଧୀମାନେ ସାମାଜିକ ଗଣମାଧ୍ୟମରେ ଭିଡିଓ ଅପଲୋଡ୍ କରି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧମକ ଦେଉଥିଲେ।
Mahua Liquor Raid ମଦ ବେପାରୀଙ୍କ ଘରୁ ପିସ୍ତଲ, ଦେଶୀ ବନ୍ଧୁକ: ଫେରାର୍ ଅଭିଯୁକ୍ତ ଗିରଫ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ସାତଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ ଓ ସର୍କିଟ ହାଉସ କର୍ମଚାରୀଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ ଚାଲିଛି।
ଏହି ଘଟଣା ସ୍ଥାନୀୟ ପ୍ରଶାସନର କଡ଼ା ନିରୀକ୍ଷଣ ଓ ନିରାପତ୍ତା ବ୍ୟବସ୍ଥାର ବଡ଼ ବିଫଳତାକୁ ପଦାରେ ପକାଇଛି।
ଏନେଇ ଉପଜିଲ୍ଲାପାଳ ଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ କହିଲେ, ସଂପ୍ରତି ଘଟଣା ତଦନ୍ତ ପରିସରଭୁକ୍ତ।
ଏଣୁ ସେ କିଛି ପ୍ରତିକ୍ରିୟା ଦେଇପାରିବେନି ବୋଲି କହିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
