Child Marriage-Free India ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଛତ୍ରପୁରରେ ସାମୂହିକ ଶପଥ ପାଠ

Nov 27, 2026 - 17:17
Child Marriage-Free India ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଛତ୍ରପୁରରେ ସାମୂହିକ ଶପଥ ପାଠ

ଛତ୍ରପୁର (ବସନ୍ତ କୁମାର ମହାରଣା): ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ଆଜି (ଶୁକ୍ରବାର) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ରୁଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ଅଂଶୀଦାର ସମ୍ମିଳନୀ ଏବଂ ସାମୂହିକ ଅନଲାଇନ୍ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

Advertisment Child marriage: ଘରେଘରେ ବାଲ୍ୟ ବିବାହ; ୩୩ ବର୍ଷରେ ଆଈ, ଜେଜେମାଆ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ ) ସଚ୍ଚିଦାନନ୍ଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ନିରାକରଣ ପାଇଁ ସମସ୍ତ ବିଭାଗ, ଅଂଶୀଦାର ଓ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସମନ୍ୱିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

Child Marriage: ମା'ଙ୍କ ଠାରୁ ପ୍ରେରଣା ପାଇ ବାଲ୍ୟବିବାହ ବନ୍ଦ କରିବା ଅଭିଯାନରେ ଉମା ସମ୍ମିଳନୀରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କହଁର, ଏସ ଡବ୍ଲୁଓ ସଙ୍ଗୀତା ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢ଼ୀ, ଗଞ୍ଜାମ ପୋଲିସ ଜିଲ୍ଲାର ଡ଼ିଏସପି ଗିରିଜା ନନ୍ଦନ ପଟ୍ଟନାୟକ, ବ୍ରହ୍ମପୁର ପୁଲିସ ଜିଲ୍ଲାର ଡିଏସ୍‌ପି ଅକ୍ଷୟ କୁମାର ପଣ୍ଡା, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ରଥ, ଜିଲ୍ଲା ମହିଳା ସଶକ୍ତୀକରଣ କେନ୍ଦ୍ର ସଂଯୋଜିକା ଗୀତାଞ୍ଜଳି ମହାରଣା ଜିଲ୍ଲା ପ୍ରୋଗ୍ରାମ ଅଫିସର (ଆଇସିଡିଏସ୍‌) , କ୍ୟୁୟର୍ସ ଅନୁଷ୍ଠାନ ସମ୍ପାଦକ ଅରୁଣ କୁମାର ଶତପଥି , ବ୍ରହ୍ମପୁର ଏବଂ ଛତ୍ରପୁରର ଆଇସିଡିସ କାର୍ଯ୍ୟକ୍ରମ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଅଂଶୀଦାରମାନେ ଯୋଗଦେଇଥିଲେ।

Child Marriage: ପାଞ୍ଚ ବର୍ଷରେ ୧୮୮୯ ବାଲ୍ୟ ବିବାହ ରୋକିଲାଣି ପ୍ରଶାସନ କାର୍ଯ୍ୟକ୍ରମରେ ବାଲ୍ୟ ବିବାହର କୁପରିଣାମ, ଏହାର ଆଇନଗତ ଦିଗ, ଶିଶୁ ସୁରକ୍ଷା, କିଶୋରୀମାନଙ୍କ ଶିକ୍ଷା ଓ ସଶକ୍ତୀକରଣ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା।

ମହିଳା ସୁରକ୍ଷା ଅଧିକାରୀ ଡି.

ନାଗୋରନ୍ତମ ଧନ୍ୟବାଦ ଅର୍ପଣ କରିଥିବା ବେଳେ ୟୁନିସେଫ୍‌ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ସଂଯୋଜନା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)