Baratha–Kuanpal Road Doubled ଦୋଥାକିଆ ହେଲା ବରାଠା–କୁଆଁପାଳ ରାସ୍ତା
ଭୁବନେଶ୍ବର: କଟକ ରୁରାଲ୍ ୱାର୍କସ୍ ଡିଭିଜନ୍-୧ ପକ୍ଷରୁ 'ଗ୍ରାମୀଣ ରାସ୍ତାର ଉନ୍ନତୀକରଣ' ଯୋଜନାରେ ବରାଠା–କୁଆଁପାଳ ରାସ୍ତାର ଉନ୍ନତୀକରଣ ଓ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି।
Advertisment Neglect: ବାରମ୍ୱାର ଦାବି ପରେ ବି ନିର୍ମାଣ ହେଉନି ଗ୍ରାମ୍ୟ ରାସ୍ତା; ଯନ୍ତ୍ରଣା ଭଗୁଛନ୍ତି ଗ୍ରାମବାସୀ ୨୦୨୫ ମଇ ୨୨ ତାରିଖରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏଥିସହ ରାସ୍ତାପାର୍ଶ୍ୱରେ ଥିବା ଗଛଗୁଡ଼ିକର ଗଣ୍ଡିରେ ଧଳା ରଙ୍ଗ ଲଗାଯାଉଛି।
ରାତିରେ ଯାତାୟାତ ସମୟରେ ଗଛଗୁଡ଼ିକ ସ୍ପଷ୍ଟ ଦେଖାଯିବା ସହ ଦୁର୍ଘଟଣାର ଆଶଙ୍କା ହ୍ରାସ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଜଳକା ବନ୍ୟା ନିୟନ୍ତ୍ରଣ ପାଇଁ ଯୋଜନା କେବେ?
ଶତାଧିକ ଗ୍ରାମ୍ୟ ରାସ୍ତା ସପ୍ତାହ ସପ୍ତାହ ଧରି ପାଣିରେ ବୁଡ଼ିରହୁଛି ଅନ୍ୟପକ୍ଷରେ, ଏହି ରାସ୍ତାର ସୌନ୍ଦର୍ଯ୍ୟ ଓ ଏହାର ଚାରିପାଖର ସବୁଜ ପରିବେଶ ସୋସିଆଲ ମିଡିଆରେ ମଧ୍ୟ ଆକର୍ଷଣ ସାଜିଛି।
ରାସ୍ତାର ଫଟୋ ଓ ଭିଡିଓ ସେୟାର କରି ଅନେକ ନେଟିଜେନ୍ସ ଏହାକୁ ୟୁରୋପୀୟ ଭିତ୍ତିଭୂମି ସହ ତୁଳନା କରୁଛନ୍ତି।
ଗ୍ରାମୀଣ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଉନ୍ନତ ରାସ୍ତା ଭିତ୍ତିଭୂମିର ସମନ୍ୱୟ କିପରି ଏକ ଆକର୍ଷଣୀୟ ଚିତ୍ର ସୃଷ୍ଟି କରିପାରେ, ଏହି ରାସ୍ତା ତାହାର ଏକ ଉଦାହରଣ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
