Chief Minister's helicopter: ପୁରୀରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ଝଡ଼ବର୍ଷା ଯୋଗୁ ଯାତ୍ରା ପ୍ରଭାବିତ

Jun 09, 2026 - 05:51
Chief Minister's helicopter: ପୁରୀରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ଝଡ଼ବର୍ଷା ଯୋଗୁ ଯାତ୍ରା ପ୍ରଭାବିତ

"ପୁରୀ: ମୟୂରଭଞ୍ଜ ଗସ୍ତ ଶେଷ କରି ରାଜଧାନୀ ଫେରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର ସମଙ୍ଗ ହେଲିପ୍ୟାଡ୍‌ରେ ଜରୁରୀ ଅବତରଣ କରିଛି।

ଭୁବନେଶ୍ବରରେ ପହଞ୍ଚିବା ପୂର୍ବରୁ ପ୍ରବଳ ଝଡ଼ତୋଫାନ ଯୋଗୁ ସେଠାରେ ହେଲିକପ୍ଟର ଅବତରଣ ସମ୍ଭବ ହୋଇ ନଥିଲା।

ଏଣୁ ସୁରକ୍ଷିତ ଭାବେ ଅବତରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ପର୍ଯ୍ୟନ୍ତ ଆଣିବାକୁ ହୋଇଥିଲା।

ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ପାଖାପାଖି ନ ଯିବାକୁ ନିର୍ଦ୍ଦେଶ ଥିବାରୁ ହେଲିକପ୍ଟର ତାଳବଣିଆ ପର୍ଯ୍ୟନ୍ତ ନଯାଇ, ସମଙ୍ଗରେ ଅବତରଣ କରିଥିଲା।

ତୁରନ୍ତ ସୁରକ୍ଷା ଯୋଗାଇ ଦିଆଯିବା ସହ ହେଲିକପ୍ଟର ଭିତରେ ୫୦ ମିନିଟ୍‌ ବସିରହିଥିଲେ।

ପରେ ସେ ସର୍କିଟ୍‌ ହାଉସ୍‌ ଆସିଥି‌ଲେ।

ସେଠାରେ ପ୍ରାୟ ଘଣ୍ଟାଏ ରହିବା ପରେ କାର୍‌ ଯୋଗେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ।

ତାଙ୍କ ହେଲିକପ୍ଟର ପୁରୀରେ ପହଞ୍ଚିବାର ମାତ୍ର ୨୦ ମିନିଟ୍‌ ଭିତରେ ଝଡ଼ତୋଫାନ ଆରମ୍ଭ ହୋଇଯାଇଥିଲା।

Advertisment Horoscope 2026 June 09: ଜାଣନ୍ତୁ ଆଜିର ରାଶିଫଳ...

ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ଣ ୧୦ଟା ବେଳେ ହେଲିକପ୍ଟର ଯୋଗେ ବାରିପଦା ଯାଇଥିଲେ।

ସେଠାରେ ମେଡିକାଲ କଲେଜର କିଛି କାର୍ଯ୍ୟକ୍ରମ ସହ ଓ ଅନ୍ୟ କେତେକ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିଲା।

୩ଟା ୧୦ ମିନିଟରେ ସେଠାରୁ ଭୁବନେଶ୍ବର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।

ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଖରାପ ପାଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିବା ଖବର ପାଇବା ପରେ ଆମେ ତାଙ୍କୁ କାର୍‌କେଡ୍‌ ଜରିଆରେ ସର୍କିଟ୍‌ହାଉସ୍‌ ଆଣିଥିଲୁ।

ତାଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଥିଲେ।

କୌଣସି ସମସ୍ୟା ହୋଇନାହିଁ।

Environment: "ପରିବେଶ ଅନୁକୂଳ ବିକାଶକୁ ପ୍ରାଥମିକତା ଦିଆଯାଉ""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।