Cheque Bounce Case ଚେକ୍ ବାଉନ୍ସ ମାମଲା: ଦୋଷୀଙ୍କୁ ୬ ମାସ ଜେଲ, ୩.୪୦ ଲକ୍ଷ ଜରିମାନା
ବାରିପଦା (ବଟକୃଷ୍ଣ ବିହାରୀ): ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ବାରିପଦା ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଶୁଭ୍ରାଂଶୁ ଠାକୁର ଦୋଷୀଙ୍କୁ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହା ସହ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।
Advertisment ଦୁଷ୍କର୍ମ ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟକୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଜାନୁଗଞ୍ଜ ଅଞ୍ଚଳର ଚିତ୍ତରଞ୍ଜନ l ଅଭିଯୋଗ ଅନୁଯାୟୀ, ଚିତ୍ତରଞ୍ଜନ ଏକ ନିଲାମ ଗାଡ଼ି ବିକ୍ରି କରିବାର ପ୍ରତିଶ୍ରୁତି ଦେଇ ବାଙ୍ଗିରିପୋଷି ଥାନା ଜଗନ୍ନାଥଖୁଣ୍ଟାର ଶରତ ଚନ୍ଦ୍ର ପାଣିଙ୍କଠାରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ।
ଗାଡ଼ି ଯୋଗାଇ ନ ପାରିବାରୁ ଶରତଙ୍କୁ ସେ ୨ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ।
ମାତ୍ର ଚେକ୍ଟି ବାଉନ୍ସ ହୋଇଯାଇଥିଲା।
ଏନେଇ ଶରତ ଜେଏସ୍ଏଫସି-୧ଙ୍କ କୋର୍ଟରେ ମାମଲା ଦାୟର କରିଥିଲେ ।
ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଉକ୍ତ ମାମଲା ନଂ.୧୬୮/୨୦୧୨ରେ ମାଜିଷ୍ଟ୍ରେଟ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।
ବମ୍ବେ ହାଇକୋର୍ଟ ରାୟ: ଏକାଧିକ ବିବାହ ପଂଜୀକରଣ କରିପାରିବେ ମୁସ୍ଲିମ ପୁରୁଷ ଅଭିଯୋଗକାରୀ ଶରତ ଚନ୍ଦ୍ର ପାଣିଙ୍କ ପକ୍ଷରୁ ଆଇନଜୀବୀ ବଟକୃଷ୍ଣ ପାଢ଼ୀ ମାମଲା ପରିଚାଳନା କରୁଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
