Changing Weather: ପାଣିପାଗ ବଦଳିବା ସହ ପର୍ଯ୍ୟଟକଙ୍କ ଚାପ ଯୋଗୁଁ ବିପଦରେ 'ଥର୍ଡ ପୋଲ୍'

Jun 13, 2026 - 17:50
Changing Weather: ପାଣିପାଗ ବଦଳିବା ସହ ପର୍ଯ୍ୟଟକଙ୍କ ଚାପ ଯୋଗୁଁ ବିପଦରେ 'ଥର୍ଡ ପୋଲ୍'

"ଡେହରାଡୁନ: ବିଶ୍ୱର "ତୃତୀୟ ମେରୁ" ଭାବେ ପରିଚିତ ହିମାଳୟ ପାର୍ବତ୍ୟ ଅଞ୍ଚଳ ଏବେ ଗମ୍ଭୀର ପରିବେଶଗତ ସଙ୍କଟ ଦେଇ ଗତି କରୁଛି।

ବଢ଼ୁଥିବା ତାପମାତ୍ରା, ଅନିୟମିତ ବରଫପାତ, ଗ୍ଲେସିୟରର ସଂକୋଚନ ଏବଂ ମାନବୀୟ କାର୍ଯ୍ୟକଳାପର ଚାପ ଯୋଗୁଁ ଏସିଆର ଏହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥା ବିପନ୍ନ ହେବାରେ ଲାଗିଛି।

ପରିବେଶ ବିଜ୍ଞାନୀ ପ୍ରଫେସର ଏସ୍.ପି.

ସତିଙ୍କ କହିବା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ,ଋତୁଚକ୍ରରେ ଅସ୍ୱାଭାବିକ ବଦଳ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପ୍ରଦୂଷଣ ଯୋଗୁଁ ହିମାଳୟର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି ଏବଂ ଏହାର ସିଧାସଳଖ ପ୍ରଭାବ ଗ୍ଲେସିୟରଗୁଡ଼ିକ ଉପରେ ପଡ଼ୁଛି।Advertisment ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ସେନା ମୁଖ୍ୟ ହେବେ:ଘୋଷଣା କଲେ ସରକାର ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟନ ଜିଓଲୋଜିର ବରିଷ୍ଠ ଗ୍ଲେସିୟର ବିଜ୍ଞାନୀ ଡକ୍ଟର ମନୀଷ ମେହେଟ୍ଟା ପ୍ରକାଶ କରିଛନ୍ତି ଯେ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଲଦାଖ ଭଳି ସମଗ୍ର ହିମାଳୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇଛି, ଯାହା ପାହାଡ଼ ଉପରେ ଚାପ ବଢ଼ାଉଛି।

ବର୍ତ୍ତମାନ ହିମାଳୟ ଅଞ୍ଚଳରେ ପ୍ରାୟ ୧୨,୦୦୦ ଛୋଟ ବଡ଼ ଗ୍ଲେସିୟର ରହିଛି।

ଅଧ୍ୟୟନରୁ ଜଣାପଡ଼ିଛି ଯେ ନିଜର ଆକାର ଓ ଅବସ୍ଥିତି ଅନୁସାରେ ଏହି ଗ୍ଲେସିୟରଗୁଡ଼ିକ ପ୍ରତିବର୍ଷ ୧ ରୁ ୨୦ ମିଟର ପର୍ଯ୍ୟନ୍ତ ସଂକୁଚିତ ହେବାରେ ବା ତରଳିବାରେ ଲାଗିଛନ୍ତି।

ଏଥିସହିତ ସବୁଠାରୁ ବଡ଼ ଚିନ୍ତାଜନକ ବିଷୟ ହେଉଛି ବରଫପାତର ଶୈଳୀରେ ପରିବର୍ତ୍ତନ।

ପୂର୍ବରୁ ଦିସେମ୍ବର, ଜାନୁଆରୀ ଓ ଫେବୃଆରୀ ମାସରେ ପ୍ରଚୁର ବରଫପାତ ହେଉଥିଲା, ଯାହା ଗ୍ଲେସିୟର ଗଠନରେ ସାହାଯ୍ୟ କରୁଥିଲା; କିନ୍ତୁ ଏବେ ଏହି ବରଫପାତ ମାର୍ଚ୍ଚ, ଏପ୍ରିଲ ଏବଂ ମେ" ମାସକୁ ଘୁଞ୍ଚିଯାଇଛି।

ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ସଙ୍କଟ କେବଳ ପାହାଡ଼ ମଧ୍ୟରେ ସୀମିତ ରହିବ ନାହିଁ।

ହିମାଳୟର ଏହି ଗ୍ଲେସିୟରଗୁଡ଼ିକ ଏସିଆର ଅନେକ ପ୍ରମୁଖ ନଦୀର ମୁଖ୍ୟ ଉତ୍ସ, ଯାହା ତଳମୁଣ୍ଡରେ ରହୁଥିବା କୋଟି କୋଟି ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ କରେ।

ଏହି ସୂକ୍ଷ୍ମ ପରିବେଶ ବ୍ୟବସ୍ଥାରେ କୌଣସି ବି ବିଭ୍ରାଟ ଦେଖାଦେଲେ ସମଗ୍ର ଅଞ୍ଚଳରେ ଜଳ ସୁରକ୍ଷା, କୃଷି, ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ବହୁ ଗୁଣ ସୃଷ୍ଟି କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।