Chandrasekaran: ସରକାରଙ୍କ କାନରେ ପଡ଼ିଲା ଟାଟା ବିବାଦ କଥା

Aug 17, 2026 - 16:55
Chandrasekaran: ସରକାରଙ୍କ କାନରେ ପଡ଼ିଲା ଟାଟା ବିବାଦ କଥା

"ନୂଆଦିଲ୍ଲୀ: ଟାଟାସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ ଆସନ୍ତା ଫେବ୍ରୁଆରିରେ ନିଜ ପଦରୁ ହଟିଯିବା ନେଇ ଘୋଷଣା କରିବା ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି।

ଏଭଳି ଏକ ଗମ୍ଭୀର ସମୟରେ ଟାଟାର ନେତୃତ୍ବ ନେଉଥିବା ନୋଏଲ ଟାଟା ଓ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ ଦିଲ୍ଲୀରେ ପୃଥକ ପୃଥକ ଭାବେ ସରକାରୀ ଅଧିକାରୀଙ୍କୁ ଭେଟି ନିଜ ପାର୍ଶ୍ବର କଥା କହିଥିବା ଚର୍ଚ୍ଚା ହେଉଛି।

ସ୍ବାଧୀନତା ଦିବସ ସପ୍ତାହନ୍ତରେ ନୋଏଲ୍‌ ଦିଲ୍ଲୀ ଯାଇଥିଲେ।

ସେ ସରକାରୀ ଅଧିକାରୀଙ୍କୁ ଭେଟିଥିବା କୁହାଯାଉଛି।

କିନ୍ତୁ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ‌ସେ ଟାଟା ଟ୍ରେଣ୍ଡ୍‌ କାର୍ଯ୍ୟକ୍ରମରେ ଦିଲ୍ଲୀ ଯାଇଥିଲେ।Advertisment ପୁରୁଣା ଗାଡ଼ି ପାଇଁ ଇ୧୦ ପେଟ୍ରୋଲ୍‌ ଫେରାଇ ଆଣ: ପ୍ରସ୍ତାବ ଦେଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସରକାରୀ ଅଧିକାରୀଙ୍କ ସହ ସେ କୌଣସି କଥା ହୋଇନାହାନ୍ତି।

ଅନ୍ୟ ପକ୍ଷରେ ଚନ୍ଦ୍ରଶେଖରନ ଟାଟାରେ ତାଙ୍କ ଭୂମିକା, କାରବାର ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରୀ ଅଧିକାରୀଙ୍କୁ ଅବଗତ କରିଥିବା କୁହାଯାଉଛି।

ଟାଟାରେ କଣ ଚାଲିଛି ତାହା ଜାଣିବାର କୌଣସି ଆବଶ୍ୟକତା ସରକାରଙ୍କର ନାହିଁ।

କାରଣ ଏହି କମ୍ପାନି କ୍ଷତିରେ ଚାଲୁନାହିଁ।

କିନ୍ତୁ ଟାଟା ଗ୍ରୁପ୍‌ର ଏଭଳି କିଛି କାରବାର ରହିଛି ଯାହା ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ।

ସେଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବାକୁ ସରକାର ଚାହୁଛନ୍ତି।

ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟସ୍‌ର ନେତୃତ୍ବ ନୋଏଲ ନେଇଥିଲେ।

ସେହି ସମୟରେ ଦେଖାଦେଇଥିବା ବିବାଦ ସମ୍ପର୍କରେ ଜାଣିବାକୁ ସରକାର ଆଗ୍ରହ ଦେଖାଇଥିଲେ।

କେବଳ ମଦଭେଦ ବିଷୟରେ ଜାଣିବା ତାହାର ଉଦ୍ଦେଶ୍ୟ ଥିଲା।

୨୦୨୬ ଜୁନରେ ନୋଏଲ ଟାଟା ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କୁ ଭେଟିଥିଲେ।

ଟାଟା ସନ୍ସର ସମ୍ଭାବ୍ୟ ଆଇପିଓ ସମ୍ପର୍କରେ ସେ ଆଲୋଚନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media