Chandahandi: ଚନ୍ଦାହାଣ୍ଡିରେ‌ ଓଡ଼ିଶା ବନ୍ଦ ପ୍ରଭାବ

Oct 08, 2026 - 11:49
Chandahandi: ଚନ୍ଦାହାଣ୍ଡିରେ‌ ଓଡ଼ିଶା ବନ୍ଦ ପ୍ରଭାବ

"ଚନ୍ଦାହାଣ୍ଡି: କଂଗ୍ରେସ ସହ ୧୦ ଟି ରାଜନୈତିକ ଦଳ ଓ ଗଣ ସଙ୍ଗଠନ ନେତୃତ୍ବରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ଦେଖିବାକୁ ମିଳିଛି।

ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ଆଇନ୍ ବନ୍ଦ କରିବା, ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ବନ୍ୟା ବିପନ୍ନଙ୍କୁ ଅବିଳମ୍ବେ ସହାୟତା ଦାବି ନେଇ ଆଜି ପୂର୍ବାହ୍ନ ୬ ଟାରୁ ଚନ୍ଦାହାଣ୍ଡି -ଉମରକୋଟ -କଳାହାଣ୍ଡି ରାସ୍ତା ଅବରୋଧ କରାଯାଇଥିଲା।Advertisment ଆହୁରି ପଢନ୍ତୁ :Indian stock market: ତଳମୁହା‌ଁ ଭାରତୀୟ ଷ୍ଟକ୍‌ ବଜାର: ପାକିସ୍ତାନ ବି ପଛରେ ପକାଇଲା, ଏସିଆ‌ରେ ସବୁଠୁ ପଛରେ  ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଛି।

କଂଗ୍ରେସ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ବ୍ଲକ ସଭାପତି ସନ୍ତୋଷ ପଟ୍ଟନାୟକ, ହୁମେଶ୍ୱର ହଂସ, କୃଷ୍ଣ ବାଘ,ଶଙ୍କର ସେଠି,ଜୟ ସିଂ ପାଣ୍ଡେ, ଡମ୍ବରୁ ଧୋବା, ମେଘ ନାଥ ବାଘ , ମଣ୍ଟୁ ବାଘ, ଲିପୁନ ଚୌହାନ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୃତୟନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)