Champaka Dwadashi: ପାଲିଙ୍କିରେ ନଗର ପରିକ୍ରମା କଲେ ଦେବ ଦମ୍ପତି, ମହାପ୍ରଭୁଙ୍କ ଗୁଆଲି ଯାତ୍ରା ସମ୍ପନ୍ନ

Jun 27, 2026 - 09:49
Champaka Dwadashi: ପାଲିଙ୍କିରେ ନଗର ପରିକ୍ରମା କଲେ ଦେବ ଦମ୍ପତି, ମହାପ୍ରଭୁଙ୍କ ଗୁଆଲି ଯାତ୍ରା ସମ୍ପନ୍ନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି। ନଗର ପରିକ୍ରମା କଲେ ଦେବ ଦମ୍ପତି। ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ସମ୍ପନ୍ନ ହୋଇଛି। ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବା ପରେ ଶ୍ରୀ ନଅର ଓ ପରେ ଜମ୍ବେଶ୍ବର ମହାଦେବଙ୍କ ମନ୍ଦିର ପରିକ୍ରମା କରିଛନ୍ତି ଦେବ ଦମ୍ପତି। 

ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୋଇଛି। ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥିଲା। ଘଟୁଆରୀ ଚନ୍ଦନ ଘୋର ଘର ଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରିଥିଲେ। 

ବର କନ୍ୟା ଶ୍ରୀମଦନମୋହନ ଓ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରି ସେଠାରେ ବନ୍ଦାପନା ହୋଇଥିଲା। ବନ୍ଦାପନା ନୀତି ସରିବା ପରେ ବର କନ୍ୟାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବା ସହ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କିରେ ଅଧିଷ୍ଠିତ କରିଥିଲେ।