Shocking News: ଏକାଠି ଦେଖିନାହାଁନ୍ତି ୨୦ ହଜାର, ଝିଅକୁ ଆସିଲା ୨୦କୋଟିର ଆୟକର ନୋଟିସ୍, ଚିନ୍ତାରେ ଦିନ ମଜୁରିଆ ବାପା
ଲକ୍ଷ୍ନୌ ୨୭/୦୬: ଉତ୍ତରପ୍ରଦେଶର ଉନ୍ନାଓରୁ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ସେଠାରେ ଜଣେ ଦିନ ମଜୁରିଆଙ୍କ ଝିଅଙ୍କୁ ଆୟକର ବିଭାଗ ୨୦ କୋଟିର ନୋଟିସ୍ ଜାରି କରିଛି । ତାଙ୍କ ପରିବାର ଲୋକେ ଏହି ନୋଟିସ ପାଇ ଚିନ୍ତାରେ ଅଛନ୍ତି ।
ସୂଚନା ଅନୁସାରେ, ଉନ୍ନାଓ ଗିରିଜା ବାଗର ବାସିନ୍ଦା ରଶ୍ମି ସବିତା ଟେଲରିଂ କରିଥାନ୍ତି । ତାଙ୍କ ବାପା ଅଜୟ ଶଙ୍କର ଜଣେ ଦିନ ମଜୁରିଆ ଭାବେ ନିକଟବର୍ତ୍ତୀ ଏକ ଘରୋଇ କମ୍ପାନିରେ ଚାକିରି କରନ୍ତି । ମେ ୯ ତାରିଖରେ ରଶ୍ମିଙ୍କୁ ପୋଷ୍ଟ ଯୋଗେ ଏକ ନୋଟିସ୍ ଆସିଥିଲା । ସେଥିରେ ତାଙ୍କ ଉପରେ ୨୦ କୋଟିର ଆୟକର ବାକି ଥିବା ଲେଖାଯାଇଥିଲା ।
ଅଧିକ ପଢ଼ନ୍ତୁ:- ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଭାରତରେ ଆଇପ୍ୟାଡ୍, ଆଗକୁ ଆଇଫୋନ୍ ପାଳି
ରଶ୍ମିଙ୍କ ଅନୁସାରେ, ଜୀବନରେ କେବେହେଲେ ସେ ୨୦ ହଜାର ଟଙ୍କା ଏକାଠି ଦେଖିନାହାନ୍ତି । ନିଜର ଫାର୍ମ ଖୋଲିବା ତ ଦୂରର କଥା, ବ୍ୟାଙ୍କିଙ୍କ୍ କାମ ଛଡ଼ା ଅନ୍ୟ କୌଣସି ଉଦ୍ଦେଶ୍ୟ ଲାଗି କେବେବେଳେ ଆଧାର ଏବଂ ପାନ୍ କାର୍ଡକୁ ବ୍ୟବହାର କରିନାହାନ୍ତି।