Chameli Ojha Sits on Protest ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚାମେଲିଙ୍କ ଧାରଣା

Jun 24, 2026 - 16:30
Chameli Ojha Sits on Protest ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚାମେଲିଙ୍କ ଧାରଣା

"କେନ୍ଦ୍ରପଡ଼ା: ଜୁନ୍‌ ୧୧ ତାରିଖରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ସମସ୍ତ ୭ଜଣଙ୍କୁ ଗିରଫ କରିବା ଦାବିରେ ତିଖିରୀ ସରପଞ୍ଚ ଚାମେଲି ଓଝା ଆଜି (ବୁଧବାର) ନିଜ ସମର୍ଥକଙ୍କ ସହ ଧାରଣାରେ ବସିଛନ୍ତି। ‌ସମସ୍ତ ଅଭିଯୁକ୍ତ ଗିରଫ ହେବା ଯାଏଁ ସେ ଗଣଧାରଣାରେ ବସିବେ ବୋଲି କହିଛନ୍ତି।

Advertisment ଆଜି ପୂର୍ବାହ୍‌ଣରେ ଚାମେଲି ନିଜର ସମର୍ଥକଙ୍କ ସହ କେନ୍ଦ୍ରାପଡ଼ା ଆାରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।

ସେଠାରେ ପୂର୍ବରୁ ସ୍ଥିର ହୋଇଥିବା ଧାରଣାସ୍ଥଳରେ ସମର୍ଥକଙ୍କ ସହ ବସିଥିଲେ।

ନିଜର ଧାରଣା ସମ୍ପର୍କରେ ଚାମେଲି କହିଛନ୍ତି, ତାଙ୍କ ଉପରେ ଆକ୍ରମଣ ଘଟଣାରେ ୭ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।

ଏନେଇ ସେ ୧୭ ଜୁନ୍‌ରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇଥିଲେ।

ଦାବି ପୂରଣ ନହେଲେ ଗଣଧାରଣାରେ ବସିବେ ବୋଲି ଜଣାଇଥିଲେ।

ଲିଖିତ ଅଭିଯୋଗର ୭ ଦିନ ପରେ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ଯୋଗାଯୋଗ କରାଗଲାନାହିଁ କି ଅଭିଯୁକ୍ତ ଗିରଫ ହେଲେନାହିଁ ଏଣୁ ସେ ଆଜି ଠାରୁ ଧାରଣାରେ ବସିଛନ୍ତି ବୋଲି ଚାମେଲି କହିଛନ୍ତି।

ଏସ୍‌ପିଙ୍କୁ ଏହି ମର୍ମରେ ଦିଆଯାଇଥିବା ଦାବିପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଅଭିଯୁକ୍ତ ପ୍ରଶାନ୍ତ ସେଠୀ, ହରୀଶ ଲେଙ୍କା, କ୍ରିଷ୍ଣପଦ ମଣ୍ଡଳ, ଚନ୍ଦ୍ରକାନ୍ତ ସ୍ବାଇଁ, ମାନସ ମହାନ୍ତି, ରୋହିତ ରାଉତଙ୍କୁ ଗିରଫ କରିବା, ବିଡିଓ ମହାକାଳପଡ଼ାଙ୍କ ନାମରେ ମାମଲା ରୁଜୁ କରିବା, ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିବା ଯାଏଁ‌ ସେ ଧାରଣାରେ ବସିବେ।

"