Celebrating: ପରିବାର ମନାଉଛି ମାତୃତ୍ବର ଖୁସି
"ପୂର୍ବରୁ ନାରୀଟିଏ ଗର୍ଭଧାରଣ କଲେ ନିଜ ଉଦରକୁ ଢାଙ୍କି ରଖିବା ପ୍ରଥା ପ୍ରଚଳିତ ଥିଲା।
ମାତ୍ର ଯୁଗ ବଦଳିବା ସହ ଧୀରେ ଧୀରେ ଏହି ଧାରା ବିପରୀତ ଦିଗକୁ ଗତି କରିଛି।
ଆଜିକାଲିର ମାଆମାନେ ନିଜ ମାତୃତ୍ୱକୁ ଗର୍ବର ସହ ଦୁନିଆକୁ ଦେଖାଉଛନ୍ତି ଓ ନିଜକୁ ଗୌରବାନ୍ୱିତ ମନେକରୁଛନ୍ତି।
ଏହି ଧାରା ସିନେମା ଶିଳ୍ପରୁ ଆରମ୍ଭ ହୋଇଛି ବୋଲି କହିଲେ ଭୁଲ୍ ହେବ ନାହିଁ।
ପୂର୍ବରୁ ଅନେକ ଅଭିନେତ୍ରୀ ସେମାନଙ୍କର "ବେବି ବମ୍ପ୍" ପ୍ରଦର୍ଶନ କରି ଫଟୋସୁଟ୍ କରିସାରିଥିବା ବେଳେ ଏହି କ୍ରମରେ ଏବେ ଯୋଡ଼ି ହୋଇଛନ୍ତି ଦୀପିକା ପାଦୁକୋଣ।Advertisment Education: ସମାଜ ଆମ ଯୋଗାଯୋଗ ପଦ୍ଧତିକୁ ଆକାର ଦେଇଥାଏ: ଶ୍ରୀ ଅଖିଳ କୁମାର ମିଶ୍ର ଦୀପିକା-ରଣବୀର ସିଂହ ନିଜର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି।
ଝିଅ ଦୁଆଙ୍କ ଜନ୍ମଦିନ ଅବସରରେ ପୂରା ପରିବାର ଏକ ଫଟୋସୁଟ୍ କରିଥିଲେ।
ଏଥିରେ ଦୀପିକାଙ୍କ ମାଟର୍ନିଟି ପରିପାଟୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ସେ "ଡେମେ ବାଏ ଗାବ୍ରିଏଲା"ର ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଏହାର ଦାମ ପ୍ରାୟ ୪୮,୬୪୩ ଟଙ୍କା ବୋଲି ରିପୋର୍ଟରୁ ଜଣାପଡ଼ିଛି।
ଦୀପିକା କୌଣସି ଅଳଙ୍କାର ପିନ୍ଧି ନଥିଲେ।
ଖୋଲା କେଶ ଓ ହାଲୁକା ମେକ୍ଅପ୍ରେ ସେ ବେଶ୍ ଆକର୍ଷଣୀୟ ଦିଶୁଥିଲେ।
ଅନ୍ୟପଟେ ରଣବୀର ମଧ୍ୟ ଧଳା ସାର୍ଟ ଓ ଧଳା ପ୍ୟାଣ୍ଟ୍ରେ ନଜର ଆସିଥିଲେ।
ଦୁଆ ମଧ୍ୟ ଦୁଇଟି ରିବନ୍ ଲାଗିଥିବା ପୋନିଟେଲ୍ରେ ବେଶ୍ ଆକର୍ଷଣୀୟ ଲାଗୁଥିଲେ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଏପ୍ରିଲ୍ ମାସରେ ରଣବୀର ଓ ଦୀପିକା ସେମାନଙ୍କ ଦ୍ୱିତୀୟ ସନ୍ତାନର ଆଗମନ ସମ୍ପର୍କରେ ସୂଚନା ଦେଇଥିଲେ।
ତାଙ୍କ ଝିଅ ଦୁଆଙ୍କୁ ନିକଟରେ ଦୁଇ ବର୍ଷ ପୂରିଯାଇଛି।
Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
