CCTV Raises Questions: How Did 2nd-Grade Girl Leave Bhubaneswar School Unnoticed?

Jul 30, 2026 - 00:08
CCTV Raises Questions: How Did 2nd-Grade Girl Leave Bhubaneswar School Unnoticed?

#ସନ୍ଦେହ_ବଢ଼ାଇଲା_ସିସିଟିଭି
କେମିତି ସ୍କୁଲରୁ ନିଖୋଜ ହେଲେ ଛାତ୍ରୀ, କେମିତି ସ୍କୁଲରୁ ଯାଇଥିଲେ, ତାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଭୁବନେଶ୍ବର ସରକାରୀ ସ୍କୁଲରୁ ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ନିଖୋଜ ବେଳର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି। ସେ ହାତରେ ଟିଫିନ୍ ଧରି କେଉଁ ଆଡ଼େ ଚାଲି ଚାଲି ଯାଉଛନ୍ତି। ଯାହାକୁ ଦେଖିଲା ପରେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି। କେମିତି କେହି ଅଟକାଇଲେନି? ପାଖରେ ସୁରକ୍ଷାକର୍ମୀ ଥିଲେ, ତଥାପି ଛାତ୍ରୀ ଗେଟ୍ ପାର ହୋଇ ଆସିଲେ କେମିତି। ଖାଲି ପାର ହୋଇ ନୁହଁ ସ୍କୁଲଠୁ ଦୂର କଳିଙ୍ଗ ଷ୍ଟାଡିୟମ୍ ରିଜର୍ଭ ପୋଲିସ ପଡ଼ିଆର ପଛ ପଟ ପାଣି କୁଣ୍ଡ ପାଖକୁ ଗଲେ କେମିତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ଛାତ୍ରୀଙ୍କ ମୃତଦେହ ସେଇ ପାଣି କୁଣ୍ଡରୁ ମିଳିଛି। ବିଦ୍ୟାଳୟରୁ ସକାଳୁ ଯିବା ପରେ ଆଉ ଫେରିନଥିଲେ। ଝିଅକୁ ନ ପାଇ ପରିବାର ଲୋକେ ସ୍କୁଲ ଓ ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ଘଟଣାକୁ ନେଇ ପରିବାରଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ଆଣି ଖାରବେଳ ନଗର ଥାନାରେ ଲିଖିତ ଏତଲା ଦେଇଛନ୍ତି। ସେପଟେ ଏହି ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
#Bhubaneswar#CCTVFootage#SchoolSafety#OdishaNews#StudentSafety#KalingaStadium#BhubaneswarNews#OdishaTV#OTV

CCTV footage has surfaced showing a second-grade girl walking out of a government school in Bhubaneswar with her tiffin box, raising serious questions about how she managed to leave the school premises despite security personnel being nearby. The girl did not return home after leaving school in the morning, following which her family searched the school and surrounding areas. Her body was later recovered from a water body behind the Reserve Police ground near Kalinga Stadium. The family has alleged negligence by the school authorities and lodged a written complaint at Kharavel Nagar Police Station. No response has been received from the school authorities or police so far. The CCTV footage has now intensified questions surrounding the circumstances of the girl's death.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।