Cauvery Water Disput: ତାମିଲନାଡୁର ୧୧ ଟିଏମ୍‌ସି ଜଳ ଦାବି ଖାରଜ କଲେ ସୁପ୍ରିମକୋର୍ଟ

Nov 20, 2026 - 19:14
Cauvery Water Disput: ତାମିଲନାଡୁର ୧୧ ଟିଏମ୍‌ସି ଜଳ ଦାବି ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କାବେରୀ ନଦୀ ଜଳ ବଣ୍ଟନକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦରେ ତାମିଲନାଡୁକୁ ଝଟ୍‌କା ଲାଗିଛି।

କର୍ଣ୍ଣାଟକକୁ ଅତିରିକ୍ତ ୧୧ ହଜାର ନିୟୁତ ଘନଫୁଟ (ଟିଏମ୍‌ସି) କାବେରୀ ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ଲାଗି ତାମିଲନାଡୁ ସରକାର କରିଥିବା ଆବେଦନକୁ ଶୁକ୍ରବାର ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି।

ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଅପରେଶ କୁମାର ସିଂହଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।

Advertisment ତାମିଲନାଡୁ ସରକାରଙ୍କ ପକ୍ଷରୁ ଦାଖଲ ଦୁଇଟି ଆବେଦନକୁ ଖଣ୍ଡପୀଠ ଖାରଜ କରିବା ସହ ସେହିଦିନ ଦାଖଲ ହୋଇଥିବା ତୃତୀୟ ଆବେଦନକୁ ମଧ୍ୟ ଖାରଜ କରିବାକୁ କହିଛନ୍ତି।

ତୃତୀୟ ଆବେଦନରେ କିଛି ଅତିରିକ୍ତ ଦସ୍ତାବିଜ୍‌କୁ ରେକର୍ଡରେ ସାମିଲ କରିବାକୁ ତାମିଲନାଡୁ ଅନୁମତି ମାଗିଥିଲା।

ତାମିଲନାଡୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଯୁକ୍ତି ରଖି କହିଥିଲେ ଯେ ଚଳିତ ବର୍ଷ କମ୍ ବର୍ଷା ଯୋଗୁଁ ରାଜ୍ୟରେ କୃଷିକାର୍ଯ୍ୟ ପ୍ରଭାବିତ ହୋଇଛି।

ଜୁଲାଇଠାରୁ କର୍ଣ୍ଣାଟକ ତାମିଲନାଡୁକୁ ପ୍ରାପ୍ୟ ଜଳ ଦେଇନାହିଁ।

ଫଳରେ ପ୍ରାୟ ୧୧ ଟିଏମ୍‌ସି ଜଳର ଅଭାବ ରହିଛି।

ଚାଷ ଜମିରେ ଫସଲକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକକୁ ପ୍ରତିଦିନ ଅତିରିକ୍ତ ୧ ଟିଏମ୍‌ସି ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ।

୧୭୭ ଟିଏମ୍‌ସି ଜଳ ଦେବାକୁ ବାଧ୍ୟ ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ଜଳ ବଣ୍ଟନ ବ୍ୟବସ୍ଥା ଅନୁସାରେ ସ୍ୱାଭାବିକ ବର୍ଷା ବର୍ଷରେ କର୍ଣ୍ଣାଟକ ତାମିଲନାଡୁକୁ ୧୭୭ ଟିଏମ୍‌ସି ଜଳ ଦେବାକୁ ବାଧ୍ୟ।

ତେବେ ବର୍ଷା ଅଭାବ ଥିବା ବର୍ଷରେ ଜଳ ଉପଲବ୍ଧତା ଅନୁସାରେ ଏହି ପରିମାଣ କମିପାରିବ।

ତାମିଲନାଡୁର ଯୁକ୍ତି ଥିଲା, ଏହି ହ୍ରାସକୁ ହିସାବକୁ ନେବା ପରେ ମଧ୍ୟ ତାକୁ ୧୧ ଟିଏମ୍‌ସି ଜଳ କମ୍ ମିଳିଛି।

କର୍ଣ୍ଣାଟକ ପକ୍ଷରୁ ଆଇନଜୀବୀ ଶ୍ୟାମ ଦିୱାନ ଏହି ଦାବିକୁ ବିରୋଧ କରିଥିଲେ।

ରାଜ୍ୟର ଅନେକ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଥିବାରୁ ଜଳସେଚନ ପାଇଁ ଜଳ ଆବଣ୍ଟନ କମାଇବାକୁ ପଡ଼ିଛି ବୋଲି ସେ କହିଥିଲେ।

ତାମିଲନାଡୁ ଉତ୍ତର-ପୂର୍ବ ମୌସୁମୀ ବର୍ଷାରୁ ଲାଭ ପାଇବ, କିନ୍ତୁ କର୍ଣ୍ଣାଟକ ଏହାର ଲାଭ ପାଇବ ନାହିଁ ବୋଲି ମଧ୍ୟ ଯୁକ୍ତି ରଖିଥିଲେ।

Kaveri Dispute: କାବେରୀ ଜଳ ବିବାଦ: ସୁପ୍ରିମ୍‌କୋର୍ଟ ଗଲା ତାମିଲନାଡ଼ୁ ସରକାର ଜଳ ପ୍ରବାହର ଅଭାବକୁ ନେଇ ବିବାଦ କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (ସିଡବ୍ଲ୍ୟୁଏମ୍‌ଏ) ଓ କାବେରୀ ଜଳ ନିୟନ୍ତ୍ରଣ କମିଟି (ସିଡବ୍ଲ୍ୟୁଆର୍‌ସି) ପ୍ରତି ୧୫ ଦିନରେ ବୈଠକ କରି ଜଳ ପ୍ରବାହ ଉପରେ ନଜର ରଖୁଥିବାରୁ ଏଥିରେ ଅଦାଲତଙ୍କ ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି କର୍ଣ୍ଣାଟକ କହିଥିଲା।

ଶୁଣାଣି ସମୟରେ ତାମିଲନାଡୁର ଡିଏମ୍‌କେ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପି.

ୱିଲସନ୍ ଚାଷୀଙ୍କ ପକ୍ଷରୁ ଯୁକ୍ତି ରଖିବାକୁ ଅନୁମତି ମାଗିଥିଲେ।

ତେବେ ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଉପସ୍ଥିତ ଥିବା ଦର୍ଶାଇ ଖଣ୍ଡପୀଠ ତାଙ୍କ ଅନୁରୋଧ ଗ୍ରହଣ କରିନଥିଲେ।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ-ତାମିଲନାଡୁ ସୀମାର ବିଲିଗୁଣ୍ଡୁଲୁ ଜଳ ମାପ କେନ୍ଦ୍ରରେ ଜଳ ପ୍ରବାହର ଅଭାବକୁ ନେଇ ଏହି ବିବାଦ ରହିଛି।

ଅକ୍ଟୋବର ୧୨ ତାରିଖରେ ସୁପ୍ରିମ୍‌କୋର୍ଟ ତାମିଲନାଡୁର ଦୁଇଟି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ।

ଶୁକ୍ରବାର ରାୟ ପ୍ରକାଶ ପରେ ଅତିରିକ୍ତ ୧୧ ଟିଏମ୍‌ସି ଜଳ ପାଇବା ନେଇ ତାମିଲନାଡୁର ଆଶା ମଉଳି ଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)