Cattle Smuggling: ଦୁଇ ଗୋରୁ ଚାଲାଣ ଗାଡ଼ି ଧକ୍କା: ଡ୍ରାଇଭର ଆହତ ଅନ୍ୟ ୩ ଫେରାର, ୩୬ ଗାଈ ଉଦ୍ଧାର
"ଢେଙ୍କାନାଳ: ଆଜି ଭୋର ୪ଟା ସମୟରେ ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ୫୫ନ ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ଗୋଟିଏ ସ୍କର୍ପିଓ ଗାଡ଼ି ସହିତ ପିକପ୍ ଧକ୍କା ହୋଇଛି l ଉଭୟ ଗାଡ଼ିରେ ବେଆଇନ ଗୋରୁ ଚାଲାଣ ହେଉଥିବାର ପ୍ରମାଣ ମିଳିଛି l ସ୍କର୍ପିଓରେ ୬ଟି ବାଛୁରୀ ଥିବା ବେଳେ ପିକପ୍ ରେ ୩୦ ଟି ଗୋରୁ ଅସହାୟ ସ୍ଥିତିରେ ରହିଥିଲେ l ସ୍କର୍ପିଓ ଡ୍ରାଇଭର ଆହତ ଅବସ୍ଥାରେ ଗାଡ଼ିରେ ଥିବା ବେଳେ ପିକପ୍ ଗାଡ଼ିରେ କେହି ନଥିଲେ l Advertisment ସ୍କର୍ପିଓ ସହିତ ପିକପ୍ ଧକ୍କା ସ୍କର୍ପିଓ ଡ୍ରାଇଭର କହିବା ମୁତାବକ ସେମାନେ ୪ ଜଣ ଏହି ୨ଟି ଗାଡ଼ି କଟକ ଜଗତପୁର ଅଞ୍ଚଳରୁ ଆସି ଢେଙ୍କାନାଳ ହିନ୍ଦୋଳ ରୋଡରୁ ଗୋରୁ ନେଇ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ନାଇଟ କୋଚ ବସ ପିକପ୍ ଗାଡ଼ିକୁ ସାଇଡ ମାରିବାରୁ ପିକପ ଡ୍ରାଇଭର ହଠାତ ବ୍ରେକ ଦେବାରୁ ପଛ ସ୍କର୍ପିଓ ଗାଡ଼ି ପିକପ୍ ପଛରୁ ଧକ୍କା ଦେଇଥିଲା l ସ୍କର୍ପିଓ ଡ୍ରାଇଭର ମଦ୍ୟପାନ କରିଥିବାରୁ ଆହତ ଅବସ୍ଥାରେ ଗାଡ଼ିରେ ଥିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି ।
ODRAF: ୪ ଦିନ ଧରି ଜଳବନ୍ଦୀ ଥିବା ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
