Carrying: ସାଇକଲ୍‌ରେ ବୋହିଲେ ଶବ

Jun 26, 2026 - 08:23
Carrying: ସାଇକଲ୍‌ରେ ବୋହିଲେ ଶବ

"ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ପଞ୍ଚାୟତ କଣ୍ଟାପଡ଼ା ଗାଁରେ ହୃଦୟବିଦାରକ ଦୃଶ୍ୟ ସାମନାକୁ ଆସିଛି।

ଗାଁର ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ବୋହିବା ପାଇଁ କାନ୍ଧ କିମ୍ବା ଶବବାହକ ଯାନ ନ ମିଳିବାରୁ ପରିବାର ଲୋକେ ଅସହାୟ ହୋଇ ପଡ଼ିଥିଲେ।

ଶେଷରେ ମୃତ ବୃଦ୍ଧାଙ୍କ ନାତି ଓ ପରିବାର ସଦସ୍ୟମାନେ ଏକ ସାଇକଲ୍‌ରେ ମୃତଦେହ ବୋହି ଶ୍ମଶାନରେ ସତ୍କାର କରିଥିବା ଜଣାପଡ଼ିଛି।Advertisment The Dadaabati: ରାଜଧାନୀରେ ମୁଣ୍ଡ ଟେକିଲାଣି ଦାଦାବଟି ଗ୍ୟାଙ୍ଗ୍‌  ପାଇକମାଳ ବ୍ଲକ୍‌ କଣ୍ଟାପଡ଼ା ଗ୍ରାମରେ ଜୟନ୍ତୀ ବଛା (୭୦) ନାମ୍ନୀ ଜଣେ ବୃଦ୍ଧା ବହୁଦିନରୁ ତାଙ୍କ ଝିଅ ବାସନ୍ତୀ ବଛାଙ୍କ ସହ ରହୁଥିଲେ।

ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବା ବେଳେ ଜୟନ୍ତୀ ଓ ଝିଅ ବାସନ୍ତୀ ବହୁ କଷ୍ଟରେ ଜୀବନଯାପନ କରୁଥିଲେ।

ପରିବାରର ବଡ଼ପୁଅ ତୁଳାରାମ ବଛାଙ୍କର ୮ ମାସ ତଳେ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ସାନପୁଅ ପଞ୍ଚା ବଛା ନିଜ ସ୍ତ୍ରୀଙ୍କ ସହ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ରହୁଥିବା Accident: ପିକଅପ୍ ସହ ଟ୍ରକ୍ ଧକ୍କାରେ ସାତ ଜଣଙ୍କର ମୃତ୍ୟୁ  ଜଣାପଡ଼ିଛି।

ଗୁରୁବାର ସକାଳ ପ୍ରାୟ ୮ଟା ସମୟରେ ଜୟନ୍ତୀଙ୍କ ପରଲୋକ ଘଟିଥିଲା।

ଶବ ସତ୍କାର ପାଇଁ ପରିବାର ଲୋକ ବିଭିନ୍ନ ସ୍ଥାନରେ ସହାୟତା ଖୋଜିଥିଲେ।

ମାତ୍ର ଶବବାହକ ଯାନ କିମ୍ବା ଆବଶ୍ୟକ ସହଯୋଗ ମିଳି ନଥିଲା।

ଏପରିକି ତାଙ୍କର କେହି ସମ୍ପର୍କୀୟ ମଧ୍ୟ ଆସି ନଥିଲେ।

ଶେଷରେ ବଡ଼ବୋହୂ ଯାଜ୍ଞସେନୀ, ନାତି ଶୁଭମ ଓ ନାତୁଣୀ ଶିବାନୀ ଏକ ସାଇକଲରେ ମୃତଦେହକୁ ବୋହି ଶ୍ମଶାନକୁ ନେଇଥିଲେ।

ପରେ କଣ୍ଟାପଡ଼ା ଗ୍ରାମର ନୀଲେଶ୍ୱର ବନଛୋର, ଧବଳେଶ୍ୱର ବାଗ, ଆରତି ବଗର୍ତ୍ତି, ନୃପତି ବନଛୋର ପ୍ରମୁଖ ଶ୍ମଶାନକୁ ଯାଇ ଶବସତ୍କାରରେ ସହଯୋଗ କରିଥିଲେ।

ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ ପ୍ରତ୍ୟେକ ବ୍ଲକ୍‌ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଶବବାହକ ଯାନ ସୁବିଧା କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

ଖବର ପାଇ ବିଡିଓ ପ୍ରଫୁଲ୍ଲ ଓଦୁ ୩ ହଜାର ଟଙ୍କା ଓ ୫୦ କେଜି ଚାଉଳ ସହାୟତା ପ୍ରଦାନ କରିଛନ୍ତି।"