Car: ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

Aug 13, 2026 - 11:04
Car: ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

"ପୁରୁଣାକଟକ: ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିବନ୍ଧ ଏକ ହୋଟେଲ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଗତ ବିଳମ୍ବିତ ରାତ୍ରିରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ସୂଚନା ଅନୁଯାୟୀ ବାଲେଶ୍ୱରରୁ ସମ୍ବଲପୁର ଅଭିମୁଖେ ଜାତୀୟ ରାଜପଥ ଦେଇ ଯାଉଥିବାବେଳେ ଏକ କାର ଲାଣ୍ଡିବନ୍ଧ ସ୍ଥିତ ଏକ ହୋଟେଲ ନିକଟରେ ବିଳମ୍ବିତ ରାତ୍ରିରେ ସମସ୍ତ ୪ ଜଣ ଯାତ୍ରୀ ପରିସ୍ରା ପାଇଁ ଓହ୍ଲାଇଥିଲେ ।Advertisment ଆହୁରି ପଢନ୍ତୁ: Marriage Scam: ଆମେରିକାରେ ଗ୍ରୀନ୍ କାର୍ଡ ପାଇବା ପାଇଁ ମିଥ୍ୟା ବିବାହ: କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ ହଠାତ ଗାଡିରେ ନିଆଁ ଲାଗି ଜଳିବା ଆରମ୍ଭ କରିଥିଲା କାର l ଚାହୁଁ ଚାହୁଁ ହୁତୁହୁତୁ ହୋଇ ଜଳିଥିଲା କାର ।

ସଟସର୍କିଟରୁ କାର ଜଳି ଯାଇଥିବା ଅନୁମାନ କରାଯାଉଥିବାବେଳେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ ହୋଇଥିଲା l ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବାବେଳେ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ।

ସେପଟେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି l "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media