Car Swept Away ଖଡ଼ଖାଇ ନଦୀରେ ଭାସିଗଲା କାର୍
"ରାଇରଙ୍ଗପୁର/ସୁଲେଇପାଟ: ଲଗାଣ ବର୍ଷା ଯୋଗୁଁ ଖଡଖାଇ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି।
ଗଡ଼ଖାଇ ନଦୀବନ୍ଧର ନିମ୍ନରେ ଥିବା ସଡ଼କ ଦେଇ ଯାଉଥିବା ଏକ କାର୍ ବନ୍ୟାଜଳରେ ଭାସିଯାଇଛି।
Advertisment Madhyapradesh: ମଧ୍ୟପ୍ରଦେଶରେ ଡ୍ରେନ୍ରେ ଭାସିଗଲା ଭ୍ୟାନ୍, ଗୋଟିଏ ପରିବାରର ୯ ମୃତ ଆଜି ପୂର୍ବାହ୍ଣରେ ଡ୍ୟାମର ତଳ ପାର୍ଶ୍ୱରେ ଥିବା ଖଡଖାଇ ନଈରେ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଅଁଳାଡୁବାର ଦୁଇ ଯୁବକ ତାଙ୍କ କାର (ଓଡ଼ି-୧୧- ଏନ୍ -୮୨୦୮) ରେ ନଦୀ ପାର ହେଉଥିଲେ।
ଏହି ସମୟରେ ପାଣିର ତୀବ୍ର ସ୍ରୋତରେ ଭାସି ଯାଇଥିଲେ।
ତେବେ ଅଳ୍ପକେ ଦୁଇ ଯୁବକ ବର୍ତ୍ତି ଯାଇଛନ୍ତି ।
କାରଟି ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଭାସି ଯାଇଥିଲା।
ଆଜି (ମଙ୍ଗଳବାର) ସକାଳୁ ଉକ୍ତ କାରକୁ ପାଣିରୁ ଉଦ୍ଧାର କରାଯାଇଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
