Capital: ରାଜଧାନୀ: ସାଢ଼େ ୪ବର୍ଷରେ ୨୦୪୨ ଆତ୍ମହତ୍ୟା
"ଭୁବନେଶ୍ବର: ଗତ ସାଢ଼େ ୪ବର୍ଷ ମଧ୍ୟରେ ଭୁବନେଶ୍ୱରରେ ପ୍ରାୟ ୨୦୪୨ଜଣ ଆତ୍ମହତ୍ୟା କରିବା ପରି ଏକ ଉଦ୍ବେଗଜନକ ତଥ୍ୟ ସାମ୍ନାକୁ ଆସିଛି।
ବଦଳୁଥିବା ଜୀବନଶୈଳୀ, ଅତ୍ୟଧିକ ମାନସିକ ଚାପ, ଆର୍ଥିକ ଅନଟନ, ଅବସାଦ ଏବଂ ପାରିବାରିକ ସମସ୍ୟା ଭଳି ିଭିନ୍ନ କାରଣ ପାଇଁ ଲୋକେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି।
ଏହା କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପରିବାର ପାଇଁ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ଚିନ୍ତାଜନକ ବିଷୟ ପାଲଟିଛି।
ଭୁବନେଶ୍ବର ସହରାଞ୍ଚଳ ପୁଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୨ ମସିହାରେ ୪୧୭ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୩ ମସିହାରେ ୪୨୭ଜଣ, ୨୦୨୪ ମସିହାରେ ୪୯୮ଜଣ, ୨୦୨୫ମସିହାରେ ୫୦୦ଜଣ ଆତ୍ମହତ୍ୟା କରିଛନ୍ତି।
ଆଉ ଚଳିତବର୍ଷ ୬ମାସ ସୁଦ୍ଧା ଏହି ସଂଖ୍ୟା ୨୦୦ ଅତିକ୍ରମ କରିଛି।Advertisment Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା ଦୀର୍ଘକାଳୀନ ମାନସିକ ଅବସାଦ ଆତ୍ମହତ୍ୟାର କାରଣ: ମନସ୍ତତ୍ତ୍ବବିତ୍ ପ୍ରତିବର୍ଷ ଏହି ତାଲିକାରେ ସଂଖ୍ୟା ଉପରମୁହାଁ ହେଉଛି।
ଅପରପଟେ ଆତ୍ମହତ୍ୟା ପ୍ରବଣତା ଦୂରୀକରଣ ପାଇଁ ସରକାର ମାଳମାଳ ଯୋଜନା ସାଙ୍ଗକୁ ୨୪ଘଣ୍ଟିଆ "ଟେଲି ମାନସ" ହେଲ୍ପଲାଇନ୍ ନମ୍ବର୍ ଜାରି କରିଛନ୍ତି।
ମାତ୍ର ତାହା ପର୍ଯ୍ୟାପ୍ତ ହେଉନାହିଁ।
ଏହା ଆତ୍ମହତ୍ୟା ରୋକିବାରେ ବିଶେଷ ଫଳପ୍ରଦ ହେଉନଥିବା ଏହି ତଥ୍ୟରୁ ଜଣାପଡ଼ିଛି।
ସେହିଭଳି ପାଠପଢ଼ା ଓ କ୍ୟାରିୟର୍କୁ ନେଇ ସଦାବେଳେ ଚିନ୍ତାରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାର "ସୁରକ୍ଷିତ ଅଭିଯାନ" ଯୋଜନା ମଧ୍ୟ କରିଛନ୍ତି।
ଉଚ୍ଚଶିକ୍ଷା ପ୍ରତିଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ରୋକିବା ପାଇଁ ଏହି ଯୋଜନା ପ୍ରଣୟନ ହୋଇଛି।
ମାତ୍ର ଅନେକ ବେସରକାରୀ ଅନୁଷ୍ଠାନମାନଙ୍କରେ ଏସବୁ ଠିକ୍ ଭାବେ ପାଳନ କରାଯାଉନାହିଁ।
ଯେଉଁଥିପାଇଁ ଆତ୍ମହତ୍ୟାର ଏହି ତାଲିକାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଛି ସିନା କମୁନାହିଁ।
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ ବିଶିଷ୍ଟ ମନସ୍ତତ୍ତ୍ବବିତ୍ ସଙ୍ଗୀତା ରଥ କହିଛନ୍ତି, ଆତ୍ମହତ୍ୟା ପାଇଁ ଯେଉଁ ସବୁ କାରଣ ପ୍ରତୀୟମାନ ହୁଏ ବା କୁହାଯାଏ ତାହା ପଛରେ ଆହୁରି ଅନେକ କାରଣ ଅଦୃଶ୍ୟ ଭାବରେ ଥାଏ।
ଜୈବିକ, ମାନସିକ, ସାମାଜିକ ଭଳି ଅନେକ କିଛି କାରଣ ମିଶିବା ପରେ ଏହା ଗମ୍ଭୀର ରୂପ ନେଇଥାଏ।
ତେଣୁ ଆତ୍ମହତ୍ୟା ହେଉଛି ଏକ ଜଟିଳ ମାନସିକ ପ୍ରକ୍ରିୟା।
ସେ ଆହୁରି କହିଛନ୍ତି, ବ୍ୟକ୍ତି ଦୀର୍ଘକାଳୀନ ମାନସିକ ଅବସାଦରେ ରହିବା ପରେ ହିଁ ଜଣେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାଏ।
ତେଣୁ ଏସବୁର ନିରାକରଣ ପାଇଁ ପ୍ରଥମେ ପରିବାର ସ୍ତରରେ ଉଦ୍ୟମ କରିବାକୁ ପଡ଼ିବ।
ସେହିଭଳି ଆମ ଦେଶ ଆତ୍ମହତ୍ୟାକୁ ନେଇ କାଉନସେଲିଂରେ ବହୁ ପଛରେ ପଡ଼ିଛି।
କାରଣ ଏଠି ଅନେକେ କାଉନସେଲିଂର ଅର୍ଥକୁ ଉପଦେଶ ଭାବନ୍ତି।
ଯେଉଁଥିପାଇଁ ବିଷାଦଗ୍ରସ୍ତ ଲୋକଟି ଲାଭାନ୍ବିତ ହେବା ପରିବର୍ତ୍ତେ ବିପଥଗାମୀ ହୁଏ।
ତେଣୁ ଆତ୍ମହତ୍ୟାକୁ ନେଇ କାଉନସେଲିଂ କରୁଥିବା ବିଶେଷଜ୍ଞମାନେ ବ୍ୟବସ୍ଥିତ ପ୍ରକ୍ରିୟାକୁ ବୁଝିବା ଆବଶ୍ୟକ ଏବଂ ତଦନୁଯାୟୀ କାର୍ଯ୍ୟ କଲେ ସୁଫଳ ମିଳିପାରିବ।
କିଛି ପ୍ରମୁଖ ଘଟଣା ଅଗଷ୍ଟ ୪: ଧଉଳି ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ବର ଅଞ୍ଚଳରେ ଥିବା ଏକ ହୋଟେଲ୍ରେ ଜଣେ ଯୁବକ ପ୍ରେମରେ ବିଫଳ ହେବାରୁ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ନିଜ ପରିବାର ଲୋକଙ୍କୁ ଆତ୍ମହତ୍ୟା ବାବଦରେ ମେସେଜ୍ ଦେବା ସହିତ ସାମାଜିକ ଗଣମାଧ୍ୟମରେ ଆତ୍ମହତ୍ୟାର ଲାଇଭ୍ ଭିଡିଓ କରିଥିଲେ।
କୌଣସି ମତେ ସୂଚନା ପାଇ ଲକ୍ଷ୍ମସାଗର ଓ ଧଉଳି ଥାନା ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।
ଅଗଷ୍ଟ ୨୦: ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ଗଂଜାମ କେନ୍ଦୁପଲ୍ଲୀର ଜିତେନ୍ଦ୍ର ପାତ୍ର ଓ ତାଙ୍କ ପତ୍ନୀ ସ୍ବପ୍ନା ଆତ୍ମହତ୍ୟା ଉଦ୍ୟମ କରିଥିଲେ।
Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ ସ୍ବପ୍ନାଙ୍କର ମୃତ୍ୟୁ ଘଟିଥିବା ବେଳେ ଜିତେନ୍ଦ୍ର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଆତ୍ମହତ୍ୟା ପଛରେ ଜିତେନ୍ଦ୍ର ଯୌତୁକ ଦାବି କରି ପତ୍ନୀଙ୍କୁ ମାରଧର୍ କରିବା ଏବଂ ପରେ ତାଙ୍କୁ ହତ୍ୟା ଉଦ୍ୟମ ଭଳି ସଙ୍ଗିନ କଥା ସାମ୍ନାକୁ ଆସିଥିଲା।
ଲୋକହସା ସହିନପାରି ସ୍ବପ୍ନା ବିଷପିଇ ଆତ୍ମହତ୍ୟା କରୁଥିବା ବେଳେ ତାଙ୍କ ସ୍ବାମୀ ଉକ୍ତ ବିଷ ବୋତଲ ଛଡ଼ାଇଆଣି ନିଜେ ବିଷ ପିଇଦେଇଥିଲେ।
ଜୁନ୍ ୧୭: ଭୁବନେଶ୍ବରର ଏକ କେନ୍ଦ୍ରୀୟ ମେଡିକାଲ୍ ଶିକ୍ଷାନୁଷ୍ଠାନରେ ଡାକ୍ତର ଭାବେ କାର୍ଯ୍ୟରତ ଜଣେ ଯୁବତୀଙ୍କର ଝୁଲନ୍ତା ମୃତଦେହ ଡୁମୁଡୁମା ଅଞ୍ଚଳରୁ ମିଳିଥିଲା।
ତାଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିବା ବେଳେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେ ଶାରୀରିକ ବ୍ୟାଧିରେ ପୀଡ଼ିତ ଥିଲେ।
ଯେଉଁଥିପାଇଁ ଗତ କିଛିମାସ ହେଲା ସେ କଲେଜ କି ଡାକ୍ତରଖାନା ଯାଉନଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
