Canteen Attendant Recruitment: ଆୟକର ବିଭାଗ ପକ୍ଷରୁ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ ପଦବି ପାଇଁ ବିଜ୍ଞପ୍ତି ଜାରି
"ନୂଆଦିଲ୍ଲୀ: ଦଶମ ଶ୍ରେଣୀ ପାସ୍ କରିଥିବା ଏବଂ ସରକାରୀ ଚାକିରି ପାଇବାକୁ ଚାହୁଁଥିବା ଯୁବକ ଓ ଯୁବତୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।
ଆୟକର ବିଭାଗ (ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଅଞ୍ଚଳ) କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ ପଦବି ପାଇଁ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି।
ବିଜ୍ଞପ୍ତି ଅନୁଯାୟୀ, ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ ତାରିଖରୁ ଆରମ୍ଭ ହେବ।Advertisment ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ https://incometaxmpcg.gov.in/ କୁ ଯାଇ ଅନଲାଇନରେ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।
ଆବେଦନ ଦାଖଲ କରିବାର ଶେଷ ତାରିଖ ୨୦୨୬ ଅଗଷ୍ଟ ୩୧ ରହିଛି।
ଆନ୍ଧ୍ରରେ ଅଙ୍ଗଦାନ କରି ଅମର ହେଲେ ଓଡ଼ିଆ ଯୁବକ ଜୀବରତ୍ନମ ଚୟନ ପ୍ରକ୍ରିୟା ଏବଂ ଦରମା ପ୍ରାର୍ଥୀମାନଙ୍କୁ ସେମାନଙ୍କ ଆବେଦନ ଉପରେ ଆଧାର କରି ସଂକ୍ଷିପ୍ତ ତାଲିକାଭୁକ୍ତ କରାଯିବ।
ପରବର୍ତ୍ତୀ ସମୟରେ, ସେମାନଙ୍କୁ ଲିଖିତ ପରୀକ୍ଷା, ଦକ୍ଷତା ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ଭଳି ପର୍ଯ୍ୟାୟ ଦେଇ ଆଗକୁ ବଢ଼ିବାକୁ ହେବ।
ସମସ୍ତ ପର୍ଯ୍ୟାୟ ସମାପ୍ତ ହେବା ପରେ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ।
ମନୋନୀତ ପ୍ରାର୍ଥୀମାନେ ମାସିକ ୧୮,୦୦୦ରୁ ୫୬୯୦୦ଟଙ୍କା ଭିତରେ ଦରମା ପାଇବେ ।
ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ଭାରତର ବାସିନ୍ଦା ହୋଇଥିବା ଆବଶ୍ୟକ ଏବଂ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ (ମାଟ୍ରିକ) ପାସ୍ କରିଥିବା ଆବଶ୍ୟକ।
ସେହିପରି ୨୦୨୬ ଅଗଷ୍ଟ ୩୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଅତି କମରେ ୧୮ବର୍ଷ ଏବଂ ୨୫ ବର୍ଷରୁ ଅଧିକ ହୋଇ ନଥିବ।
ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ନିୟମ ଅନୁଯାୟୀ ବୟସ ଛାଡ଼ର ସବୁଧା ପାଇବେ।
ଆଇପିଏଲ ଷ୍ଟାର ଖେଳାଳିଙ୍କ ବିରୋଧରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
