Cannabis Plants Destroyed ହଜାରେ ଗଞ୍ଜେଇ ଗଛ ନଷ୍ଟ କଲେ ମୁନିଗୁଡ଼ା ପୁଲିସ ଟିମ୍‌, ଜଣେ ଗିରଫ

Nov 23, 2026 - 18:28
Cannabis Plants Destroyed ହଜାରେ ଗଞ୍ଜେଇ ଗଛ ନଷ୍ଟ କଲେ ମୁନିଗୁଡ଼ା ପୁଲିସ ଟିମ୍‌, ଜଣେ ଗିରଫ

ମୁନିଗୁଡ଼ା (ରାଜୀବ ଲୋଚନ ଦାଶ ) : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅଧୀନ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଗୁଡା ଗ୍ରାମ ନିକଟ ଏକ ଜମିରୁ ପ୍ରାୟ ୧ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଏହି ମାମଲାରେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଡାଙ୍ଗସୋରଡା ଗ୍ରାମ ପଞ୍ଚାୟତ ବୋରିଖାଲ ଗ୍ରାମର ଦାଶ କୁମୁରିକା ।

Advertisment Cannabis cultivators: ଗଞ୍ଜେଇ ଚାଷୀଙ୍କୁ ଖୋଜିଖୋଜି ବାନ୍ଧୁଛି ପୁଲିସ: ୯ ଗିରଫ, ୩୦ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ମୁନିଗୁଡା ଆଇଆଇସି ଲଳୀତ ମୋହନ ସାଗରଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରିଥିଲେ।

ଏହି ଟିମ୍‌ରେ ସବ ଇନିସପେକ୍ଟର ଉର୍ମିଳା ସେଠୀ, ମହେନ୍ଦ୍ର ହାଂସଦI, ମନୋରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

ଚଢ଼ାଉ ସମୟରେ ଚନ୍ଦ୍ରପୁର ତହସିଲଦାର ମାଜିଷ୍ଟେ୍‌ଟ ରୂପେ ଉପସ୍ଥିତ ରହିଥିବା ବେଳେ ରାଜସ୍ବ ଅଧୀକାରୀ, କୃଷୀ ବିଭାଗ କର୍ମଚାରୀ ଓ ଆଇ ଆର ବି ପୁଲିସର ଗୋଟିଏ ସେକ୍ସନ ଫୋର୍ସ ଉପସ୍ଥିତ ରହିଥିଲେ।

Ganja: ଗାଁରେ ରହିବନି ଗଞ୍ଜେଇ ଗଛ: ନିଶା ହଟାଅ ଅଭିଯାନରେ ସାମିଲ ହେଲେ ଗ୍ରାମବାସୀ ଜମିରୁ ୯୮୮ଟି ଗଂଜେଇ ଗଛ ଠାବ କରାଯାଇଥିଲା ।

ଏହି ଗଞ୍ଜେଇ ଗଛର ଉଚ୍ଚତା ପ୍ରାୟ ୪ଫୁଟରୁ ୫ ଫୁଟ ମଧ୍ୟରେ ରହିଥିଲା ।

ଚା‌ଷ କରିଥିବା ଦାଶ କୁମୁରିକାକୁ ଏନଡିପିଏସ ଆକ୍ଟର ଧାରା ୨୦(ଏ)(i) ପୁଲିସ ଗିରଫ କରିଥିଲା।

ମାଜିଷ୍ଟ୍ରେଙ୍କ ଉପସ୍ଥିତିରେ ଗଂଜେଇ ଗଛ ଗୁଡିକୁ କାଟିବା ସହ ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଥିଲା।

୨ଟି ଗଞ୍ଜେଇ ଗଛକୁ ପରୀକ୍ଷା ପାଇଁ ପୁଲିସ ଆଣିଥିବା ସୂଚନା ଦେଇଛି ।

ଅଭିଯୁକ୍ତକୁ ମୁନିଗୁଡ଼ା ପୁଲିସ ବିଚାର ବିଭାଗୀୟ ଅଦାଲତକୁ ପଠାଇଦେଇଛି।

ସଂରକ୍ଷିତ ଜଙ୍ଗଲରେ ୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ବୋରିଖାଲ ଗ୍ରାମରୁ ସାହେବ କୁମୁରିକାକୁ ଗିରଫ କରିବା ସହ ୨୭୨ଟି ଗଞ୍ଜେଇ ଗଛ ନଷ୍ଟ କରିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)