Cancer Medicines: କର୍କଟ ରୋଗୀଙ୍କ ପାଇଁ ଆଶ୍ୱସ୍ତି: ଆମେରିକାରେ ‘ରାସୋଙ୍କ’ ଔଷଧକୁ ମଞ୍ଜୁରୀ
"ୱାସିଂଟନ: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ମେଟାଷ୍ଟାଟିକ୍ ଅଗ୍ନାଶୟ କର୍କଟ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନର ନୂତନ ଔଷଧ ରାସୋଙ୍କକୁ ଅନୁମୋଦନ କରିଛି।
ଏକ ବଡ଼ ପରୀକ୍ଷଣରେ, ଏହି ଔଷଧ ଆଡଭାନ୍ସଡ ଷ୍ଟେଜ୍ର ରୋଗୀଙ୍କ ବଞ୍ଚିବା ହାରକୁ ପ୍ରାୟ ଦ୍ୱିଗୁଣିତ କରିଛି।
ପ୍ରତିଦିନ ଥରେ ଖାଇବାକୁ ଦିଆଯାଉଥିବା ଏହି ବଟିକା ଯେଉଁ ରୋଗୀମାନେ ପୂର୍ବରୁ ଚିକିତ୍ସା ପାଇସାରିଛନ୍ତି କିମ୍ବା କେମୋଥେରାପି ନେଇପାରିବେ ନାହିଁ ସେମାନଙ୍କ ପାଇଁ ଉପଯୁକ୍ତ।କମ୍ପାନି ପକ୍ଷରୁ ମାସକର ଔଷଧ ପାଇଁ ମୂଲ୍ୟ ୩୯,୮୦୦ ଡଲାର ଧାର୍ଯ୍ୟ ହୋଇଛି, ଯାହା ବର୍ତ୍ତମାନର ବିନିମୟ ହାରରେ ପ୍ରାୟ ୩୮ ଲକ୍ଷ ଭାରତୀୟ ଟଙ୍କା ହେବ।
ଏହି ଔଷଧ ମହଙ୍ଗା ହୋଇଥିବାରୁ କମ୍ପାନି ପକ୍ଷରୁ ରୋଗୀଙ୍କ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇଛି।Advertisment ୨୮ ନିୟୁତ ଡଲାର ପର୍ଯ୍ୟନ୍ତ ପହଞ୍ଚିବାର ଆଶା ଆରବିସି କ୍ୟାପିଟାଲ୍ ମାର୍କେଟ୍ସର ବିଶ୍ଳେଷକମାନଙ୍କ ଅନୁସାରେ ୨ ହଜାରରୁ ଅଧିକ ରୋଗୀ ପୂର୍ବରୁ ପଞ୍ଜିକୃତ ହୋଇଥିବାରୁ, ଆମେରିକାରେ ଅଗ୍ନାଶୟ କର୍କଟ ଔଷଧ ବିକ୍ରିରୁ ରାଜସ୍ୱ ତୃତୀୟ ତ୍ରୈମାସିକରେ ୨୮ ନିୟୁତ ଡଲାର ପର୍ଯ୍ୟନ୍ତ ପହଞ୍ଚିବାର ଆଶା ରହିଛି।
Murder: ଦିଲ୍ଲୀର ୨୧ ବର୍ଷୀୟା ମଡେଲଙ୍କୁ ଘରେ ଛୁରି ଭୁସି ହତ୍ୟା: ଜିମ୍ ପ୍ରଶିକ୍ଷକଙ୍କୁ ଦାୟୀ କଲେ ପରିବାର ଚତୁର୍ଥ ତ୍ରୈମାସିକରେ ଏହାର ବିକ୍ରୟ ୧୪୮ ନିୟୁତ ଡଲାରରେ ପହଞ୍ଚିପାରେ।
ବିଶ୍ଳେଷକମାନେ ଆକଳନ କରିଛନ୍ତି ଯେ ଦୀର୍ଘକାଳୀନ ଭାବରେ, ଏହି ଔଷଧ ବାର୍ଷିକ ବିଶ୍ୱବ୍ୟାପୀ ୧୧.୫ ବିଲିୟନ ଡଲାର ବିକ୍ରି ବଜାର ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।
ଆମେରିକୀୟ କର୍କଟ ସୋସାଇଟି ଆକଳନ କରିଛି, ଚଳିତ ବର୍ଷ ପ୍ରାୟ ୬୭,୩୫୦ ରୋଗୀ ପାନକ୍ରିଆଟିକ୍ କର୍କଟ ରୋଗରେ ପୀଡିତ ହୋଇପାରନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
