Cancer Deaths in Gujarat: ୫ ଗାଁରେ ୭ ବର୍ଷରେ କର୍କଟ ନେଲାଣି ୫୪ ଜୀବନ

Sep 05, 2026 - 18:31
Cancer Deaths in Gujarat: ୫ ଗାଁରେ ୭ ବର୍ଷରେ କର୍କଟ ନେଲାଣି ୫୪ ଜୀବନ

"ଅହମଦାବାଦ: ଗୁଜରାଟର ଅହମ୍ମଦାବାଦ ଜିଲ୍ଲାର ଢୋଲକାରେ ପାଞ୍ଚଟି ଗାଁରେ ରାସାୟନିକ ମିଶା ସଂକ୍ରମିତ ପାନୀୟ ଜଳ ପିଇ ଗତ ୭ ବର୍ଷରେ ୫୪ ଜଣ ଲୋକଙ୍କର କର୍କଟରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ପ୍ରତିବାଦରେ ଗ୍ରାମବାସୀ ଗତ ୧୨ ଦିନ ହେଲା ଧାରଣାରେ ବସିଛନ୍ତି।

ଗ୍ରାମବାସୀ ଦାବି କରିଛନ୍ତି ଯେ, ଭେଟାଭାଡା, ତ୍ରାସଦ, ନେସଡା, ପାଲଡି ଓ ଅମ୍ବାରେଲି ଗାଁରେ ସେମାନଙ୍କ ଘର ନିକଟରେ ଚାଲିଥିବା ଫ୍ୟାକ୍ଟ୍ରିଗୁଡ଼ିକ ରାସାୟନିକ ମିଶ୍ରିତ ପାଣି ଡ୍ରେନରେ ଛାଡିବା ଯୋଗୁଁ ଗାଁରେ ଭୂତଳ ଓ ବୋରୱେଲ ଜଳ ପ୍ରଦୂଷିତ ହେଉଛି।Advertisment ବିକ୍ଷୋଭକାରୀମାନେ କହିଛନ୍ତି ଯେ, ସେମାନେ ପ୍ରାୟ ୧୫ ବର୍ଷ ଧରି ଦୂଷିତ ପାଣି ପିଇ ଆସୁଛନ୍ତିି।

ଏହା ବିରୋଧରେ ପଞ୍ଚାୟତ, ପୌରପାଳିକା, ଗୁଜରାଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଜିପିସିବି), ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଆବେଦନ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ।

ସେମାନେ ଏବେ ଭେଟାଭାଡା ଗାଁରେ ଧାରଣା ଦେଇଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, ଗତ ସାତ ବର୍ଷ ମଧ୍ୟରେ ପାଞ୍ଚଟି ଗାଁର ୫୪ ଜଣ, ଯେଉଁଥିରେ ଭେଟାଭାଡାର ୨୧ ଜଣଙ୍କର କର୍କଟ ରୋଗରେ ମୃତ୍ୟୁ ଘଟିଛି।

ସେମାନେ ଦାବି କରିଛନ୍ତି ଯେ, ପ୍ରାୟ ୨୦ ଜଣ ଲୋକ ବର୍ତ୍ତମାନ କର୍କଟ ପୀଡ଼ିତ।

ଚର୍ମ ରୋଗ ଏହି ଗାଁମାନଙ୍କରେ ସାଧାରଣ ରୋଗ ହୋଇଗଲାଣି।

ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ଜଣେ ଗ୍ରାମବାସୀ ଚିରାଗ ପ୍ରଜାପତି ଅଭିଯୋଗ କରିଛନ୍ତି ଯେ, ଘରୋଇ କମ୍ପାନିଗୁଡ଼ିକ ଦ୍ୱାରା ନିର୍ଗତ ରାସାୟନିକ ମିଶ୍ରିତ ପାଣି ଗାଁ ଦେଇ ଯାଇଥିବା ଏକ ଡ୍ରେନ୍‌ରେ ପ୍ରବେଶ କରେ।

ଏହି ଦୂଷିତ ପାଣି ଭୂତଳ ଜଳ ସହିତ ମିଶିଯାଏ ଓ ଶେଷରେ ବୋରୱେଲରେ ମିଳୁଥିବା ପାଣିକୁ ପ୍ରଭାବିତ କରେ।

ପାଞ୍ଚଟି ଫ୍ୟାକ୍ଟ୍ରିର ପାଣି ‌ସେହି ଡ୍ରେନ୍‌ରେ ମିଶୁଥିବା ଅଭିଯୋଗ ହୋଇଛି।

ଲୋକମାନେ ଧାରଣା ଦେବା ପରଠାରୁ ଫ୍ୟାକ୍ଟ୍ରିଗୁଡ଼ିକ ରାସାୟନିକ ମିଶା ପାଣି ଛାଡ଼ିବା ବନ୍ଦ ରଖିଛନ୍ତି।

ପ୍ରତିବାଦ ସମୟରେ ପ୍ରଥମ ଥର ପାଇଁ, ଏକ ସ୍ୱାସ୍ଥ୍ୟ ଦଳ ଚର୍ମ ରୋଗରେ ପୀଡିତ ବାସିନ୍ଦାଙ୍କୁ ଔଷଧ ଯୋଗାଇବା ପାଇଁ ଅଞ୍ଚଳ ପରିଦର୍ଶନ କରିଥିଲେ।

ଭେଟାଭାଡାରେ ସ୍କୁଲ ନିକଟରେ ଡ୍ରେନ୍‌ ଯାଇଥିବାବେଳେ ରାସାୟନ ମିଶା ସଂକ୍ରମିତ ପାଣି ସ୍କୁଲ ବୋରୱେଲରେ ମଧ୍ୟ ଆସୁଛି।

ଗାଁର ଜଣେ ୧୪ ବର୍ଷର ଶିଶୁ ଅକ୍ଷୟ ନବଘନଭାଇ ମଧ୍ୟ କର୍କଟରେ ପୀଡ଼ିତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ରବିନ୍ଦ୍ରଭାଇ, ଯାହାଙ୍କ ବାପା ଲାଲଜୀଭାଇ ଚାରି ବର୍ଷ ପୂର୍ବେ ଗଳା କର୍କଟ ରୋଗରେ ପୀଡିତ ହୋଇଥିଲେ, ସେ କହିଛନ୍ତି ଯେ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ସେ ଏବେ ଠିକ୍ ଭାବରେ କଥା କହି ପାରୁନାହାନ୍ତି।

ଗାଁ ବୋରୱେଲ ପାଖରେ ସ୍ଥାପିତ ଏକ ଘରୋଇ କମ୍ପାନିର ଆର୍‌ଓ ମେସିନରୁ ପାଣି ସଂଗ୍ରହ କରିବା ପାଇଁ ପରିବାରକୁ ଦିନକୁ ୫ ରୁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ଗ୍ରାମବାସୀ କହିଛନ୍ତି ଯେ, ପ୍ରତିବାଦ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଯଦି ସେମାନଙ୍କର ସମସ୍ୟାର ସମାଧାନ କରାନଯାଏ, ତେବେ ସେମାନେ ଗାନ୍ଧୀନଗର ଯାତ୍ରା କରି ଗୁଜରାଟ ବିଧାନସଭାର ଅଧିବେଶନ ସମୟରେ ଘେରାଉ କରିବାକୁ ଯୋଜନା କରୁଛନ୍ତି।

ବାହାରିଲା ଲଗ୍ନ; ମା" ସମଲେଶ୍ବରୀଙ୍କ ଠାରେ କେତେବେଳେ ଲାଗି ହେବ ନବାନ୍ନ ଜାଣନ୍ତୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)