Canada in the pre-quarters: ଦକ୍ଷିଣ ଆଫ୍ରିକାର ଦୁଃଖଦ ବିଦାୟ: ପ୍ରି-କ୍ବାର୍ଟରରେ କାନାଡା
"ଇଙ୍ଗ୍ଲେଉଡ୍: ନବେ ମିନିଟ୍ କାଳ ଦକ୍ଷିଣ ଆଫ୍ରିକା ରକ୍ଷଣଭାଗ ଦମ୍ ଦେଖାଇଲା।
ଆହତ ସମୟରେ କିନ୍ତୁ କାନାଡା ବାଜି ମାରି ନେଲା।
ରବିବାର ବିଳମ୍ବିତ ରାତିରେ ଚଳିତ ଫିଫା ଫୁଟ୍ବଲ୍ ବିଶ୍ବକପ୍ର ଏକ ନାଟକୀୟ ରାଉଣ୍ଡ୍ ଅଫ୍ ୩୨ ମୁକାବିଲାରେ ଅନ୍ୟତମ ସହଆୟୋଜକ କାନାଡା କମାଲ କରିଛି।
ଆହତ ସମୟରେ ଦକ୍ଷିଣ ଆଫ୍ରିକାର ରକ୍ଷଣଭାଗକୁ ନାଟକୀୟ ଢଙ୍ଗରେ ଭେଦ କରିବା ସହ ୧-୦ ଗୋଲ୍ର ଐତିହାସିକ ବିଜୟ ହାସଲ କରିଛି।
ତା" ସହିତ ପ୍ରି-କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇଛି।
କାନାଡା ପକ୍ଷରୁ ଏହି ବିଜୟ ସୂଚକ ତଥା ଅବିସ୍ମରଣୀୟ ଗୋଲ୍ଟିକୁ ଷ୍ଟିଫେନ ୟୁଷ୍ଟାକିଓ (୯୦+୨) ଆହତ ସମୟର ଦ୍ବିତୀୟ ମିନିଟ୍ରେ ଦେଇଥିଲେ।
ତାଙ୍କର ଏହି ଗୋଲ୍ ଦକ୍ଷିଣ ଆଫ୍ରିକାକୁ ବିଦାୟର ପଥ ଦେଖାଇଥିଲା ବେଳେ କାନାଡା ଆତ୍ମବିଶ୍ବାସର ସହ ଆଗକୁ ବଢ଼ିଥିଲା।
Advertisment Sports: ଯୁବପିଢ଼ିଙ୍କ ମଧ୍ୟରେ ଚରିତ୍ର, ନେତୃତ୍ୱ ଗଢ଼ିବାର ଏକ ଶକ୍ତିଶାଳୀ ମାଧ୍ୟମ ହେଉଛି କ୍ରୀଡ଼ା: ରାଜ୍ୟପାଳ ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚଭରା ଏହି ମୁକାବିଲାରେ ଉଭୟ ଦଳ ପାଖାପାଖି ସମାନ ସମୟ ବଲ୍କୁ ନିଜନିଜ ନିୟନ୍ତ୍ରଣରେ ରଖିଥିଲେ।
ତେବେ କାନାଡା ୧୨ ଥର ଗୋଲ୍ପୋଷ୍ଟ ଉପରକୁ ଆକ୍ରମଣ କରିଥିଲା ବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୬ ଥର ଲକ୍ଷ୍ୟ ଭେଦ କରିବାକୁ ଚେଷ୍ଟା କରିଥିଲା।
ଯାହା ଶେଷରେ ଦୁଇ ଦଳ ମଧ୍ୟରେ ମୁଖ୍ୟ ଫରକ ପାଲଟିଥିଲା।
ଉଭୟ ଦଳ ଗୋଲ୍ ଦେବାକୁ ବିଫଳ ହେବା ପରେ ମ୍ୟାଚ୍ ଅତିରିକ୍ତ ସମୟକୁ ଯିବାର ଦ୍ବାର ଦେଶରେ ଥିଲା।
ହେଲେ ଅତିରିକ୍ତ ସମୟ ଶେଷ ହେବାର ୩ ମିନିଟ୍ ପୂର୍ବରୁ ୟୁଷ୍ଟାକିଓ ସବୁକିଛି ଓଲଟ ପାଲଟ କରି ଦେଇଥିଲେ।
କାନାଡାର ମୁଖ୍ୟ ପ୍ରଶିକ୍ଷକ ହୁଗୋ ବ୍ରୁସ୍ ମଧ୍ୟ ରବିବାର ଏକ ନିଆରା ରକର୍ଡ କରିଥିଲେ।
୭୪ବର୍ଷ ୭୯ ଦିନ ବୟସରେ କୌଣସି ଦଳକୁ ବିଶ୍ବକପ୍ର ପ୍ରି-କ୍ବାର୍ଟରକୁ ନେବାରେ ପ୍ରଥମ ପ୍ରଶିକ୍ଷକ ଓ ପ୍ରବନ୍ଧକ ହୋଇଥିଲେ ସେ।
ପୂର୍ବରୁ ଏହି ରେକର୍ଡ ଓସ୍କାର ତାବ୍ରାଇଜ୍ଙ୍କ ନାଁରେ ଥିଲା।
ସେ ୨୦୧୮ ମସିହାରେ ୭୧ ବର୍ଷ ବୟସରେ ପାରାଗୁଏକୁ କ୍ବାର୍ଟର ଫାଇନାଲ୍ ନେଇଥିଲେ।
Football League: ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍: ନିତା ଫୁଟ୍ବଲ୍ ଏକାଡେମୀ ବିଜେତା"