Cabinet Approves Extra Funds for Eggs: ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଅଙ୍ଗନୱାଡି କେନ୍ଦ୍ରରେ ମହିଳା ଓ ଶିଶୁଙ୍କୁ ମିଳିବ ଅଣ୍ଡା

Jul 24, 2026 - 10:23
Cabinet Approves Extra Funds for Eggs: ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଅଙ୍ଗନୱାଡି କେନ୍ଦ୍ରରେ ମହିଳା ଓ ଶିଶୁଙ୍କୁ ମିଳିବ ଅଣ୍ଡା

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି। ଏଣିକି ଅଙ୍ଗନୱାଡି କେନ୍ଦ୍ରରେ ମହିଳା ଓ ଶିଶୁଙ୍କୁ ଦିଆଯାଉଥିବା ଜଳଖିଆ ଓ ରନ୍ଧା ଖାଦ୍ୟରେ ଅଣ୍ଡା ପରିବେଷଣ ପାଇଁ ଅଧିକ ଅର୍ଥ ବ୍ୟୟ କରାଯିବ। ଏହା ସହ ସ୍ୱାସ୍ଥ୍ୟ ବୀମା, ସୀମା ସୁରକ୍ଷା ଓ ପଞ୍ଚାୟତ ଆଇନକୁ ନେଇ ମଧ୍ୟ କ୍ୟାବିନେଟ୍ ନେଇଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

ପଶ୍ଚିମବଙ୍ଗ କ୍ୟାବିନେଟ୍ ବୈଠକରେ ଅଙ୍ଗନୱାଡି କେନ୍ଦ୍ରରେ ମହିଳା ଓ ଶିଶୁଙ୍କ ପାଇଁ ଦିଆଯାଉଥିବା ଜଳଖିଆ ଓ ଗରମ ରନ୍ଧା ଖାଦ୍ୟରେ ଅଣ୍ଡା ଯୋଗାଇବା ପାଇଁ ପ୍ରତି ପ୍ଲେଟ୍ ପିଛା ଅତିରିକ୍ତ ୨ ଟଙ୍କା ବ୍ୟୟକୁ ଅନୁମୋଦନ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପରେ ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ଯୋଗାଣ ଆହୁରି ସୁଦୃଢ଼ ହେବ ବୋଲି କୁହାଯାଉଛି।

ଏହା ସହ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ନଥିବା ରାଜ୍ୟବାସୀଙ୍କ ପାଇଁ 'ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା' ଲାଗୁ କରିବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ଯୋଜନା ମାଧ୍ୟମରେ ଆୟୁଷ୍ମାନ ଭାରତରୁ ବଞ୍ଚିତ ଲୋକମାନେ ସ୍ୱାସ୍ଥ୍ୟ ବୀମାର ସୁବିଧା ପାଇବେ।

କ୍ୟାବିନେଟ୍ ବୈଠକରେ ରାଜ୍ୟରେ ଜାତୀୟ ତଦନ୍ତ ସଂସ୍ଥା (NIA)ର ଏକ ଷ୍ଟେସନ୍ ସ୍ଥାପନ ପ୍ରସ୍ତାବକୁ ମଧ୍ୟ ସବୁଜ ସଙ୍କେତ ମିଳିଛି। ସେହିପରି ଉତ୍ତର ଦିନାଜପୁର, ନଦିଆ, ମାଲଦା ଓ ମୁର୍ଶିଦାବାଦ ଜିଲ୍ଲାର ଭାରତ-ବାଂଲାଦେଶ ସୀମାରେ ବାଡ଼ ନିର୍ମାଣ ଏବଂ ବିଏସଏଫ୍ ଆଉଟପୋଷ୍ଟ ସ୍ଥାପନ ପାଇଁ ବିଏସଏଫ୍‌କୁ ଜମି ହସ୍ତାନ୍ତର କରିବାକୁ ମଧ୍ୟ ଅନୁମତି ମିଳିଛି। ଜଳପାଇଗୁଡ଼ି ଜିଲ୍ଲାର ପଙ୍ଗା ନଦୀ ଉପରେ ଲୁହା ପୋଲ ନିର୍ମାଣ ଏବଂ ଏସଏସବି ପାଇଁ ଜମି ହସ୍ତାନ୍ତର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି।

ଏଥିସହ ପଶ୍ଚିମବଙ୍ଗ ପଞ୍ଚାୟତ ବିଲ୍–୨୦୨୬କୁ କ୍ୟାବିନେଟ୍ ସ୍ୱୀକୃତି ଦେଇଛି। ସମ୍ପ୍ରତି ସ୍କୁଲ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପରିବେଷଣକୁ ନେଇ ହୋଇଥିବା ବିବାଦ ମଧ୍ୟରେ ଅଙ୍ଗନୱାଡି କେନ୍ଦ୍ରରେ ଅଣ୍ଡା ପାଇଁ ଅତିରିକ୍ତ ଅର୍ଥ ବରାଦକୁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।

ବାହୁଡା ଯାତ୍ରାର ସିଧା ପ୍ରସାରଣ ଦେଖିବା ପାଇଁ କ୍ଲିକ୍ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।