PM Modi Urges Sonam Wangchuk: ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ୍, ଏପରି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
୨୬ ଦିନ ପରେ ଅନଶନ ଭଙ୍ଗ କରିଛନ୍ତି ପ୍ରସିଦ୍ଧ ପରିବେଶବିତ୍ ଓ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁକ୍। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଡାକ୍ତରୀ ପରାମର୍ଶ ମାନି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ନିବେଦନ କରିଛନ୍ତି।
ଜନ୍ତର-ମନ୍ତର ପ୍ରତିବାଦକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେବାକୁ ସରକାର ଦେଇଥିବା ପ୍ରତିଶ୍ରୁତି ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ୱାଙ୍ଗଚୁକ୍ ନିଜର ଅନଶନ ଶେଷ କରିଛନ୍ତି। ଏହାପରେ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଡାକ୍ତରଙ୍କ ପରାମର୍ଶ ମାନି ପୂର୍ବ ଭଳି ସ୍ୱାସ୍ଥ୍ୟ ଫେରାଇ ଆଣିବାକୁ ସେ ୱାଙ୍ଗଚୁକଙ୍କୁ ଅନୁରୋଧ କରିଛନ୍ତି।
मैं सोनम जी से आग्रह करता हूँ की वो डॉक्टरों की सलाह के अनुसार अपनी दिनचर्या रखें और जल्द से जल्द अपना पुराना वज़न फिर से प्राप्त करें।
— Narendra Modi (@narendramodi) July 23, 2026
मैं प्रभु से प्रार्थना करता हूँ कि सोनम जी स्वस्थ रहें।@Wangchuk66@GitanjaliAngmo
ସରକାରଙ୍କ ଆଶ୍ୱାସନ ପରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ୱାଙ୍ଗଚୁକ ଅନଶନ ଭାଙ୍ଗିଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହ, ପରିବାର ସଦସ୍ୟ ଏବଂ ଡାକ୍ତରମାନେ ଉପସ୍ଥିତ ଥିଲେ।
ସରକାର ପକ୍ଷରୁ ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ନ କରିବା, ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ ଏବଂ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ନେଇ ଆଶ୍ୱାସନ ଦିଆଯାଇଥିବା କୁହାଯାଇଛି। ସେହିପରି ପେପର ଲିକ୍ ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ସଂସଦରେ ଶୀଘ୍ର ବିଲ୍ ଆଣିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।
Just now in the presence of Union Ministers Sh. JP Nadda, Dr. Jitendra Singh and the senior leaders of Apex Body of Leh Ladakh I finally broke my fast after 26 days. Earlier 65 members of parliament from different political parties had visited or signed letters urging me to break… pic.twitter.com/RFCet7Oksy
— Sonam Wangchuk (@Wangchuk66) July 23, 2026
ବାହୁଡା ଯାତ୍ରାର ସିଧା ପ୍ରସାରଣ ଦେଖିବା ପାଇଁ କ୍ଲିକ୍ କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।