India Successfully Tests Kush Missile: ଭାରତର ନୂଆ ବ୍ରହ୍ମାସ୍ତ୍ର ‘କୁଶ’ ମିସାଇଲ୍‌, S-400 ସହ ତୁଳନା

Jul 24, 2026 - 09:25
India Successfully Tests Kush Missile: ଭାରତର ନୂଆ ବ୍ରହ୍ମାସ୍ତ୍ର ‘କୁଶ’ ମିସାଇଲ୍‌, S-400 ସହ ତୁଳନା

ମିସାଇଲ୍ ‘କୁଶ’ର ସଫଳ ପରୀକ୍ଷଣ। ଅବଦୁଲ କଲାମ୍ ଦ୍ୱୀପରୁ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ୍ ‘କୁଶ’ର ସଫଳ ପରୀକ୍ଷଣ ହୋଇଛି। ଯାହାକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ୍ ବୋଲି କୁହାଯାଉଛି। ଶତ୍ରୁପକ୍ଷର ଫାଇଟର ଜେଟ୍, କ୍ରୁଜ୍ ମିସାଇଲ୍, ଡ୍ରୋନ୍ ଏବଂ ବୃହତ ସାମରିକ ବିମାନକୁ ନଷ୍ଟ କରିବାରେ ଏହା ସମ୍ପୂର୍ଣ୍ଣ ସକ୍ଷମ। ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ରୁଷିଆର ପ୍ରସିଦ୍ଧ S-400 ଟ୍ରାୟମ୍ଫ ଏବଂ ଆମେରିକାର ପାଟ୍ରିଅଟ୍ ସିଷ୍ଟମ ସହ ତୁଳନା କରାଯାଉଛି।

ପ୍ରୋଜେକ୍ଟ କୁଶ ଅଧୀନରେ ୩ଟି ଭିନ୍ନ ଭିନ୍ନ ରେଞ୍ଜର ଇଣ୍ଟରସେପ୍ଟର ମିସାଇଲ୍ ରହିବ। ଏହା ୧୫୦ କିଲୋମିଟରରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଦୂରଗାମୀ ଲକ୍ଷ୍ୟଭେଦ କ୍ଷମତା ରଖିଛି। ଇଣ୍ଟରସେପ୍ଟର ମିସାଇଲଗୁଡ଼ିକ ମାକ୍ ୫.୫ ଅର୍ଥାତ୍ ଶବ୍ଦର ଗତିଠାରୁ ପ୍ରାୟ ସାଢ଼େ ପାଞ୍ଚ ଗୁଣ ଅଧିକ ବେଗରେ ଗତି କରିପାରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDOର ଏହି ସଫଳତାକୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଏକ ବଡ଼ ମାଇଲଖୁଣ୍ଟ ବୋଲି କହିଛନ୍ତି। ଏହି ପ୍ରଣାଳୀ କାର୍ଯ୍ୟକ୍ଷମ ହେବା ପରେ ଭାରତୀୟ ବାୟୁସେନାର ଆକାଶମାର୍ଗୀୟ ସୁରକ୍ଷା କ୍ଷମତା ବହୁଗୁଣିତ ହେବ ଏବଂ ଏଭଳି ବ୍ୟବସ୍ଥା ପାଇଁ ବିଦେଶ ଉପରେ ନିର୍ଭରଶୀଳତା ସମ୍ପୂର୍ଣ୍ଣ ଶେଷ ହେବ।

ମିସାଇଲ୍ ‘କୁଶ’ର ସଫଳ ପରୀକ୍ଷଣ
ଅବଦୁଲ କଲାମ୍ ଦ୍ୱୀପରୁ ମିସାଇଲ୍ ‘କୁଶ’ର ସଫଳ ପରୀକ୍ଷଣ
ଲଙ୍ଗ୍ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ ‘କୁଶ’ର ପରୀକ୍ଷଣ
ଶତ୍ରୁପକ୍ଷର ଯୁଦ୍ଧବିମାନ, ମିସାଇଲ୍, UAVକୁ ନିଷ୍କ୍ରିୟ କରିପାରିବ
ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଷ୍ଟୋନ୍
ରୁଷିଆର S-400 ଏବଂ ଆମେରିକାର ପାଟ୍ରିଅଟ୍ ସିଷ୍ଟମ ସହ ତୁଳନା
୩ଟି ଭିନ୍ନ ଭିନ୍ନ ରେଞ୍ଜର ଇଣ୍ଟରସେପ୍ଟର ମିସାଇଲ୍ ରହିବ
୧୫୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା 
DRDOର ସଫଳତାକୁ ବଡ଼ ମାଇଲଖୁଣ୍ଟ କହିଲେ ରାଜନାଥ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।