Bus: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍

Oct 09, 2026 - 13:20
Bus: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍

"ବଣାଇଗଡ଼: ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ମଧୁପୁର (ଚିଲବାନ୍ସ) ନିକଟରେ ଭାରସାମ୍ୟ ହରାଇ ଏକ ବସ୍ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ହଂସିକା ନାମକ ଏକ ବସ ଝାରସୁଗୁଡ଼ାରୁ ବାହାରି ବଣାଇଁ ଅଭିମୁଖେ ଆସୁଥିବାବେଳେ ସକାଳ ପ୍ରାୟ ୧୧ ଟା ପାଖାପାଖି ସମୟରେ ଚିଲବାନ୍ସ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।Advertisment ଆହୁରି ପଢନ୍ତୁ: U19 Asia Cup: ଯୁବ ଏସିଆ କପ୍‌ ନଭେମ୍ବର ୫ରୁ: ୮ରେ ଭାରତ-ପାକିସ୍ତାନ ମୁକାବିଲା  ବସରେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବା ବେଳେ ସେଥିରୁ ୧୫ ପାଖାପାଖି ଯାତ୍ରୀ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଗୁରୁଣ୍ଡିଆ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଗୁରୁଣ୍ଡିଆ ଡାକ୍ତରଖାନାକୁ ପଠାଇ ଦେଇଥିଲେ।

ଗୁରୁଣ୍ଡିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)