04 NOVEMBER 2026

Welcome!

Unlock your personalized experience.
Sign Up

Burning Sensation In Your Stomach: ରାତିରେ ଶୋଇବା ସମୟରେ ପେଟ ଓ ଛାତି ଜଳାପୋଡ଼ା ହେଉଛି କି? ଜାଣନ୍ତୁ ଏହାର ୩ଟି ମୁଖ୍ୟ କାରଣ

Nov 04, 2026 - 19:02
Burning Sensation In Your Stomach: ରାତିରେ ଶୋଇବା ସମୟରେ ପେଟ ଓ ଛାତି ଜଳାପୋଡ଼ା ହେଉଛି କି? ଜାଣନ୍ତୁ ଏହାର ୩ଟି ମୁଖ୍ୟ କାରଣ

ଅନେକ ଲୋକଙ୍କୁ ରାତିରେ ଶୋଇବା ସମୟରେ ପେଟ କିମ୍ବା ଛାତିରେ ଜଳାପୋଡ଼ା ଅନୁଭବ ହୋଇଥାଏ। କିଛି ଲୋକ ଏହାକୁ ସାଧାରଣ ଗ୍ୟାସ୍କିମ୍ବା ଏସିଡିଟିଭାବି ଅଣଦେଖା କରିଦିଅନ୍ତି। କିନ୍ତୁ ଯଦି ଏହି ସମସ୍ୟା ବାରମ୍ବାର ହେଉଛି, ତେବେ ଏହାର କାରଣ ଜାଣିବା ଜରୁରୀ। ରାତିରେ ଖାଦ୍ୟ ଖାଇବାର ସମୟ, ଖାଦ୍ୟର ପରିମାଣ ଏବଂ ଶୋଇବାର ଶୈଳୀ ମଧ୍ୟ ପେଟ ଜଳାପୋଡ଼ା ସମସ୍ୟାକୁ ବଢ଼ାଇଥାଏ। ଏହା ବ୍ୟତୀତ କିଛିସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଏଥିପାଇଁ ଦାୟୀ। ଆସନ୍ତୁ ଜାଣିବା ଏହାର ୩ଟି ମୁଖ୍ୟ କାରଣ।

ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ଓ ଅଧିକ ଖାଦ୍ୟ ଖାଇବା

ରାତିରେ ପେଟ ଜଳାପୋଡ଼ା ହେବାର ସବୁଠାରୁ ସାଧାରଣ କାରଣ ହେଉଛି ଏସିଡ୍ ରିଫ୍ଲକ୍ସ। ଏହି ସମସ୍ୟାରେ ପେଟର ଏସିଡ୍ ପୁଣିଥରେ ଖାଦ୍ୟନଳୀ ଆଡ଼କୁ ଫେରି ଆସିଥାଏ। ଫଳରେ ଛାତି ଓ ଗଳାରେ ଜଳାପୋଡ଼ା ଅନୁଭବ ହୁଏ। ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇପଡ଼ିଲେ ଏହି ସମସ୍ୟା ଆହୁରି ବଢ଼ିଥାଏ। କାରଣ ଶୋଇବା ଅବସ୍ଥାରେ ପେଟର ଏସିଡ୍ ତଳକୁ ଯିବା ପରିବର୍ତ୍ତେ ଉପରକୁ ଆସିବାର ସମ୍ଭାବନା ରହିଥାଏ। ଏହା ବ୍ୟତୀତ ରାତିରେ ଅଧିକ ତେଲ, ଲଙ୍କା, ମସଲା ଓ ଛଣାଛଣି ଖାଦ୍ୟ ଖାଇଲେ ମଧ୍ୟ ଜଳାପୋଡ଼ା ବଢ଼ିଥାଏ। ଅଧିକ ପରିମାଣରେ ଖାଦ୍ୟ ଖାଇବା ଦ୍ୱାରା ପେଟ ଭରି ରହିଥାଏ ଏବଂ ଏସିଡ୍ ରିଫ୍ଲକ୍ସ ସମସ୍ୟା ଦେଖାଦିଏ। ଚା', କଫି, ଚକୋଲେଟ୍ ଓ କିଛି ଖଟା ଖାଦ୍ୟ ମଧ୍ୟ କେତେକ ଲୋକଙ୍କଠାରେ ଏହି ସମସ୍ୟା ବଢ଼ାଇଥାଏ। ତେଣୁ ରାତିରେ ହାଲୁକା ଖାଦ୍ୟ ଖାଆନ୍ତୁ ଏବଂ ଶୋଇବାର ଅତି କମ୍‌ରେ ୩ ଘଣ୍ଟା ପୂର୍ବରୁ ରାତ୍ରିଭୋଜନ କରନ୍ତୁ।

ପେଟରେ ପ୍ରଦାହ, ଘା' କିମ୍ବା ହାଇଟାଲ୍ ହର୍ନିଆ ହେବା

ପେଟର ଭିତର ଆବରଣରେ ପ୍ରଦାହ ସୃଷ୍ଟି ହେବାକୁ ଗ୍ୟାଷ୍ଟ୍ରାଇଟିସ୍ କୁହାଯାଏ। ଏହା ଯୋଗୁଁ ପେଟର ଉପର ଭାଗରେ ଜଳାପୋଡ଼ା, ଯନ୍ତ୍ରଣା, ଭାରିପଣ ଓ ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଦିଏ। ସେହିପରି ପେଟ କିମ୍ବା କ୍ଷୁଦ୍ରାନ୍ତ୍ରର ପ୍ରାରମ୍ଭିକ ଭାଗରେ ଘା' ହେଲେ ଏହାକୁ ପେପ୍ଟିକ୍ ଅଲସର କୁହାଯାଏ। କେତେକ ଲୋକଙ୍କଠାରେ ରାତିରେ କିମ୍ବା ଖାଲି ପେଟରେ ଅଲସର ଯନ୍ତ୍ରଣା ବଢ଼ିଥାଏ। ଏଚ୍. ପାଇଲୋରି ନାମକ ଜୀବାଣୁ ସଂକ୍ରମଣ କିମ୍ବା ଦୀର୍ଘ ସମୟ ଧରି କିଛି ଯନ୍ତ୍ରଣା ନିବାରକ ଔଷଧ ସେବନ ଯୋଗୁଁ ମଧ୍ୟ ଏହି ସମସ୍ୟା ହୋଇପାରେ।

ଏହା ବ୍ୟତୀତ ହାଇଟାଲ୍ ହର୍ନିଆ ମଧ୍ୟ ରାତିରେ ପେଟ ଜଳାପୋଡ଼ାର ଅନ୍ୟ ଏକ କାରଣ। ଏହି ସ୍ଥିତିରେ ପେଟର ଉପର ଭାଗ ଡାଏଫ୍ରାମ୍‌ର ଏକ ଖୋଲା ଅଂଶ ଦେଇ ଛାତି ଆଡ଼କୁ ଚାଲିଆସେ। ଫଳରେ କେତେକ ଲୋକଙ୍କଠାରେ ଏସିଡ୍ ରିଫ୍ଲକ୍ସ ସମସ୍ୟା ବଢ଼ିଯାଏ। ଏହା ଯୋଗୁଁ ଛାତି ଜଳାପୋଡ଼ା, ଖଟା ହାକୁଟି ଏବଂ ଖାଦ୍ୟ ପୁଣି ଗଳା ପର୍ଯ୍ୟନ୍ତ ଫେରି ଆସିବା ଭଳି ସମସ୍ୟା ଦେଖାଦିଏ।

ରାତିରେ ପେଟ ଜଳାପୋଡ଼ା କମ୍ କରିବା ପାଇଁ ଶୋଇବାର ଅତି କମ୍‌ରେ ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇନିଅନ୍ତୁ। ରାତିରେ ହାଲୁକା ଖାଦ୍ୟ ଖାଆନ୍ତୁ ଏବଂ ଅଧିକ ତେଲ, ଛଣାଛଣି ଓ ମସଲାଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ଖାଇବା ପରେ ସଙ୍ଗେ ସଙ୍ଗେ ବିଛଣାକୁ ଯାଆନ୍ତୁ ନାହିଁ। ବରଂ କିଛି ସମୟ ଧୀରେ ଧୀରେ ଚାଲନ୍ତୁ। ଶୋଇବା ସମୟରେ ଜଳାପୋଡ଼ା ବଢ଼ୁଥିଲେ ବିଛଣାର ମୁଣ୍ଡପାଖ ଅଂଶକୁ ଟିକେ ଉଚ୍ଚା ରଖନ୍ତୁ।

ବାରମ୍ବାର ଏହି ସମସ୍ୟା ହେଉଥିଲେ କେବଳ ଘରୋଇ ଉପଚାର ଉପରେ ନିର୍ଭର ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯଦି ପେଟ କିମ୍ବା ଛାତିରେ ଲଗାତାର ଜଳାପୋଡ଼ା ହେଉଛି, ଖାଦ୍ୟ ଗିଳିବାରେ ଅସୁବିଧା ହେଉଛି, ବାରମ୍ବାର ବାନ୍ତି ହେଉଛି କିମ୍ବା ବିନା କାରଣରେ ଓଜନ ହ୍ରାସ ପାଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକୀୟ ପରୀକ୍ଷା କରାନ୍ତୁ।

ରାଜସ୍ବ ପରିଷଦ ରାୟ; ସରକାରୀ ଜମି ଉପରେ ଘରୋଇ ବ୍ୟକ୍ତି ନିଜର ମାଲିକାନା ଜାହରି କରିପାରିବେନି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)