Burj Khalifa: ବୁର୍ଜ ଖଲିଫାରେ ଚମକିଲା ତ୍ରିରଙ୍ଗା, ଭାରତକୁ ଅଭିନନ୍ଦନ ଜଣାଇଲା ୟୁଏଇ
"ନୂଆଦିଲ୍ଲୀ: ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଦୁବାଇର ପ୍ରସିଦ୍ଧ ବୁର୍ଜ ଖଲିଫା ତ୍ରିରଙ୍ଗାର ରଙ୍ଗରେ ଝଲସି ଉଠିଥିଲା।
ଶୁକ୍ରବାର ରାତିରେ ବିଶ୍ୱର ଉଚ୍ଚତମ କୋଠା ବୁର୍ଜ ଖଲିଫାରେ କେଶର, ଧଳା ଓ ସବୁଜ ଆଲୋକର ଚମତ୍କାର ପ୍ରଦର୍ଶନ ଭାରତ ପ୍ରତି ୟୁଏଇର ଶୁଭେଚ୍ଛା ଓ ବନ୍ଧୁତ୍ୱର ବାର୍ତ୍ତା ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।Advertisment ଦୁବାଇସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ୍ ଏହି ବିଶେଷ ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।
ବୁର୍ଜ ଖଲିଫାରେ ତ୍ରିରଙ୍ଗାର ଆଲୋକକୁ ଭାରତର ଗୌରବ, ଯାତ୍ରା ଓ ଜାତୀୟ ଭାବନା ପ୍ରତି ଏକ ସମ୍ମାନ ଭାବେ ଦର୍ଶାଯାଇଥିଲା।
As India celebrates its 80th Independence Day, the magnificent Burj Khalifa lights up in the vibrant hues of the Tiranga—a spectacular tribute to India"s journey, pride and spirit. 🇮🇳A celebration of the enduring India–UAE friendship and the bonds that bring our two nations… pic.twitter.com/IBxW0htDwX — India in Dubai (@cgidubai) August 15, 2026 ଭାରତ ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା ଓ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ରହିଛି।
ୟୁଏଇରେ ବହୁ ସଂଖ୍ୟକ ଭାରତୀୟ ପ୍ରବାସୀ ରହୁଥିବାରୁ ସେଠାରେ ଭାରତୀୟ ଜାତୀୟ ପର୍ବପର୍ବାଣୀର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି।
ବିଶ୍ୱର ଉଚ୍ଚତମ କୋଠା ୮୨୮ ମିଟର ଉଚ୍ଚ ବୁର୍ଜ ଖଲିଫା ବିଶ୍ୱର ଉଚ୍ଚତମ କୋଠା ଭାବେ ପରିଚିତ।
ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଅବସରରେ ଏଠାରେ ସ୍ୱତନ୍ତ୍ର ଆଲୋକ ପ୍ରଦର୍ଶନ କରାଯାଇଥାଏ।
ଭାରତର ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ଆଲୋକରେ ବୁର୍ଜ ଖଲିଫାର ଏହି ସଜ୍ଜା ଦୁଇ ଦେଶର ମଧୁର ସମ୍ପର୍କର ଏକ ଝଲକ ପ୍ରଦାନ କରିଛି।
Dead Body: ଯୁବକର ମୃତଦେହ ଠାବ, ହତ୍ୟା ସନ୍ଦେହ ଏହା ସହ ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଦେଶର ନେତା ଓ ସରକାରଙ୍କ ପକ୍ଷରୁ ଭାରତକୁ ଶୁଭେଚ୍ଛା ଜଣାଯାଇଥିଲା।
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
