Landslide Death: ଶିବମୋଗାରେ ଭୂସ୍ଖଳନ: ଚାପି ହୋଇ ଗୋଟିଏ ପରିବାରର ୩ ବର୍ଷର ଶିଶୁଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ
"ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଥିର୍ଥହାଲ୍ଲି ତାଲୁକରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ରବିବାର ପ୍ରତ୍ୟୁଷରେ ହୋଇଥିବା ଭୂସ୍ଖଳନରେ ଏକ କୁଡ଼ିଆ ମାଟି ତଳେ ଚାପି ହୋଇଯାଇଛି।
ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି।
ମୃତକଙ୍କରେ ଜଣେ ତିନି ବର୍ଷର ଶିଶୁ ମଧ୍ୟ ଅଛନ୍ତି।
ରିପୋର୍ଟ ଅନୁସାରେ, ଘଟଣା ରବିବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ ତୀର୍ଥହଲ୍ଲୀର ଇନ୍ଦିରା ନଗରରେ ଘଟିଥିଲା।Advertisment ଉଦ୍ଧାର କାର୍ଯ୍ୟ ଜାରି ମାଲନାଡ ଅଞ୍ଚଳରେ ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ପାହାଡର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା।
ବହୁ ପରିମାଣର କାଦୁଅ ଏବଂ ମାଟି ପଥର, କାମରୁ ଫେରି କୁଡ଼ିଆରେ ଶୋଇଥିବା ଶ୍ରମିକ ପରିବାରର ସଦସ୍ୟଙ୍କ ଉପରେ ପଡ଼ିଥିଲା।ମୃତକମାନେ ହେଲେ ମଲ୍ଲିକାର୍ଜୁନ (୩୦), ନାଗାବେଣୀ (୨୭) ଏବଂ ସେମାନଙ୍କର ତିନି ବର୍ଷର ପୁଅ ସନ୍ତୋଷ।
ପରିବାର କୋପ୍ପାଲ ଜିଲ୍ଲାର ଗଙ୍ଗାବତୀ ତାଲୁକର କକ୍କାରଗୋଲ ଗାଁରୁ ଶ୍ରମିକ ଭାବରେ କାମ କରିବାକୁ ଆସିଥିଲେ।
ଘଟଣା ପରେ ପୁଲିସ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
କିଛି ଘଣ୍ଟାର ପ୍ରୟାସ ପରେ,ଭଗ୍ନାବଶେଷ ତଳେ ଚାପି ହୋଇଥିବା ତିନି ଜଣଙ୍କ ମୃତଦେହ ବାହାର କରାଯାଇଥିଲା।
President: ପିବିଜି ସୋଲଜରଥୋନ୍କୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାଷ୍ଟ୍ରପତି କାଦୁଅମାଟିରେ ଫସି ରହିଥିବା ଅନ୍ୟ ଜଣେ ଆହତ ଶ୍ରମିକ ହନୁମନ୍ତଙ୍କୁ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି।
ତାଙ୍କୁ ଚିକିତ୍ସାଲାଗି ତୀର୍ଥହଲ୍ଲୀର ଜୟଚାମରାଜେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।
ନିକଟବର୍ତ୍ତୀ ଅନ୍ୟ ଏକ କୁଡ଼ିଆରେ ରହୁଥିବା କିଛି ଲୋକ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଅଧିକାରୀମାନେ ବର୍ଷାକୁ ଦୃଷ୍ଟିରେ ରଖି ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।