Bullock Festival: ଭୁବନ ବଳଦ ଯାତ୍ରାରେ ବିଭ୍ରାଟ
/sambad/media/media_files/2026/10/24/whatsapp-i-2026-10-24-14-34-10.jpeg)
ଅନ୍ୟପକ୍ଷରେ ତିନୋଟି ଦୁର୍ଗା ମେଢ଼ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଦୁର୍ଗା ଛଳରେ ଅଟକି ରହିବା ପରେ ବିନା ରୋଷଣିରେ ଗାଁ ପରିକ୍ରମା କରି ବିସର୍ଜନ କରାଯାଇଥିଲା। ଚଳିତ ବର୍ଷ ବଳଦ ଯାତ୍ରାରେ ୩୧ଟି ବଳଦ ଓ ଦୁଇଟି ଷଣ୍ଢ ସାମିଲ ହୋଇଥିବା ବେଳେ ସହରର ୧୩ଟି ଦୁର୍ଗା ମେଡ଼ ଉତ୍ସବର ଆକର୍ଷଣ ବଢ଼ାଇଥିଲେ । ବିଭିନ୍ନ ସାହିରୁ ବାହାରିଥିବା ବଳଦ ଓ ମେଢ ଗୁଡ଼ିକ କାଳୀବଜାରରେ ଏକତ୍ର ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଢୋଲ, ପାରମ୍ପରିକ ବାଦ୍ୟ ଓ ଆଲୋକସଜ୍ଜା ସହିତ ବିଭିନ୍ନ ଆକର୍ଷଣୀୟ ପ୍ରଜ୍ଞାପନ ମେଢ଼ ଦର୍ଶକଙ୍କ ମନ ମୋହିଥିଲା।
/sambad/media/media_files/2026/10/24/whatsapp-i-2026-10-24-14-35-24.jpeg)
ପ୍ରଶାସନର ନିଷ୍ପତ୍ତ ଅନୁଯାୟୀ ରାତି ୧୧ଟାରେ ଦୁର୍ଗା ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ଏହା ସମ୍ଭବ ହୋଇନଥିଲା। ଫଳରେ ଦୁର୍ଗାଛକରେ ମେଢ ଗୁଡ଼ିକ ଦୀର୍ଘ ସମୟ ଅଟକି ରହିଥିଲା।ପରେ ରାତି ପ୍ରାୟ ୩ଟା ବେଳେ ୨୫ ବର୍ଷ ପୂରଣ କରୁଥିବା କ୍ଲାସିକ୍ କ୍ଲବ୍ ମେଡ଼, ଦୁର୍ଗାବଜାର ମେଢ ଓ ନୂଆଭୁବନ ମେଢ଼ ମୁଖ୍ୟ ଯାତ୍ରାରୁ ଅଲଗା ହୋଇ ସିଧାସଳଖ ବିସର୍ଜନ ସ୍ଥଳକୁ ଯାଇଥିଲା। ସେହିପରି ସମୟସାରଣୀରେ ବିଭ୍ରାଟ ଯୋଗୁଁ ଥୋରିଆ ସାହି ବଳଦ ଯାତ୍ରା କମିଟି ମଧ୍ୟ ମୁଖ୍ୟ ଶୋଭାଯାତ୍ରାରେ ସାମିଲ ହୋଇନଥିଲା। ପରେ ଥୋରିଆ ସାହିର ବଳଦ ସହ ବନଦୁର୍ଗା, ଦେଶଦୁର୍ଗା ଓ ନୂଆଭୁବନମଝି ସାହି ମେଢ଼ ବିନା ରୋଷଣିରେ ଗାଁ ପରିକ୍ରମା କରି ବିସର୍ଜିତ ହୋଇଥିଲା।
/sambad/media/media_files/2026/10/24/whatsapp-im-2026-10-24-14-36-23.jpeg)
ସନ୍ଧ୍ୟା ପ୍ରାୟ ୬ଟାରୁ ଆରମ୍ଭ ହୋଇଥିବା ବଳଦ ଶୋଭାଯାତ୍ରା ଦୀର୍ଘ ୧୮ ଘଣ୍ଟା ପରେ ମା' ବଣିଜାରୀଙ୍କ ପୀଠରେ ମେଲଣ ସହ ଶେଷ ହୋଇଥିଲା। ୨ ଦିନ ଧରି ଚାଲିଥିବା ଦଶହରା ଉତ୍ସବରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । କେତେକ ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଘଟିଥିବା ସତ୍ତ୍ବେ ମୋଟାମୋଟି ଭାବେ ଉତ୍ସବ ଶେଷ ହୋଇଥିଲା। ଦଶମୀ ଦିନ ଥୋରିଆ ସମାଜ ପକ୍ଷରୁ ପାରମ୍ପରିକ ମେରୀ ବନ୍ଦନା, ଗଡ଼ିଶ ମାଛ ଅନୁକୂଳ, ଦାନୀଘରେ ବନ୍ଧୁଗୁଆ, ଗୋପାଳପୁରରେ ଲୁଣମାପ ଓ ଦଶହରା ପଡ଼ିଆର ମାଟିକୁ ପ୍ରଣାମ ଭଳି ବିଧି ପାଳନ କରାଯାଇଥିଲା। ପରେ ଛତିଶ ପାଟକ ଭାଇମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା |
/sambad/media/media_files/2026/10/24/whatsapp-im-2026-10-24-14-37-26.jpeg)
ବଳଦ ଯାତ୍ରା ସହିତ 26ତମ ରାବଣ ପୋଡ଼ି ଉତ୍ସବ ମଧ୍ୟ ଆକର୍ଷଣର କେନ୍ଦ୍ର ହୋଇଥିଲା। ରାଜ୍ୟର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ। କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଭୁବନ ନଗରପାଳ ଶୁଭେନ୍ଦୁ ମାହୁ, ନାଟ୍ୟକାର ଅରୁଣ କୁମାର ନାୟକ, ଜିଲ୍ଲା ମୁଖ୍ୟ ସରକାରୀ ଓକିଲ ନବକିଶୋର ଗୁରୁ, ଦିଲୀପ କୁମାର ଦାସ, ବିଷ୍ଣୁଚରଣ ଦାସ, ମହାଦୀପ ମହିମା'ଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ ।
/sambad/media/media_files/2026/10/24/whatsapp-i-2026-10-24-14-38-17.jpeg)
ଭୁବନର ଦଶହରା ବଳଦ ଯାତ୍ରାକୁ ନେଇ ୧୫ ବର୍ଷ ଧରି ପ୍ରଦର୍ଶିତ ହେଉଥିବା ଫୋଟ ଗ୍ୟାଲେରି ପରିସରରେ ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଡ. ଶାଢିଭୂଷଣ ପଣ୍ଡା ଯୋଗ ଦେଇଥିଲେ। କାମାକ୍ଷାନଗର ଦଳିତ ସମାଜ ମୁଖ୍ୟ ଭିକାରୀ ଚରଣ ନାୟକ, ଆଦିବାସୀ କ୍ରାଢି ମୋର୍ଜାର ମାଧବାନନ୍ଦ ମାରାଣ୍ଡି, ସଂଜୟ କୁମାର ପୃଷ୍ଟି, କରଣସମାଜ ବିନୟ ପଟ୍ଟନାୟକ, ବିଭୂତି ଭୂଷଣ ମଲ୍ଲିକ, କୈଳାସ ଚନ୍ଦ୍ର ନାୟକ, ରୂପକ କୁମାର ସାହୁ, ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ,ଚନ୍ଦ୍ରମଣି ମଲିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପୂର୍ଣ୍ଣଚନ୍ଦ୍ର ସାହୁ ଅଧକ୍ଷତା ମଳୟ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ପ୍ରଜ୍ଞା ପାରମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
/sambad/media/media_files/2026/10/24/whatsapp-2026-10-24-14-40-56.jpeg)
କାଳିବଜାର ଠାରେ ଧସେଇ ପଶଥିବା ବାଜିଛକ ଦୁର୍ଗାମେଡ଼ ଦୁର୍ଗାନ ଠାରେ ସମସ୍ତ ନିୟମକୁ ରାଙ୍ଗି ଯାତ୍ରାରେ ମାଡ଼ି ଚାଲିଥିଲା। ଫଳରେ, ବନଦୁର୍ଗା ମେଡ଼ଙ୍କୁ ଅସମ୍ମାନ କରାଯାଇଥିବା ଦର୍ଶାଇ ବନଦୁର୍ଗା ଓ ଦେଶ ଦୁର୍ଗାମେଡ଼ରେ ସାମିଲ ହୋଇନଥିଲେ । ୫ ଘଣ୍ଟା ପରେ ଅଧା ଗାଁ ପରିକ୍ରମା କରି ବିସର୍ଜନ କରାଯାଇଥିଲା। ଚଳିତ ବର୍ଷ ବିଭ୍ରାଟ ଯୋଗୁଁ ନୂଆବଜାରର ୧୩ ମେଡ଼ଙ୍କ ମେଲଣ ହୋଇପାରିନଥିଲା। ଏଥିପାଇଁ ଶ୍ରଦ୍ଧାଳୁ କଷ୍ଟ ପାଇଥିଲେ ।
/sambad/media/media_files/2026/10/24/wha-2026-10-24-14-42-29.jpeg)
ଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ୧୫ଜଣ ପୁଲିସ ଅଧିକାରୀଙ୍କ ସହ ୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏସ ପି ଆଜିଂକ୍ୟ ବାବୁରାଓ ମାନେ ଶାଢିଶୃଙ୍ଖଳା ବଜାୟ ରଖିଥିବା ପୂଜା କମିଟି, ବଳଦିଆ କମିଟି, ଶାଢି କମିଟି, ସାମ୍ବାଦିକ ଓ ଜନସାଧାରଣଙ୍କୁ ସାଧୁବାଦ ଜଣାଇଥିଲେ।
/sambad/media/media_files/2026/10/24/whatsapp-i-2026-10-24-14-44-35.jpeg)
ଭୁବନ ବଳଦଯାତ୍ରାରେ ବିଭିନ୍ନ ସାହି କମିଟି ପକ୍ଷରୁ ଶୋଭାଯାତ୍ରା ରେ ନିଆଯାଇ ଥିବା ପ୍ରଜ୍ଞାପନ ମେଢ଼ ଗୁଡିକ ମଧ୍ୟରେ ବଡ଼ହାଟର ମଦୁରାଇ ମିନାକ୍ଷୀ ମନ୍ଦିର, ଯୋଡି ବଳଦ, ଅରାସାହିର ନିଖୁଣ କଳା କୃତି,ଲତାବିଲର ଭାଗବତ ଟୁଙ୍ଗୀ, ମଦନମୋହନ ସାହିର ଧାନ ଚାଷ, ଢ଼ିଙ୍କି କୁଟା ଚାଉଳ, ମାଣବାସ ଲକ୍ଷ୍ମୀପୂଜା, ତେଲି ସାହିର କଂସାରୀ ଶାଳ, ବଣିଆ ସାହିର ଆମ ପର୍ବ ଆମ ଗର୍ବ, ନୂଆଭୁବନ ଭଦଳିଆପଶିର ଆଦିବାସୀ ନୃତ୍ୟ, ରୋବର୍ଟ ଡ୍ୟାନ୍ସ,ଲକ୍ଷ୍ମୀଛକର କୃଷ୍ଣ ଙ୍କର ଅଷ୍ଟପାଟରାଣୀ କେଳି ବେଶ ମନମୁଗ୍ଧକର ହୋଇଥିଲା।
/sambad/media/media_files/2026/10/24/whatsap-2026-10-24-14-45-54.jpeg)
ଦଶହରା ଭସାଣି ବିବାଦକୁ କେନ୍ଦ୍ରକରି ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସିର ୧୧ ନମ୍ବର ୱାର୍ଡରେ ଦୁଇ ସାହି ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସାମାନ୍ୟ ଯୁକ୍ତିତର୍କରୁ ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେବା ସହ ଉଭୟ ପକ୍ଷ ମଧ୍ୟରେ ଢେଲାପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଉଭୟ ପକ୍ଷର ଯୁବକ ଓ ମହିଳା ଆହତ ହୋଇଛନ୍ତି। ଆହତମାନଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ଏହି ଘଟଣାରେ ଶାନ୍ତିଲତା ସାହୁଙ୍କ ସମେତ ୧୦ ଜଣ ଏତଲା ଦେଇଥିବା ଜଣାପଡ଼ିଛି।
/sambad/media/media_files/2026/10/24/whatsapp-2026-10-24-14-47-17.jpeg)
ଭୁବନର ବଳଦ ଯାତ୍ରାର ଐତିହ୍ୟ ଓ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଥିବା ବେଳେ ଚଳିତ ବର୍ଷର ସମୟସାରଣୀ ବିଭ୍ରାଟ ଆଗାମୀ ବର୍ଷ ପାଇଁ ଆୟୋଜନ ଓ ସମନ୍ବୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
