Bullet train: ୨୦୨୭ ଅଗଷ୍ଟ ୧୫ରେ ଚାଲିବ ବୁଲେଟ୍‌ ଟ୍ରେନ୍‌

Jul 12, 2026 - 16:39
Bullet train: ୨୦୨୭ ଅଗଷ୍ଟ ୧୫ରେ ଚାଲିବ ବୁଲେଟ୍‌ ଟ୍ରେନ୍‌

"ନୂଆଦିଲ୍ଲୀ: ମୁମ୍ବାଇ ଓ ଅହମଦାବାଦ ମଧ୍ୟରେ ନିର୍ମାଣାଧୀନ ବହୁ ପ୍ରତୀକ୍ଷିତ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି।

ଆସନ୍ତାବର୍ଷ ଅଗଷ୍ଟ ୧୫ରେ ଏହି ମାର୍ଗର ଗୋଟିଏ ସେକ୍ସନରେ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମନ୍ତବ୍ୟକୁ ଆଧାର କରି ରେଳ ମନ୍ତ୍ରାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ସୂଚନା ଦିଆଯାଇଛି।Advertisment ଆହୁରି ପଢନ୍ତ: Health: ଡାକ୍ତର ଠାରୁ ଅଧିକ ଭରସାଯୋଗ୍ୟ କ୍ବାକ ଏବଂ ଦିଶାରୀ!

ଗୁଜରାଟର ସୁରତରୁ ବିଲିମୋରା ମଧ୍ୟରେ ପ୍ରଥମେ ବୁଲେଟ୍‌ ଟ୍ରେନ୍‌ ଚାଲିବ।

ଏହା ପରେ ୫୦୮ କିମି ଲମ୍ବ ବିଶିଷ୍ଟ ଉକ୍ତ ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ ବୁଲେଟ୍‌ ଟ୍ରେନ୍‌ ଗଡ଼ିବ।

ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ପାଖାପାଖି ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି।

ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ଲାଗି ଜୋରଦାର ପ୍ରୟାସ ଚାଲିଛି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମୁମ୍ବାଇ ଓ ଅହମଦାବାଦ ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ।

ଆଞ୍ଚଳିକ ଯୋଗାଯୋଗରେ ଉନ୍ନତି ଆସିବା ସହିତ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ।

ଆହୁରି ପଢନ୍ତ:Harshit Rana: ଇଂଲଣ୍ଡ ଦିନିକିଆ ଦଳରୁ ହର୍ଷିତ ବାଦ୍‌ ଉକ୍ତପ୍ରକଳ୍ପ ବ୍ୟତୀତ ଭବିଷ୍ୟତରେ ନୂଆ ହାଇସ୍ପିଡ୍‌ ରେଳ କରିଡର ହାଇଦ୍ରାବାଦକୁ କେନ୍ଦ୍ରକରି ନିର୍ମାଣ ହେବ।

ସେଗୁଡ଼ିକ ହେଲା ହାଇଦ୍ରାବାଦ-ପୁଣେ, ହାଇଦ୍ରାବାଦ-ଚେନ୍ନାଇ ଏବଂ ହାଇଦ୍ରାବାଦ-ବେଙ୍ଗାଲୁରୁ।

ପୁନଶ୍ଚ ହାଇଦ୍ରାବାଦ-ମୁମ୍ବାଇ ହାଇସ୍ପିଡ ରେଳ ସଂଯୋଗ ନେଇ ମଧ୍ୟ ଯୋଜନା ହେଉଛି।

ଦୁଇ ସହର ମଧ୍ୟରେ ରେଳ ଯାତ୍ରା ସମୟକୁ ଏହା ବହୁମାତ୍ରାରେ କମାଇ ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦକୁ ୩ଟି ହାଇସ୍ପିଡ ବୁଲେଟ୍‌ ଟ୍ରେନ୍‌ କରିଡର ଦେଇଛନ୍ତି ଯାହା ଏହି ଅଞ୍ଚଳର ପରିଦୃଶ୍ୟକୁ ବଦଳାଇ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।