Budhabalanga Floods: ବଢ଼ୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର: ବନ୍ୟା ମୁହଁରେ ବେତନଟୀର ୧୬ଗାଁ

Aug 14, 2026 - 11:11
Budhabalanga Floods: ବଢ଼ୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର: ବନ୍ୟା ମୁହଁରେ ବେତନଟୀର ୧୬ଗାଁ

"ବୈଶିଙ୍ଗା (ଦୀପକ କୁମାର ସିଂହ): ବିପଦ ମୁହାଁ ବୁଢ଼ାବଳଙ୍ଗ।

ଉଛୁଳି ଉଠିଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର।

ଆଉ ଏହାକୁ ନେଇ ଭୟ ଓ ଆଶଙ୍କାରେ ବେତନଟୀ ବ୍ଲକ୍‌ର ନଦୀକୂଳିଆ ଅଞ୍ଚଳ।

ବର୍ଷା ଓ ବନ୍ୟାଜଳର ମିଳିତ ପ୍ରଭାବରେ ଏକାଧିକ ୧୬ଗାଁ ଜଳବନ୍ଦୀ ହୋଇଥିବାବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ଫାଇଲିନ ବାତ୍ୟା ପରେ ବୁଢ଼ାବଳଙ୍ଗରେ ଏଭଳି ବଡ଼ ବନ୍ୟା ଦେଖିବାକୁ ମିଳିଥିବାରୁ ନଦୀକୂଳିଆ ଲୋକଙ୍କ ମନରେ ଛନକା ପଶିଛି।

ରାତି ବଢ଼ିବା ସହିତ ନଦୀର ଜଳସ୍ତର ବଢ଼ି ଚାଲିଥିବାବେଳେ ସକାଳ ବେଳକୁ ବନ୍ୟାଜଳ ନଦୀକୂଳ ଅଞ୍ଚଳକୁ ସମ୍ପୂର୍ଣ୍ଣ ମାଡ଼ିଯାଇଛି।

ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବାବେଳେ ଅନେକ ଗାଁର ରାସ୍ତାଘାଟରେ ପାଣି ପଶିଛି।Advertisment ରାତିସାରା ଗ୍ରାଉଣ୍ଡରେ ବିଧାୟକ ଓ ଜିଲ୍ଲାପାଳ ଓ ଏସପି ସବୁଠାରୁ ଗୁରୁତର ସ୍ଥିତି ସୃଷ୍ଟି ହୋଇଛି ବହୁ ପୁରୁଣା ଦୁର୍ବଳ ନାଖରା ସେତୁ ନିକଟରେ।

ସେତୁ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ବ୍ୟସ୍ତବହୁଳ ବୈଶିଙ୍ଗା–ମାଣତ୍ରୀ-ଉଦଳା ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି।

ଫଳରେ ଦୁଇ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବାବେଳେ ଯାତାୟାତକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ବେତନଟୀ ବ୍ଲକ୍‌ର ୧୬ଟି ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୫୦୦ରୁ ଅଧିକ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି ।

ଏହିପରି ତଳିଆ ଅଞ୍ଚଳରେ ରହୁଥିବା ପରିବାରଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି।

ବନ୍ୟାର ଭୟାବହତା ମଧ୍ୟରେ ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛି।

ପରିସ୍ଥିତିର ଗୁରୁତ୍ୱକୁ ଅନୁଭବ କରି ରାତିସାରା ଗ୍ରାଉଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ, ଜିଲ୍ଲାପାଳ ଓ ଏସ୍‌ପି।

ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଉଦ୍ଧାର ଓ ରିଲିଫ୍‌ ବ୍ୟବସ୍ଥାର ତଦାରଖ କରାଯାଇଛି।

ଆବଶ୍ୟକ ସ୍ଥଳେ ଲୋକଙ୍କୁ ଶୀଘ୍ର ସୁରକ୍ଷିତ ସ୍ଥାନକୁ ନେବାକୁ ଗୁରୁତ୍ୱ ଦିଆଯାଇଛି।

Death: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା ଏପଟେ ନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଛି।

ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ଅନାବଶ୍ୟକ ଭାବେ ପାଣି ଭିତରକୁ ନଯିବା ସହ ସତର୍କ କରିବାକୁ ବୈଶିଙ୍ଗା ଓ ବଡ଼ସାହି ପୁଲିସ ଜଗି ବସିଛିl ବୁଢ଼ାବଳଙ୍ଗର ଗର୍ଜନ ଏବେ ବେତନଟୀ ପାଇଁ ବଡ଼ ସତର୍କ ସଙ୍କେତ।

ନଦୀର ଜଳସ୍ତର ଆହୁରି ବଢ଼ିଲେ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି।

ତେଣୁ ଉଦ୍ଧାର, ରିଲିଫ୍‌ ଓ ଯୋଗାଯୋଗ ବ୍ୟବସ୍ଥାକୁ ନେଇ ପ୍ରଶାସନର ପ୍ରସ୍ତୁତି ଏବେ ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media