BSNL: ମାର୍ଚ୍ଚ ସୁଦ୍ଧା ୮୬୫ଟି ଗାଁରେ ପହଞ୍ଚିବ ୪ଜି ସେବା

Aug 14, 2026 - 14:06
BSNL: ମାର୍ଚ୍ଚ ସୁଦ୍ଧା ୮୬୫ଟି ଗାଁରେ ପହଞ୍ଚିବ ୪ଜି ସେବା

"ଭୁବନେଶ୍ବର: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ରାଜ୍ୟରେ ୧୭୪୧ ନୂଆ ୪ଜି ଟାୱାର ସ୍ଥାପନ କରାଯାଇଛି।

ଏଥି ସହିତ ୨୪୮୭ ଦୁର୍ଗମ ଓ ଅପହଞ୍ଚ ଗ୍ରାମରେ ୪ଜି ସେବା ଯୋଗାଇ ଦିଆଯାଉଛି।

୨୦୨୭ ମାର୍ଚ୍ଚ ସୁଦ୍ଧା ଆଉ ୮୬୫ଟି ନୂଆ ଗ୍ରାମରେ ୪ଜି ସେବା ପ୍ରଦାନ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି ବୋଲି କମ୍ପାନିର ସିଜିଏମ୍‌ ଡି କେ ବେହେରା କହିଛନ୍ତି।

ରାଜ୍ୟରେ କମ୍ପାନିର ୫୮୦୦ ଟାୱାର ଓ ୧୬ ହଜାର ବେସ୍‌ ଷ୍ଟେସନ ରହିଛି।

ଚଳିତ ଆର୍ଥିକ ବର୍ଷରେ କମ୍ପାନି ୧୦୦୦ ନୂଆ ଟାୱାର ସ୍ଥାପନ କରିବାକୁ ଯୋଜନା ରଖିଛି।

ନୂଆ ଟାୱାରଗୁଡ଼ିକୁ ମୁଖ୍ୟତଃ କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଓ କେନ୍ଦୁଝର ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ସ୍ଥାପନ କରାଯିବ ବୋଲି ଶ୍ରୀ ବେ‌ହେରା କହିଛନ୍ତି।Advertisment ଚାମୋଲି ଟନେଲରେ ଭୟଙ୍କର ଅଘଟଣ: ଭୂସ୍ଖଳନରେ ୯ ଶ୍ରମିକଙ୍କ ମୃତ୍ୟୁ କମ୍ପାନି ଏକ ଟଙ୍କିଆ ଫ୍ରିଡମ୍‌ ଅଫର ଘୋଷଣା କରିଛି ଯେଉଁଥିରେ ଗ୍ରାହକମାନେ ୧ ଟଙ୍କାରେ ନୂଆ ସଂ‌ଯୋଗ ପାଇପାରିବେ।

୨୪ ଦିନର ବୈଧତା ସହିତ ଏହି ଅଫରରେ ଦୈନିକ ୧ ଜିବି ଡାଟା, ୧୦୦ ଏସ୍‌ଏମ୍‌ଏସ୍‌, ଅସୀମିତ ଭଏସ୍‌ କଲ୍‌ ମିଳିପାରିବ।

ସେହିପରି ବିଏସ୍‌ଏନ୍‌ଏଲ୍‌ ଫାଇବର୍‌ ଫ୍ରିଡମ୍‌ ପ୍ଲାନ୍‌ ଘୋଷଣା କରାଯାଇଛି ଯେଉଁଥିପାଇଁ ମାସିକ ୧୧୧୧ ଟଙ୍କା ଦେବାକୁ ପଡ଼ିବ।

ଏଥିରେ ଗ୍ରାହକମାନେ ୨୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ର ଇଣ୍ଟରନେଟ୍‌, ମାସକୁ ୫୦୦୦ ଜିବି ଡାଟା ଓ ୨୫ରୁ ଅଧିକ ପ୍ରିମିୟମ୍‌ ଓଟିଟି ସେବା ପାଇପାରିବେ।

ଅଫର ଆସନ୍ତା ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୈଧ   ଏହି ଅଫର ଆସନ୍ତା ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୈଧ ରହିଛି।ବିଏସ୍‌ଏନ୍‌ଏଲ୍‌ ତରଫରୁ ବିଏସ୍‌ଏନ୍‌ଏଲ୍‌ ସେଲ୍‌ଫ କେୟାର ଆପ୍‌ରେ ବିଏସ୍‌ଏନ୍‌ଏଲ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ଟିଭି ପାୱାରର୍ଡ ବାଏ ଟାଙ୍ଗୋ, ବିଏସ୍‌ଏନ୍‌ଏଲ୍‌ ସାଟେଲାଇଟ୍‌ ଫୋନ୍ ସେବା ବିଷୟରେ ମଧ୍ୟ ଘୋଷଣା କରାଯାଇଛି।

ଏହି ଅବସରରେ କମ୍ପାନିର ମହାପ୍ରବନ୍ଧକ ଗୁରୁଦାସ ମେହେର, ଆଇଏଫ୍ଏ ହେମବୟ ହେମ୍ବ୍ରମ ଓ ଭାରତନେଟ୍‌ର ପିଜିଏମ୍‌ ଆଇ ଜି ସୋରେନ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media